Iswar Meher

Iswar Meher

  • Latest
  • Popular
  • Video

White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା** ************************ ତୁମେ ତୁମ ଭିତରେ ହିଁ ଯଥେଷ୍ଟ,, ତୁମକୁ କଳ୍ପନା କରିବା ମୋ ପାଇଁ ସୀମାହୀନ।। ମୁଁ ତୁମକୁ ସହଜରେ ବିଶ୍ୱାସ କରିନିଏ,,,,କାରଣ ତୁମେ ନିଜଠୁ ବି ଅଧିକ ନିଜର ଲାଗ 😉 ତୁମ ସହିତ କେବେ କଥା ହୋଇନି ସତ,,,, କିନ୍ତୁ ତୁମକୁ ଅନେକଥର ଅନୁଭବ କରିଛି,,,, ମୋ ହୃଦୟରେ,ମୋ ଆଖ ପାଖ ସବୁଠାରେ।। ତୁମକୁ ଆଖିଭରି ଦେଖିନି କେବେ,,,,କିନ୍ତୁ ତୁମେ ଠିକ୍ ଦେଖିବାକୁ ଜହ୍ନପରି ଲାଗ । ହସରେ ଯେମିତି ମଧୁରତା,,ଠିକ୍ ସେହିପରି ,, ମଧୁର ତୁମର ଚିନ୍ତାଧାରା,,,,,। ଚରିତ୍ରରେ ଟିକିଏ ବି ଦାଗ ନାହିଁ,,,,,,, ସ୍ୱଚ୍ଛ ଓ ନିନ୍ଦହିନ ବ୍ୟକ୍ତିତ୍ଵ ,,,,। ତୁମ ବିଷୟରେ କହିବା ଆଉ ଭାବିବା ପାଇଁ,, ମତେ ନା' ଶ୍ୱଦ୍ଦର ଅଭାବ ନା' ଭାବନାର,"# ©Iswar Meher

#love_shayari  White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା**
************************
ତୁମେ ତୁମ ଭିତରେ ହିଁ ଯଥେଷ୍ଟ,,
ତୁମକୁ କଳ୍ପନା କରିବା ମୋ ପାଇଁ ସୀମାହୀନ।।
ମୁଁ ତୁମକୁ ସହଜରେ ବିଶ୍ୱାସ କରିନିଏ,,,,କାରଣ
ତୁମେ ନିଜଠୁ ବି ଅଧିକ ନିଜର ଲାଗ 😉
ତୁମ ସହିତ କେବେ କଥା ହୋଇନି ସତ,,,, କିନ୍ତୁ
ତୁମକୁ ଅନେକଥର ଅନୁଭବ କରିଛି,,,,
ମୋ ହୃଦୟରେ,ମୋ ଆଖ ପାଖ ସବୁଠାରେ।।
ତୁମକୁ ଆଖିଭରି ଦେଖିନି କେବେ,,,,କିନ୍ତୁ
ତୁମେ ଠିକ୍ ଦେଖିବାକୁ ଜହ୍ନପରି ଲାଗ ।
ହସରେ ଯେମିତି ମଧୁରତା,,ଠିକ୍ ସେହିପରି ,,
ମଧୁର ତୁମର ଚିନ୍ତାଧାରା,,,,,।
ଚରିତ୍ରରେ ଟିକିଏ ବି ଦାଗ ନାହିଁ,,,,,,, 
ସ୍ୱଚ୍ଛ ଓ ନିନ୍ଦହିନ ବ୍ୟକ୍ତିତ୍ଵ ,,,,।
ତୁମ ବିଷୟରେ କହିବା ଆଉ ଭାବିବା ପାଇଁ,,
ମତେ ନା' ଶ୍ୱଦ୍ଦର ଅଭାବ ନା' ଭାବନାର,"#

