Tafizul Sambalpuri

Tafizul Sambalpuri

खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha

  • Latest
  • Popular
  • Repost
  • Video

White ସବୁ କ'ଣ ଲେଖି ହୁଏ ମୁଁ ଲେଖେ ତଥାପି ସବୁ କ'ଣ କହି ହୁଏ ମୁଁ କହେ ତଥାପି ନଦୀର ଦୁଇ କୂଳ କ'ଣ କବେ ମିଶେ ନଦୀ ବୋହେ ତଥାପି ସବୁ କବିତା କ'ଣ ମନକୁ ଛୁଏଁ ମୁଁ ଭାବେ ତଥାପି ତଥାପି, ବ୍ୟାକୁଳ ହୋଇ ବାରମ୍ବାର ପ୍ରଶ୍ନ ପଚାରେ ମତେ ନିର୍ବୋଧ ଭାବେ ଆଉ କିଛି ବାକି ରହିଛି କି ? ସବୁ ପ୍ରଶ୍ନର ଉତ୍ତର କ'ଣ ମିଳେ ମୁଁ ଖୋଜି ଚାଲେ ତଥାପି ।। ©Tafizul Sambalpuri

#କବିତା #good_night  White ସବୁ କ'ଣ ଲେଖି ହୁଏ 
ମୁଁ ଲେଖେ ତଥାପି 
ସବୁ କ'ଣ କହି ହୁଏ 
ମୁଁ କହେ ତଥାପି 
ନଦୀର ଦୁଇ କୂଳ କ'ଣ କବେ ମିଶେ
ନଦୀ ବୋହେ ତଥାପି
ସବୁ କବିତା କ'ଣ ମନକୁ ଛୁଏଁ 
ମୁଁ ଭାବେ ତଥାପି 
ତଥାପି,  ବ୍ୟାକୁଳ ହୋଇ ବାରମ୍ବାର
ପ୍ରଶ୍ନ ପଚାରେ ମତେ ନିର୍ବୋଧ ଭାବେ
ଆଉ କିଛି ବାକି ରହିଛି କି ?
ସବୁ ପ୍ରଶ୍ନର ଉତ୍ତର କ'ଣ ମିଳେ
ମୁଁ ଖୋଜି ଚାଲେ ତଥାପି  ।।

©Tafizul Sambalpuri

#good_night

12 Love

White ମଲାଟ ମୁଁ ଗୋଟେ ସୁରକ୍ଷା କବଚ ପୁଳାଏ ଫର୍ଦ୍ଦ ମାନଙ୍କର ଯେଉଁଠି ଶାନ୍ତିରେ ବିଶ୍ରାମ ନିଅନ୍ତି ହଜାର ହଜାର ଶବ୍ଦ । ମୁଁ ଧୂଳିକୁ ମାଖେ ମୁଁ ଅଳନ୍ଧୁକୁ ବୋଳି ହୁଏ ମୁଁ ଜଗି ରହେ ଗୋଟିଏ କାହାଣୀକୁ ଗୋଟିଏ ପ୍ରେମିକର ଭାବନାକୁ ଗୋଟିଏ ପେଟର ଭୋକକୁ ଗୋଟିଏ ଜାତିର ଇତିହାସକୁ । ଶବ୍ଦ ମାନଙ୍କ ସହ ବେଳେ ବେଳେ ମୁଁ ସାଇତି ରଖେ ଦୁଇ ଟୋପା ଲୁହକୁ ହୃଦୟର କୋହକୁ ଗୋଟିଏ ଗୋଲାପ ଫୁଲକୁ ଗୋଟିଏ ଅଭୂଲା ସ୍ମୃତିକୁ । ଅନେକ ରଙ୍ଗ ବୋଲାହୁଏ ମୋ ଉପରେ ଆକର୍ଷିତ କରିବା ପାଇଁ ଅନ୍ୟମାନଙ୍କୁ କଛି ନାମକରଣ ମଧ ହୁଏ ମତେ ସମସ୍ତେ ଦେଖନ୍ତି ତା ପରେ ଯାଇ ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାନ୍ତି । ମଲାଟ ହେବା କ'ଣ ଏତେ ସହଜ ଆଶ୍ରିତ ଶବ୍ବମନଙ୍କୁ ଆଶ୍ୱାସନା ଦେବା ଥୟ ଧର ଥୟ ଧର ଗୋଟିଏ ମଣିଷ ନିଶ୍ଚୟ ଆସିବ ତୁମ ସହ ବାର୍ତ୍ତାଳାପ କରିବ ତୁମକୁ ପଢ଼ିବା ପରେ ଭାବ ବିହ୍ୱଳ ହୋଇ ଛାତିରେ ଚାପି ଧରିବାକୁ ।। ©Tafizul Sambalpuri

