ସାଧାରଣତନ୍ତ୍ର ଦିବସ
ଦୁଇ ଶତାଧିକ ବରଷ ପାହିଲା
ଗୋରା ଅତ୍ୟାଚାର ସହି
ମହା ମନୀଷୀଙ୍କ ବିଦ୍ରୋହର ବହ୍ନି
ତାପେ ନପାରିଲେ ରହି।
ତେର ନଈ ସାତ ଦରିଆକୁ ଡେଇଁ
ଗମିଲେ ବଣିକ ଜାତି
ପରାଧୀନତାର ଛିଣ୍ଡିଲା ଶୃଙ୍ଖଳ
ବଜାଇ ବିଜୟ ଗୀତି।
ଉଣେଇଶି ଶହ ପଚାଶ ମସିହା
ଛବିଶିର ଜାନୁୟାରୀ
ସ୍ୱାଧୀନ ଭାରତେ ହୋଇଥିଲା ଆମ
ସମ୍ବିଧାନ କାର୍ଯ୍ୟକାରୀ।
ଭାରତ ହୋଇଲା ସାର୍ବଭୌମ
ଗଣତାନ୍ତ୍ରିକ ରାଷ୍ଟ୍ର
ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥା
ହୋଇ ଗଲା ପରା ଅନ୍ତ।
ସାଧାରଣତନ୍ତ୍ର ବ୍ୟବସ୍ଥା ଚାଲିଲା
ଆମ ଏ ସ୍ୱାଧୀନ ଦେଶେ
ବୃହତ ଲିଖିତ ସମ୍ବିଧାନ ଏ
ମହାନ ଅଟଇ ବିଶ୍ୱେ।
ଆମ ହାତେ ଆମ ଶାସନର ଡୋରି
ସୁଖ, ଶିରୀ ଫେରିଅଛି
ସଭିଏଁ ସମାନ ହିନ୍ଦୁ, ମୁସଲମାନ
ଖ୍ରୀଷ୍ଟିଆନ, ଶିଖ, ପାର୍ସୀ।
ଭାରତ ମାତାର ସଭିଏଁ ସନ୍ତାନ
କରିବା ଆଜି ଶପଥ
ଜାତିର ଗୌରବ ଏ ତ୍ରିରଙ୍ଗା ତଳେ
ସର୍ବେ ହୋଇ ଏକତ୍ରିତ।
ଜନମଭୂମିର ରଖିବା ସମ୍ମାନ
ଦେଇ ନିଜ ପ୍ରାଣ ବଳି
ଗଣତନ୍ତ୍ରର ସୁରଭି ବାଣ୍ଟିବା
ସମ୍ବିଧାନ ରଙ୍ଗ ବୋଳି।
ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ
©SAROJINI BEHERA
Continue with Social Accounts
Facebook Googleor already have account Login Here