©Iswar Meher

White HELLO MOTTO 🌜🌜🌜🌜🌜🌜🌜🌜🌜 ଧନ୍ୟବାଦ୍,, ତୁମପରି ଏକ ସାଙ୍ଗ ପାଇଥିବାରୁ, ତୁମେ ହସେଇଛ,ତୁମ ଭିତରେ ମୁଁ ମୋର ସବୁ ସ୍ବପ୍ନକୁ ଦେଖି ପାରିଥିଲି। ତୁମେ ସହଜରେ ରୋକ୍ ଠୋକ୍ କହିପାର ସବୁକିଛି, ହେଲେ ମୁଁ ପାରିଲିନି କହି ବନ୍ଧୁ। ମୁଁ ସରଳ ନିଷ୍କପଟ,ଛନ୍ଦ ଭାବନା ବୋଲି ମୁ ତୁମପରି ହୋଇପରିଲିନି। ବୋଧହୁଏ ମୋର ସବୁକିଛି ଭୂଲ୍ ଥିଲା yaar, ମୁଁ ଜହ୍ନକୁ ପାଇବାର ସ୍ବପ୍ନ ଦେଖିଦେଲି yaar.😔 ତୁମ ବିଶ୍ୱାସର ବିଷ ମୁ ବୋଧେ,,ମୋ ପାଇଁ ତୁମେ ଆଜି ଅମାବାସ୍ୟାର ଜହ୍ନ। ଏବେ ମୁଁ ମୋର ଭୁଲ ବୁଝିପାରିଛି,କାହାକୁ 100% ଦେବା ଭୁଲଥିଲା, କାହାପାଇଁ ସବୁବେଳେ available ଥିବା ହିଁ ଭୁଲଥିଲା।। ମୁଁ ଜାଣିନି ତୁମେ ମୋ about ରେ କଣ ଭାବିଛ,,କିନ୍ତୁ ମୁଁ ଭାବିବା ଆଗରୁ ମୋ ଭାବନା କୁ ବନ୍ଦ କରିଦେଲ । ମୁଁ ପାଗଲଙ୍କପରି ଭଲ ପାଇନି ,କିନ୍ତୁ ମୋ ଭଲପାଇବା ରେ ପାଗଳାମି ଥିଲା। ମିଳି ଯାଇପାରେ ମୋ ଠୁ ଅଧିକ ଭଲପାଉଥିବା ଜୀବନସାଥି ଟିଏ,, କାରଣ ତୁ ଚନ୍ଦ୍ରମା ,ତୋ ପାଇଁ କିଛି ବି ଅସମ୍ଭବ ନୁହଁ । 😭😥😥😥😭 ©Iswar Meher

#love_shayari  White HELLO MOTTO
🌜🌜🌜🌜🌜🌜🌜🌜🌜
ଧନ୍ୟବାଦ୍,,
ତୁମପରି ଏକ ସାଙ୍ଗ ପାଇଥିବାରୁ,
ତୁମେ ହସେଇଛ,ତୁମ ଭିତରେ ମୁଁ ମୋର ସବୁ ସ୍ବପ୍ନକୁ ଦେଖି ପାରିଥିଲି।
ତୁମେ ସହଜରେ ରୋକ୍ ଠୋକ୍ କହିପାର ସବୁକିଛି,
ହେଲେ ମୁଁ ପାରିଲିନି କହି ବନ୍ଧୁ।
ମୁଁ ସରଳ ନିଷ୍କପଟ,ଛନ୍ଦ ଭାବନା ବୋଲି ମୁ ତୁମପରି ହୋଇପରିଲିନି।
ବୋଧହୁଏ ମୋର ସବୁକିଛି ଭୂଲ୍ ଥିଲା yaar,
ମୁଁ ଜହ୍ନକୁ ପାଇବାର ସ୍ବପ୍ନ ଦେଖିଦେଲି yaar.😔
ତୁମ ବିଶ୍ୱାସର ବିଷ ମୁ ବୋଧେ,,ମୋ ପାଇଁ ତୁମେ ଆଜି ଅମାବାସ୍ୟାର ଜହ୍ନ।
ଏବେ ମୁଁ ମୋର ଭୁଲ ବୁଝିପାରିଛି,କାହାକୁ 100% ଦେବା ଭୁଲଥିଲା,
କାହାପାଇଁ ସବୁବେଳେ available ଥିବା ହିଁ ଭୁଲଥିଲା।।
ମୁଁ ଜାଣିନି ତୁମେ ମୋ about ରେ କଣ ଭାବିଛ,,କିନ୍ତୁ ମୁଁ 
ଭାବିବା ଆଗରୁ ମୋ ଭାବନା କୁ ବନ୍ଦ କରିଦେଲ  ।
ମୁଁ ପାଗଲଙ୍କପରି ଭଲ ପାଇନି ,କିନ୍ତୁ ମୋ ଭଲପାଇବା ରେ ପାଗଳାମି ଥିଲା।
ମିଳି ଯାଇପାରେ ମୋ ଠୁ ଅଧିକ ଭଲପାଉଥିବା ଜୀବନସାଥି ଟିଏ,,
କାରଣ ତୁ ଚନ୍ଦ୍ରମା ,ତୋ ପାଇଁ କିଛି ବି ଅସମ୍ଭବ ନୁହଁ ।
😭😥😥😥😭

