ସାଗରେ ଉଠୁଥିବା ତରଙ୍ଗକୁ ଦେଖି
ମନରେ କେତେ ଯେ ପ୍ରଶ୍ନ ଉଙ୍କିମାରେ,
ଉତ୍ତର ଖୋଜି ପାଇବାର ଅଭିଳାଷା
ମନକୁ ମୋର ବାରମ୍ବାର ନିରାଶା କରେ ।
ପୁଷ୍କରିଣୀ ର କୁଳୁକୁଳୁ ଜଳ ଧାରା
ମନକୁ ମୋର ଆନମନା କରିଯାଏ,
ସମୀର ର ମିଠା ଶୀତଳତା
କାନେ ମୋର ଗୁଣୁଗୁଣୁ ହୋଇ ଗୀତ ଟିଏ ଗାଏ ।
ମୁଁ ହଜେଇ ଦିଏ କେବେ କେବେ ନିଜକୁ
ବିହଙ୍ଗ ମାନଙ୍କ ରାବ ଶୁଣି,
ବଗିଚାରେ ଥିବା ବିଭିନ୍ନ ପୁଷ୍ପ ସବୁ
ମନକୁ ମୋର ନିଅନ୍ତି କିଣି ।
ବାରିଦ କୁ ଦେଖିଦେଲେ ଗଗନେ
ମନେ ମୋର ଆନନ୍ଦର ଲହରୀ ଖେଳିଯାଏ,
ବାରି ନମିଳିଲେ ବି ମୋତେ
ଓଠରେ ଥିବା ତୃଷ୍ଣା ମୋର ସବୁ ମେଣ୍ଟିଯାଏ ।
ନଈ ତଟେ ବସି
ନାଆ କୁ ଭାସି ବାର ଦେଖେ,
ରାତ୍ରି ର ଅନ୍ଧକାର ରେ
ଶଶୀ କୁ ଚାହିଁ ମୁଁ କେତେ ଯେ କବିତା ଲେଖେ ।
©Lili Dey
ମନ ର କଥା