#କବିତା #Sad_Status  White 
ମଲାଟ

ମୁଁ ଗୋଟେ ସୁରକ୍ଷା କବଚ 
ପୁଳାଏ ଫର୍ଦ୍ଦ ମାନଙ୍କର
ଯେଉଁଠି ଶାନ୍ତିରେ ବିଶ୍ରାମ ନିଅନ୍ତି 
ହଜାର ହଜାର ଶବ୍ଦ ।

ମୁଁ ଧୂଳିକୁ ମାଖେ
ମୁଁ ଅଳନ୍ଧୁକୁ ବୋଳି ହୁଏ 
ମୁଁ ଜଗି ରହେ 
ଗୋଟିଏ କାହାଣୀକୁ 
ଗୋଟିଏ ପ୍ରେମିକର ଭାବନାକୁ
ଗୋଟିଏ ପେଟର ଭୋକକୁ
ଗୋଟିଏ ଜାତିର ଇତିହାସକୁ ।

ଶବ୍ଦ ମାନଙ୍କ ସହ
ବେଳେ ବେଳେ ମୁଁ ସାଇତି ରଖେ
ଦୁଇ ଟୋପା ଲୁହକୁ 
ହୃଦୟର କୋହକୁ
ଗୋଟିଏ ଗୋଲାପ ଫୁଲକୁ 
ଗୋଟିଏ ଅଭୂଲା ସ୍ମୃତିକୁ  ।

ଅନେକ ରଙ୍ଗ ବୋଲାହୁଏ ମୋ ଉପରେ 
ଆକର୍ଷିତ କରିବା ପାଇଁ ଅନ୍ୟମାନଙ୍କୁ
କଛି ନାମକରଣ ମଧ ହୁଏ
ମତେ ସମସ୍ତେ ଦେଖନ୍ତି
ତା ପରେ ଯାଇ
ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାନ୍ତି ।

ମଲାଟ ହେବା କ'ଣ ଏତେ ସହଜ
ଆଶ୍ରିତ ଶବ୍ବମନଙ୍କୁ ଆଶ୍ୱାସନା ଦେବା
ଥୟ ଧର ଥୟ ଧର
ଗୋଟିଏ ମଣିଷ ନିଶ୍ଚୟ ଆସିବ
ତୁମ ସହ ବାର୍ତ୍ତାଳାପ କରିବ
ତୁମକୁ ପଢ଼ିବା ପରେ 
ଭାବ ବିହ୍ୱଳ ହୋଇ ଛାତିରେ ଚାପି ଧରିବାକୁ  ।।

©Tafizul Sambalpuri

#Sad_Status

13 Love

ଗୋଟିଏ ନାଆର ଦୁଃଖ ଲଢ଼ିବାକୁ ହୁଏ ତାକୁ ସବୁଦିନ ସେଇ ସମୁଦ୍ର ସହିତ ଯେଉଁଠି ସେ ରହେ । କେତେ ଝଡ଼ କେତେ ଝଞ୍ଜା କେତେ ଜଞ୍ଜାଳ ନିତିଦିନ ମଥାକୁ ନୁଆଁଇ ସବୁ ସହେ ତାର ସଂସାର କେବେ ଭାଙ୍ଗେ କେବେ ସମୁଦ୍ର ଗର୍ଭରେ ଲୀନ ହୁଏ ତଥାପି ସେ ସେଠି ରହେ । ପଥ ବଡ଼ ଜଟିଳ ତଥାପି କେବେ ଗୀତ ତ କେବେ ସେ କବିତା ଲେଖେ ଜୁଆର ସହ ଲଢ଼ି ନିତି ନଇଁ ଯାଉଥିବା ସୂର୍ଯ୍ୟ ସହ ଅନ୍ତରଙ୍ଗ ଆଳାପ ମଧ୍ୟରେ ସବୁ ଅନ୍ତର୍ଦାହକୁ ଲୁଚାଏ ତଥାପି ସେ ସେଠାରେ ରହେ । ସେ ଜାଣେ, ତାର ଜନ୍ମ ନିଜପାଇଁ ନୁହେଁ ଜନ୍ମ ସାର୍ଥକ କରିବାକୁ ପିଠିରେ ବୋଝ ବୋହି ଲୁହକୁ ପିଏ ଶେଷରେ ସେ ସମାଧି ନିଏ ତଥାପି ସେ ସେଠାରେ ରହେ ।। ©Tafizul Sambalpuri