©Iswar Meher

sadddd #love_shayari

11 Love

[ମୋ ନୀଳ ଚନ୍ଦ୍ରମା ] ହେ ମୋର ଚନ୍ଦ୍ରମା, ମୋ ନୀଳ ଚନ୍ଦ୍ରମା ତୁମେ ନୀଳ ଆକାଶର, ଅସରନ୍ତି ସୁଷମା । ଆହା କି ମନୋହର, ତୁମରି ଶରୀର। ତୁମେ ସତେ ଗୋ, ଦୀପାଲୋକର ଭଣ୍ଡାର। ଲୁଚନାହିଁ ତୁମେ ଗୋ, ବାଦଲ ଉହାଡେ ଅସ୍ଥିରତା ଭରନାହିଁ, ମୋ ଜୀବନ ମୋଡେ। ଝୁରେ କାହିଁ ତୁମକୁ ମୁଁ, ଅନ୍ଧାରେ ଗୋ ଶଶୀ ମୋ ପ୍ରେମ ଅଳସି ତୁମେ, ମୋ ମନ ମାନସୀ। ଲକ୍ଷେ ତାରା ତୁଚ୍ଛ ସତେ,ତୁମେ ପାଖେ ଥିଲେ ସୁନ୍ଦର ଯେମିତି ଦିଶେ କଇଁ, ଥିଲେ ସେତ ଜଳେ। ବାମନଟେ ହେଲେବି ମୁଁ, ସ୍ୱଚ୍ଛ ମୋର ମନ ମୋ ହୃଦୟର ଦୀପଶିଖା, ସଦା ତୁମେ ଜହ୍ନ। ସମ୍ପର୍କର ଦୂରତା ଆମ, ଯେତେଦୂର ଥାଉ ବନ୍ଧନରେ ଆମ କାହା ,ଅଙ୍କୁଶ ନ ଲାଗୁ। ମୋ ବିଶ୍ୱାସ ଶରସୀରେ, ତୁମେ ଇନ୍ଦୁ କମଳ ଫୁଟି ହସୁଥାଅ ତୁମେ, ମୁ ହୁଏ କଲବଲ। କଳ୍ପନା ଇନ୍ଦ୍ରଧନୁ ରେ ,ତୁମେ ଅଟ ସପ୍ତରଙ୍ଗୀ ବିଶ୍ୱାସକୁ କେବେ ମୋର , ଯିବ ନାହିଁ ଭାଙ୍ଗି। ତୁମେ ଗୋ ବାନ୍ଧବୀ ମୋର, ସୁଖରେ ସୁଖରେ ତୁମଠାରେ ଅର୍ଘ୍ୟଢ଼ାଲେ, ମୁ ସଞ୍ଜ ସକାଳେ। ©Iswar Meher

#Nature♥️  [ମୋ ନୀଳ ଚନ୍ଦ୍ରମା ]

