ସାଗରେ ଉଠୁଥିବା ତରଙ୍ଗକୁ ଦେଖି 
ମନରେ କେତେ ଯେ ପ୍ରଶ୍ନ ଉଙ
  • Latest
  • Popular
  • Video

ସାଗରେ ଉଠୁଥିବା ତରଙ୍ଗକୁ ଦେଖି ମନରେ କେତେ ଯେ ପ୍ରଶ୍ନ ଉଙ୍କିମାରେ, ଉତ୍ତର ଖୋଜି ପାଇବାର ଅଭିଳାଷା ମନକୁ ମୋର ବାରମ୍ବାର ନିରାଶା କରେ । ପୁଷ୍କରିଣୀ ର କୁଳୁକୁଳୁ ଜଳ ଧାରା ମନକୁ ମୋର ଆନମନା କରିଯାଏ, ସମୀର ର ମିଠା ଶୀତଳତା କାନେ ମୋର ଗୁଣୁଗୁଣୁ ହୋଇ ଗୀତ ଟିଏ ଗାଏ । ମୁଁ ହଜେଇ ଦିଏ କେବେ କେବେ ନିଜକୁ ବିହଙ୍ଗ ମାନଙ୍କ ରାବ ଶୁଣି, ବଗିଚାରେ ଥିବା ବିଭିନ୍ନ ପୁଷ୍ପ ସବୁ ମନକୁ ମୋର ନିଅନ୍ତି କିଣି । ବାରିଦ କୁ ଦେଖିଦେଲେ ଗଗନେ ମନେ ମୋର ଆନନ୍ଦର ଲହରୀ ଖେଳିଯାଏ, ବାରି ନମିଳିଲେ ବି ମୋତେ ଓଠରେ ଥିବା ତୃଷ୍ଣା ମୋର ସବୁ ମେଣ୍ଟିଯାଏ । ନଈ ତଟେ ବସି ନାଆ କୁ ଭାସି ବାର ଦେଖେ, ରାତ୍ରି ର ଅନ୍ଧକାର ରେ ଶଶୀ କୁ ଚାହିଁ ମୁଁ କେତେ ଯେ କବିତା ଲେଖେ । ©Lili Dey

 ସାଗରେ ଉଠୁଥିବା ତରଙ୍ଗକୁ ଦେଖି 
ମନରେ କେତେ ଯେ ପ୍ରଶ୍ନ ଉଙ୍କିମାରେ,
ଉତ୍ତର ଖୋଜି ପାଇବାର ଅଭିଳାଷା 
ମନକୁ ମୋର ବାରମ୍ବାର ନିରାଶା କରେ ।
ପୁଷ୍କରିଣୀ ର କୁଳୁକୁଳୁ ଜଳ ଧାରା 
ମନକୁ ମୋର ଆନମନା କରିଯାଏ,
ସମୀର ର ମିଠା ଶୀତଳତା 
କାନେ ମୋର ଗୁଣୁଗୁଣୁ ହୋଇ ଗୀତ ଟିଏ ଗାଏ ।
ମୁଁ ହଜେଇ ଦିଏ କେବେ କେବେ ନିଜକୁ 
ବିହଙ୍ଗ ମାନଙ୍କ ରାବ ଶୁଣି,
ବଗିଚାରେ ଥିବା ବିଭିନ୍ନ ପୁଷ୍ପ ସବୁ 
ମନକୁ ମୋର ନିଅନ୍ତି କିଣି ।
ବାରିଦ କୁ ଦେଖିଦେଲେ ଗଗନେ 
ମନେ ମୋର ଆନନ୍ଦର ଲହରୀ ଖେଳିଯାଏ,
ବାରି ନମିଳିଲେ ବି ମୋତେ 
ଓଠରେ ଥିବା ତୃଷ୍ଣା ମୋର ସବୁ ମେଣ୍ଟିଯାଏ ।
ନଈ ତଟେ ବସି 
ନାଆ କୁ ଭାସି ବାର ଦେଖେ,
ରାତ୍ରି ର ଅନ୍ଧକାର ରେ 
ଶଶୀ କୁ ଚାହିଁ ମୁଁ କେତେ ଯେ କବିତା ଲେଖେ ।

©Lili Dey

ମନ ର କଥା

16 Love

Trending Topic