 ଗୋଟିଏ ନାଆର ଦୁଃଖ 

ଲଢ଼ିବାକୁ ହୁଏ ତାକୁ ସବୁଦିନ
ସେଇ ସମୁଦ୍ର ସହିତ 
ଯେଉଁଠି ସେ ରହେ ।

କେତେ ଝଡ଼ କେତେ ଝଞ୍ଜା କେତେ ଜଞ୍ଜାଳ
ନିତିଦିନ ମଥାକୁ ନୁଆଁଇ ସବୁ ସହେ
ତାର ସଂସାର କେବେ ଭାଙ୍ଗେ 
କେବେ ସମୁଦ୍ର ଗର୍ଭରେ ଲୀନ ହୁଏ 
ତଥାପି ସେ ସେଠି ରହେ ।

ପଥ ବଡ଼ ଜଟିଳ ତଥାପି 
କେବେ ଗୀତ ତ କେବେ ସେ କବିତା ଲେଖେ
ଜୁଆର ସହ ଲଢ଼ି 
ନିତି ନଇଁ ଯାଉଥିବା ସୂର୍ଯ୍ୟ ସହ
ଅନ୍ତରଙ୍ଗ ଆଳାପ ମଧ୍ୟରେ 
ସବୁ ଅନ୍ତର୍ଦାହକୁ ଲୁଚାଏ 
ତଥାପି ସେ ସେଠାରେ ରହେ ।

ସେ ଜାଣେ, ତାର ଜନ୍ମ ନିଜପାଇଁ ନୁହେଁ
ଜନ୍ମ ସାର୍ଥକ କରିବାକୁ
ପିଠିରେ ବୋଝ ବୋହି ଲୁହକୁ ପିଏ
ଶେଷରେ ସେ ସମାଧି ନିଏ
ତଥାପି ସେ ସେଠାରେ ରହେ ।।

©Tafizul Sambalpuri

#କବିତା

14 Love

White वक्त कहां बुरा होता है बुरा तो में था उस वक्त भी और आज भी बुराई को बुरा बता ना पाया रोया तब भी जब अनके खुशी में खुश हुआ रोया आज भी जब अपने आपको तन्हा पाया लिखकर कहां कोई आजाद हुआ खामोशियों से ख़ामोश जुबां होती है वक्त तो बेजुबान है इनपर आखिर कोन तोहमत लगाया।। ©Tafizul Sambalpuri

#शायरी #sad_quotes  White वक्त कहां बुरा होता है 
बुरा तो में था 
उस वक्त भी और आज भी 
बुराई को बुरा 
बता ना पाया 
रोया तब भी 
जब अनके खुशी में खुश हुआ 
रोया आज भी 
जब अपने आपको तन्हा पाया 
लिखकर कहां कोई आजाद हुआ 
खामोशियों से 
ख़ामोश जुबां होती है 
वक्त तो बेजुबान है 
इनपर आखिर कोन तोहमत लगाया।।

©Tafizul Sambalpuri

#sad_quotes शायरी हिंदी में शेरो शायरी शायरी दर्द शायरी हिंदी खूबसूरत दो लाइन शायरी

14 Love

ଘୃଣା ଅନ୍ୟର ନୁହେଁ ତାହା କେବଳ ନିଜର କ୍ଷତି କରେ ଘୁଣ ଘୃଣାର ଅନ୍ୟ ରୂପ ଯାହା ଆମ ଅସ୍ତିତ୍ବକୁ ଶେଷ କରେ ଗୁଣ ଭଲ ଥିଲେ ମଣିଷ ପୁଜା ପାଏ ଗୁଣ ଖରାପ ଥିଲେ ଘୃଣା ସୃଷ୍ଟି କରେ । ©Tafizul Sambalpuri