ହେ ମୋର ଚନ୍ଦ୍ରମା,  ମୋ ନୀଳ ଚନ୍ଦ୍ରମା
    ତୁମେ ନୀଳ ଆକାଶର,  ଅସରନ୍ତି ସୁଷମା ।
 ଆହା କି ମନୋହର,    ତୁମରି ଶରୀର। 
    ତୁମେ ସତେ ଗୋ,  ଦୀପାଲୋକର  ଭଣ୍ଡାର।
ଲୁଚନାହିଁ ତୁମେ ଗୋ,  ବାଦଲ ଉହାଡେ
    ଅସ୍ଥିରତା ଭରନାହିଁ,  ମୋ ଜୀବନ ମୋଡେ।
    ଝୁରେ କାହିଁ ତୁମକୁ ମୁଁ,  ଅନ୍ଧାରେ ଗୋ ଶଶୀ
      ମୋ ପ୍ରେମ ଅଳସି ତୁମେ, ମୋ ମନ ମାନସୀ।
   ଲକ୍ଷେ ତାରା ତୁଚ୍ଛ ସତେ,ତୁମେ ପାଖେ ଥିଲେ
        ସୁନ୍ଦର ଯେମିତି ଦିଶେ କଇଁ, ଥିଲେ ସେତ ଜଳେ।
ବାମନଟେ ହେଲେବି ମୁଁ, ସ୍ୱଚ୍ଛ ମୋର ମନ
 ମୋ ହୃଦୟର ଦୀପଶିଖା, ସଦା ତୁମେ ଜହ୍ନ।
ସମ୍ପର୍କର ଦୂରତା ଆମ, ଯେତେଦୂର ଥାଉ 
ବନ୍ଧନରେ ଆମ କାହା ,ଅଙ୍କୁଶ ନ ଲାଗୁ।  
  ମୋ ବିଶ୍ୱାସ ଶରସୀରେ, ତୁମେ ଇନ୍ଦୁ କମଳ
ଫୁଟି ହସୁଥାଅ ତୁମେ, ମୁ ହୁଏ କଲବଲ।   
  କଳ୍ପନା ଇନ୍ଦ୍ରଧନୁ ରେ ,ତୁମେ ଅଟ ସପ୍ତରଙ୍ଗୀ 
 ବିଶ୍ୱାସକୁ କେବେ ମୋର , ଯିବ ନାହିଁ ଭାଙ୍ଗି।
 ତୁମେ ଗୋ ବାନ୍ଧବୀ ମୋର, ସୁଖରେ ସୁଖରେ
ତୁମଠାରେ ଅର୍ଘ୍ୟଢ଼ାଲେ, ମୁ ସଞ୍ଜ ସକାଳେ।

©Iswar Meher

Mo Neela chandrama #Nature♥️

9 Love

#@ମୋ ସୁନା ଭାଉଜ @# ପନତକାନି ରେ କର ତୁମେ ନିଜର ସତେ କି ଯଶୋଦା ମାଆ, ଭୁଲିବି କେମିତି ତୁମ ସ୍ନେହ ପ୍ରିତି ତୁମେ ମୋ ଶୀତଳ ଚନ୍ଦ୍ରମା । ମାପି କି ପାରିବି ଆଉ କହାସାଥେ ମୁଁ ତୁମର ଗେହ୍ଲା ଧନ, ଯେବେ ସ୍ନେହ କର ନିଜଠୁ ଅଧିକ ମୁଁ ଭାବେ ତୁମ ସନ୍ତାନ । ପର ଜନ୍ମରେ ଥିଲା କି ସମ୍ପର୍କ ଏ ଜନ୍ମ ରେ ହେଲ ନିଜର, କର୍ତ୍ତବ୍ୟ ତୁମର କରିବେନି ହେଲା କରିବନି କେବେ ପର । କାହାପାଇଁ ଆଉ ମନ୍ଦିର ମୁ ଯିବି ତୁମେ ମୋ ଜିଅନ୍ତା ଦେବୀ, ଭାଇ ମୋର ପିତା ତୁମେ ମୋର ମାତା ପୂଜିବି ତୁମକୁ ନୀତି । ଚରଣ ଯୁଗଲେ ଥିବି ମୁଣ୍ଡପାତି ଦେବ ମୋତେ ସ୍ନେହ ,ଶ୍ରଦ୍ଧା, ତୁମ ଆର୍ଶିବାଦେ ହେବି ମୁଁ ବଡ଼ ମୋ ମନେ ଦେବନି ବାଧା । ମୋ ଦୁଃଖରେ ଦୁଃଖୀ ହୋଇଥାଅ ମୋ ସୁଖ ରେ ହୁଅ ସୁଖି, ନୁହେ କି ତୁମେ ମୋ ଯୋଶୋଦା ମା ' ହୋଇନ ପାରିଲେ ଦେବକୀ । ଭଲପାଇବା ରେ ବାନ୍ଧି ରଖିଥିବ ହେଲେ ମୁଁ ଯେତେ ଦୁଷ୍ଟ ସବୁବେଳେ ମତେ ଶିଖାଉ ଥିବ କହିବାକୁ ସଦା ମିଷ୍ଟ । ©Iswar Meher

