ସମୟ ଯାଇଛି ଚାଲି
ଦିନେ ଆସିଥିଲା ସମୟ ପାଖକୁ
କହିଲା ମୁଁ, ମୂଲ୍ୟବାନ ',
ହସୁଥିଲି ହସ ସମୟ କି ବଡ଼
ନଦେଇ ତାହାକୁ ଧ୍ୟାନ ।
ପାଖେପାଖେ ଥିଲା ସଦା କହୁଥିଲା
ସଦୁପଯୋଗ ମୋ କର,
ଥରେ ଚାଲିଗଲେ ଆସିବିନି ଫେରି
କହିବନି କଲା ପର ।
ଚଗଲା ମୋ ମନ ବୁଝିଲାନି କିଛି
ସମୟ କି ବଡ଼ ମୋ ଠାରୁ ?
କେତେ ଯେ ସମୟ ଗଲାଣିତ ଚାଲି
କ'ଣ ହେଇଛି କି ସେଥିରୁ ?
ଭର୍ସନା ଯେ କେତେ କରିଛି ତାହାକୁ
କରିନି କେବେ ଖାତିରି,
ହସି ଉଡାଇଛି ତାହାରି କଥାକୁ
ଟିକିଏ ବି ଭାବିନାହି ।
ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା
ସମୟ ଚାଲିଲା ସରି..
ତଥାପି ସମୟ କହେ ଥର ଥର
ଗଲେ ଆସିବିନି ଫେରି।
ଧିକ୍ ରେ ଜୀବନ କଲୁ ଏ କି କାମ
ବୁଝିଲୁ ନାହିଁ କି ତାକୁ,
ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ
ଫେରି ପାଇବୁକି ଆଉ ।
ହଜିଲା ସମୟ ଫେରି କି ଆସିବ
ଥରେ ଚାଲିଗଲେ ଭାଇ,
ସୁଖକୁ ଜାବୁଡ଼ି ଯେତେ ଧରିଥିଲେ
ଦୁଃଖ ଆସିଯିବ ସେହି ।
ଦିନ ତ ଆସିବ ଏମିତି ହୋଇବ
ସମୟକୁ ହେବୁ ଭାଲି,
ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ
ସମୟ ଯାଇଛି ଚାଲି ।
©Iswar Meher
TIME WASTE IS LIFE WASTE..
#Ishu