 ଘୃଣା 

ଅନ୍ୟର ନୁହେଁ 
ତାହା କେବଳ ନିଜର କ୍ଷତି କରେ

ଘୁଣ

ଘୃଣାର ଅନ୍ୟ ରୂପ 
ଯାହା ଆମ ଅସ୍ତିତ୍ବକୁ ଶେଷ କରେ

ଗୁଣ

ଭଲ ଥିଲେ ମଣିଷ ପୁଜା ପାଏ
ଗୁଣ ଖରାପ ଥିଲେ ଘୃଣା ସୃଷ୍ଟି କରେ ।

©Tafizul Sambalpuri

#କବିତା

14 Love

ମୁଁ କିଛି ଲେଖେ ବୋଲି ସମସ୍ତେ ଭାବନ୍ତି ମୁଁ ଖୁବ୍ କାନ୍ଦେ ବୋଲି ସମସ୍ତେ କହନ୍ତି ହେଲେ ଏ ସମସ୍ତ ଶବ୍ଦତ ତୁମର ଏ ଲୁହ ମଧ୍ୟ ତୁମର ମୁଁ କେବଳ ତାକୁ ସଂଗ୍ରହ କରିଛି ମୋ ହୃଦୟର ସାଧା କାଗଜରେ ମୋ ଚକ୍ଷୁ କରୋଡରେ ତୁମକୁ ଓ ତୁମ ଅଥୟ ଭାବନାକୁ ବାରମ୍ବାର ପଢ଼ିବା ପରେ ସେଥିରେ ଥିବା ସମସ୍ତ ପ୍ରଶ୍ନକୁ ତର୍ଜମା ପରେ ଉତ୍ତର ରଖିଛି ଏଠି ମୋର ବୋଲି କିଛି ନାହିଁ ସବୁତକ କେବଳ ତୁମର ମୁଁ କ'ଣ ମୋ ପାଇଁ କିଛି ଲେଖିପାରେ ମୁଁ ମୋ ପାଇଁ ନା ହସିପାରେ ମୁଁ ମୋ ପାଇଁ ନା କାନ୍ଦିପାରେ ହଁ ମୁଁ ମତେ ଏଇତ ଚିହ୍ନଟ କରିଛି ତୁମର ଗୁଡ଼ାଏ ଜଟିଳ ପ୍ରଶ୍ନ ମଧ୍ୟରୁ ଓହ୍ଲେଇ ଦେଉଛି ସମସ୍ତ ଆଶଙ୍କାକୁ ମୋ ଶରୀରରୁ ଗୋଟି ଗୋଟି କରି ଯାହା ତୁମକୁ ଆଶଙ୍କିତ କରୁଛି ଦେଖ ମୁଁ ଏବେ ଗୋଟିଏ ସାଦା କାଗଜ ଯେଉଁଥିରେ ଲେଖା ହେବ ଏମିତି ଅସଂଖ୍ୟ କାହାଣୀ, କବିତା ଓ ଗଳ୍ପ ଯାହା ସବୁତକ କେବଳ ତୁମର ।। ©Tafizul Sambalpuri

#କବିତା #paper  ମୁଁ କିଛି ଲେଖେ ବୋଲି 
ସମସ୍ତେ ଭାବନ୍ତି
ମୁଁ ଖୁବ୍ କାନ୍ଦେ ବୋଲି 
ସମସ୍ତେ କହନ୍ତି 
ହେଲେ ଏ ସମସ୍ତ ଶବ୍ଦତ ତୁମର
ଏ ଲୁହ ମଧ୍ୟ ତୁମର
ମୁଁ କେବଳ ତାକୁ ସଂଗ୍ରହ କରିଛି
ମୋ ହୃଦୟର ସାଧା କାଗଜରେ 
ମୋ ଚକ୍ଷୁ କରୋଡରେ
ତୁମକୁ ଓ ତୁମ ଅଥୟ ଭାବନାକୁ
ବାରମ୍ବାର ପଢ଼ିବା ପରେ 
ସେଥିରେ ଥିବା ସମସ୍ତ ପ୍ରଶ୍ନକୁ
ତର୍ଜମା ପରେ ଉତ୍ତର ରଖିଛି
ଏଠି ମୋର ବୋଲି କିଛି ନାହିଁ 
ସବୁତକ କେବଳ ତୁମର
ମୁଁ କ'ଣ ମୋ ପାଇଁ କିଛି ଲେଖିପାରେ
ମୁଁ ମୋ ପାଇଁ ନା ହସିପାରେ
ମୁଁ ମୋ ପାଇଁ ନା କାନ୍ଦିପାରେ
ହଁ ମୁଁ ମତେ ଏଇତ ଚିହ୍ନଟ କରିଛି 
ତୁମର ଗୁଡ଼ାଏ ଜଟିଳ ପ୍ରଶ୍ନ ମଧ୍ୟରୁ 
ଓହ୍ଲେଇ ଦେଉଛି ସମସ୍ତ ଆଶଙ୍କାକୁ
ମୋ ଶରୀରରୁ ଗୋଟି ଗୋଟି କରି
ଯାହା ତୁମକୁ ଆଶଙ୍କିତ କରୁଛି 
ଦେଖ ମୁଁ ଏବେ ଗୋଟିଏ ସାଦା କାଗଜ
ଯେଉଁଥିରେ ଲେଖା ହେବ ଏମିତି 
ଅସଂଖ୍ୟ କାହାଣୀ, କବିତା ଓ ଗଳ୍ପ 
ଯାହା ସବୁତକ କେବଳ ତୁମର ।।

©Tafizul Sambalpuri

#paper

19 Love

Trending Topic