 #@ମୋ ସୁନା ଭାଉଜ @#

ପନତକାନି ରେ କର ତୁମେ ନିଜର
ସତେ କି ଯଶୋଦା ମାଆ,
ଭୁଲିବି କେମିତି ତୁମ ସ୍ନେହ ପ୍ରିତି
ତୁମେ ମୋ ଶୀତଳ ଚନ୍ଦ୍ରମା ।
ମାପି କି ପାରିବି ଆଉ କହାସାଥେ
ମୁଁ ତୁମର ଗେହ୍ଲା ଧନ,
ଯେବେ ସ୍ନେହ କର ନିଜଠୁ ଅଧିକ
ମୁଁ ଭାବେ ତୁମ ସନ୍ତାନ ।
ପର ଜନ୍ମରେ ଥିଲା କି ସମ୍ପର୍କ
ଏ ଜନ୍ମ ରେ ହେଲ ନିଜର,
କର୍ତ୍ତବ୍ୟ ତୁମର କରିବେନି ହେଲା 
କରିବନି କେବେ ପର  ।
କାହାପାଇଁ ଆଉ ମନ୍ଦିର ମୁ ଯିବି
ତୁମେ ମୋ ଜିଅନ୍ତା ଦେବୀ,
ଭାଇ ମୋର ପିତା ତୁମେ ମୋର ମାତା
ପୂଜିବି ତୁମକୁ ନୀତି ।
ଚରଣ ଯୁଗଲେ ଥିବି ମୁଣ୍ଡପାତି
ଦେବ ମୋତେ ସ୍ନେହ ,ଶ୍ରଦ୍ଧା,
ତୁମ ଆର୍ଶିବାଦେ ହେବି ମୁଁ ବଡ଼
ମୋ ମନେ ଦେବନି ବାଧା ।
ମୋ ଦୁଃଖରେ ଦୁଃଖୀ ହୋଇଥାଅ 
ମୋ ସୁଖ ରେ ହୁଅ ସୁଖି,
ନୁହେ କି ତୁମେ ମୋ ଯୋଶୋଦା ମା '
ହୋଇନ ପାରିଲେ ଦେବକୀ ।
ଭଲପାଇବା ରେ ବାନ୍ଧି ରଖିଥିବ
ହେଲେ ମୁଁ ଯେତେ ଦୁଷ୍ଟ
ସବୁବେଳେ ମତେ ଶିଖାଉ ଥିବ
କହିବାକୁ ସଦା ମିଷ୍ଟ ।

©Iswar Meher

woq #ମୋ ସୁନା ଭାଉଜ

10 Love

ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, ମୂଲ୍ୟବାନ ', ହସୁଥିଲି ହସ ସମୟ କି ବଡ଼ ନଦେଇ ତାହାକୁ ଧ୍ୟାନ । ପାଖେପାଖେ ଥିଲା ସଦା କହୁଥିଲା ସଦୁପଯୋଗ ମୋ କର, ଥରେ ଚାଲିଗଲେ ଆସିବିନି ଫେରି କହିବନି କଲା ପର । ଚଗଲା ମୋ ମନ ବୁଝିଲାନି କିଛି ସମୟ କି ବଡ଼ ମୋ ଠାରୁ ? କେତେ ଯେ ସମୟ ଗଲାଣିତ ଚାଲି କ'ଣ ହେଇଛି କି ସେଥିରୁ ? ଭର୍ସନା ଯେ କେତେ କରିଛି ତାହାକୁ କରିନି କେବେ ଖାତିରି, ହସି ଉଡାଇଛି ତାହାରି କଥାକୁ ଟିକିଏ ବି ଭାବିନାହି । ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା ସମୟ ଚାଲିଲା ସରି.. ତଥାପି ସମୟ କହେ ଥର ଥର ଗଲେ ଆସିବିନି ଫେରି। ଧିକ୍ ରେ ଜୀବନ କଲୁ ଏ କି କାମ ବୁଝିଲୁ ନାହିଁ କି ତାକୁ, ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ ଫେରି ପାଇବୁକି ଆଉ । ହଜିଲା ସମୟ ଫେରି କି ଆସିବ ଥରେ ଚାଲିଗଲେ ଭାଇ, ସୁଖକୁ ଜାବୁଡ଼ି ଯେତେ ଧରିଥିଲେ ଦୁଃଖ ଆସିଯିବ ସେହି । ଦିନ ତ ଆସିବ ଏମିତି ହୋଇବ ସମୟକୁ ହେବୁ ଭାଲି, ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ ସମୟ ଯାଇଛି ଚାଲି । ©Iswar Meher

#Ishu  ସମୟ ଯାଇଛି ଚାଲି

ଦିନେ ଆସିଥିଲା  ସମୟ ପାଖକୁ
କହିଲା ମୁଁ, ମୂଲ୍ୟବାନ ',
ହସୁଥିଲି ହସ  ସମୟ କି ବଡ଼
ନଦେଇ ତାହାକୁ ଧ୍ୟାନ ।
ପାଖେପାଖେ ଥିଲା  ସଦା କହୁଥିଲା
ସଦୁପଯୋଗ ମୋ କର,
ଥରେ ଚାଲିଗଲେ   ଆସିବିନି ଫେରି
କହିବନି କଲା ପର ।
ଚଗଲା ମୋ ମନ  ବୁଝିଲାନି କିଛି
ସମୟ କି ବଡ଼ ମୋ ଠାରୁ ?
କେତେ ଯେ ସମୟ  ଗଲାଣିତ ଚାଲି
କ'ଣ ହେଇଛି କି ସେଥିରୁ ?
ଭର୍ସନା ଯେ କେତେ  କରିଛି ତାହାକୁ
କରିନି କେବେ ଖାତିରି,
ହସି ଉଡାଇଛି  ତାହାରି କଥାକୁ
ଟିକିଏ ବି ଭାବିନାହି ।
ଆୟୁଷ ସିନା ମୋ   ବଢ଼ି ବଢ଼ି ଗଲା
ସମୟ ଚାଲିଲା ସରି..
ତଥାପି ସମୟ  କହେ ଥର ଥର
ଗଲେ ଆସିବିନି ଫେରି।
ଧିକ୍ ରେ ଜୀବନ  କଲୁ ଏ କି କାମ
ବୁଝିଲୁ ନାହିଁ କି ତାକୁ,
ଗୋଟିଏ ମୁହୂର୍ତ୍ତ  ଅଟେ କି ଅମୂଲ୍ୟ
ଫେରି ପାଇବୁକି ଆଉ ।
ହଜିଲା ସମୟ  ଫେରି କି ଆସିବ
ଥରେ ଚାଲିଗଲେ ଭାଇ,
ସୁଖକୁ ଜାବୁଡ଼ି  ଯେତେ ଧରିଥିଲେ
ଦୁଃଖ ଆସିଯିବ ସେହି ।
ଦିନ ତ ଆସିବ  ଏମିତି ହୋଇବ
ସମୟକୁ ହେବୁ ଭାଲି,
ଭାଗ୍ୟକୁ କହିବୁ  ନିଜକୁ ନିନ୍ଦିବୁ
ସମୟ ଯାଇଛି ଚାଲି ।

©Iswar Meher

TIME WASTE IS LIFE WASTE.. #Ishu

12 Love

 କଁଅଳ ଶିଶୁକନ୍ୟାର କରୁଣ ଚିତ୍କାର

ମୁଁ ବଞ୍ଚିବାକୁ ଚାହେଁ , ମତେ ବଞ୍ଚିବାକୁ ଦିଅ..
ମୋ ଇଚ୍ଛା ଦୁନିଆକୁ , ମତେ ଦେଖିବାକୁ ଦିଅ. ।
ମୁଁ ନିଷ୍ପାପ କନ୍ୟା ଟିଏ , ମତେ ପାପି କୁହନା
ମୁଁ ଆଶାର ଦୀପଟିଏ , ମୋତେ ଲିଭେଇ ଦିଅନା. ।
ମୋ ଜନ୍ମିବା ବୋଝ ନୁହଁ , କାହିଁ ଏତେ ଘୃଣା କର..
ମୁଁ ଡଷ୍ଟବିନ୍ ର ଅଳିଆ ନୁହଁ , କଣ ପାଇଁ ଫିଙ୍ଗିଦିଅ ?
ମୁଁ ଗୋଟିଏ ସୁଯୋଗ ଚାହେଁ , ବାସ୍ ଭ୍ରୁଣହତ୍ୟା କରନା
ମୁଁ ସେହି ଶିକ୍ଷା ଚାହେଁ  ,  ବାସ୍ ନାରୀତ୍ଵ ହରାଇନା. ।
ମୁଁ ସମାଜର କଳଙ୍କ ନୁହଁ , କରନା ମୋତେ କଳଙ୍କିତ..
ମୁଁ ଖେଳିବା କଣ୍ଢେଇ ନୁହଁ , ଖେଳନା ମୋ ସହିତ . ।
ପାଦେ ପାଦେ ଏଠି କାମରାକ୍ଷସ , ସବୁଦିନ ବଳୀ ମୋର
କାମୁକ ଭୋକ ମେଣ୍ଟାଇବା , ବଳାକ୍ତାର ମୋ ଶରୀର. ।
କଳୁଷିତ ଏହି ସମାଜ ରେ , କଳଙ୍କ ଯେ ସବୁ ମୋର..
ନ୍ୟାୟ, ଅନ୍ୟାୟ  ବିଚାରେ କିଏ, ଆଇନ ତ ଏଠି ବଧିର ।
କାମନାର ଏହି ଜଟିଳ ରଜ୍ଜୁରୁ, ମୁକ୍ତି ନାହିଁ କି ମୋର..
କ'ଣ କେବେ ବୁଝିବନି ସମାଜ, ନାରୀ ଜନ୍ମର ସାର ।
ଭାବନାହିଁ କେହି ଅଭିଶାପ , ଜନ୍ମମୋର ବରଦାନ..
ମୁଁ ବି କାହାର ଭଉଣୀ, ମାଆ, ଏହା କି ତୁମେ ନ ଜାଣ।
କନ୍ୟରୂପେ ମୁହିଁ ଲକ୍ଷ୍ମୀ ଟିଏ , କରନାହିଁ ଅନାଦର..
ଦୁର୍ଗାରୂପେ ମୁ ଶକ୍ତି ସ୍ୱରୂପା, କରନାହିଁ ହତାଦର. ।
ମୁଁ ନୁହଁ ଅବଳା, ଦୂର୍ବଲା , ଭାବନହିଁ ଶକ୍ତିହୀନ..
ରାଗିଲେ ମୁ କାଳୀ,ଚଣ୍ଡିକା , କରିବି ମୁଣ୍ଡହୀନ. ।

©Iswar Meher

write' for girls child ,।।

72 View

Trending Topic