Subrat Kanungo

Subrat Kanungo

  • Latest
  • Popular
  • Video

ଆଜି ଅତିତର ଭୂତ ସହ ଭେଟ ହେଲା ବଡ ବଡ ନଖ ଦାନ୍ତ ଦେଖାଇ ବେସ୍ କେଇଘଡି ସିଏ ମୋତେ ଡରାଇଲା। ମୁଁ ବହେ କାନ୍ଦିଲି, ଅନୁଶୋଚନା କଲି ଭାବିଲି ଏପରି ଯନ୍ତ୍ରଣା ଠାରୁ ମୃତ୍ୟୁ ଶ୍ରେୟସ୍କର... ଆଉ ମରଣ ଦିଗରେ ବାହାରି ପଡିଲି। ମୃତ୍ୟୁ ଦିଗରେ ପାଦ ବଢାଇଛି କି ନାହିଁ ମୋ ହାତ ପାପୁଲିର ରେଖାମାନେ ଅଟକାଇଦେଲେ... ଆଉ ସନ୍ତର୍ପଣରେ କହିଲେ- "ରହିଯାଅ " ଅପେକ୍ଷା କରିଛି ତୁମକୁ ଆଉ ଏକ ଯୁଗ... ଯହିଁରେ ଭୂତଟା କେବଳ କାଳ୍ପନିକ ଆଉ ତୁମେ ହିଁ ଧୃବ ସତ୍ୟ !’ ସତରେ କ’ଣ ମୁଁ ଏତେ ଆବଶ୍ୟକ? ….✍🏼 ©Subrat Kanungo

#lonely  ଆଜି 
ଅତିତର ଭୂତ ସହ ଭେଟ ହେଲା 
ବଡ ବଡ ନଖ ଦାନ୍ତ ଦେଖାଇ ବେସ୍ କେଇଘଡି
ସିଏ ମୋତେ ଡରାଇଲା।
ମୁଁ ବହେ କାନ୍ଦିଲି, ଅନୁଶୋଚନା କଲି
ଭାବିଲି ଏପରି ଯନ୍ତ୍ରଣା ଠାରୁ ମୃତ୍ୟୁ ଶ୍ରେୟସ୍କର...
ଆଉ ମରଣ ଦିଗରେ ବାହାରି ପଡିଲି।

ମୃତ୍ୟୁ ଦିଗରେ ପାଦ ବଢାଇଛି କି ନାହିଁ 
ମୋ ହାତ ପାପୁଲିର ରେଖାମାନେ 
ଅଟକାଇଦେଲେ...
ଆଉ ସନ୍ତର୍ପଣରେ କହିଲେ-
"ରହିଯାଅ "
ଅପେକ୍ଷା କରିଛି ତୁମକୁ 
ଆଉ ଏକ ଯୁଗ...
ଯହିଁରେ ଭୂତଟା କେବଳ କାଳ୍ପନିକ
ଆଉ ତୁମେ ହିଁ ଧୃବ ସତ୍ୟ !’

ସତରେ କ’ଣ ମୁଁ ଏତେ ଆବଶ୍ୟକ?

….✍🏼

©Subrat Kanungo

#lonely

13 Love

କିଏ କହିଲା ପ୍ରେମ ଜୀବନରେ ଥରେ ହୁଏ ବୋଲି... ଯେତେ ଥର ମୁଁ ତାକୁ ମୋ ସାମ୍ନାରେ ଦେଖିଛି ସେତେଥର ତା ପ୍ରେମରେ ପଡ଼ିଛି... ଯେତେ ଥର ତା ଆଖିରେ ମୋ ଆଖି ମିଶିଛି ସେତେଥର ମୁଁ ତା ମନରେ ଲୁଚିରହିଥ‌ିବା ଅକୁହା କଥା ସବୁକୁ ପଢ଼ିଛି... ଯେତେ ଥର ତା ସହ ପାଦ ମିଶାଇ କିଛି ବାଟ ଚାଲିଛି ମତେ ସବୁଥର ଲାଗିଛି ମୋ ପାଇଁ ଠିକଣା ନାହିଁ ଖାଲି ତା'ସହ ଚାଲିବାର ବାଟ ଅଛି.. ଦୁନିଆଁର ଭିଡ଼ ଭିତରେ ସେ ଏକା ଗୋଟିଏ ଲୋକ ନିଜର ଲାଗିଛି... ତା ଓଠରେ ହସ ଦେଖି ମୁଁ ତା ହସରେ ହସିଛି.. ତା ନିରବ ଭାଷାକୁ ବି ମୁଁ ପଢ଼ିଛି.. କିଏ କହିଲା ପ୍ରେମ ଜୀବନରେ ଥରେ ହୁଏ ବୋଲି... ©Subrat Kanungo

#lonely  କିଏ କହିଲା 
ପ୍ରେମ ଜୀବନରେ ଥରେ ହୁଏ ବୋଲି...
ଯେତେ ଥର ମୁଁ ତାକୁ ମୋ ସାମ୍ନାରେ ଦେଖିଛି
ସେତେଥର ତା ପ୍ରେମରେ ପଡ଼ିଛି... 
ଯେତେ ଥର ତା ଆଖିରେ ମୋ ଆଖି ମିଶିଛି
ସେତେଥର ମୁଁ ତା ମନରେ ଲୁଚିରହିଥ‌ିବା 
ଅକୁହା କଥା ସବୁକୁ ପଢ଼ିଛି...
ଯେତେ ଥର ତା ସହ ପାଦ ମିଶାଇ 
କିଛି ବାଟ ଚାଲିଛି 
ମତେ ସବୁଥର ଲାଗିଛି
ମୋ ପାଇଁ ଠିକଣା ନାହିଁ 
ଖାଲି ତା'ସହ ଚାଲିବାର ବାଟ ଅଛି..
ଦୁନିଆଁର ଭିଡ଼ ଭିତରେ 
ସେ ଏକା ଗୋଟିଏ ଲୋକ 
ନିଜର ଲାଗିଛି...
ତା ଓଠରେ ହସ ଦେଖି
ମୁଁ ତା ହସରେ ହସିଛି..
ତା ନିରବ ଭାଷାକୁ 
ବି ମୁଁ ପଢ଼ିଛି..
କିଏ କହିଲା 
ପ୍ରେମ ଜୀବନରେ 
ଥରେ ହୁଏ ବୋଲି...

©Subrat Kanungo

#lonely

14 Love

ଜୀବନକୁ ମାଗିଥିଲି ଦି ଧାର ଲୁହ କିଏ ଜାଣିଥିଲା ବଦଳରେ ଧାରା ଶ୍ରାବଣ ଆଣି ଭିଜେଇଦେବ ସାରା ଶରୀର। ଆକାଶକୁ ମାଗିଥିଲି ମୁଠାଏ ବାଦାଲ ମୁଁ କି ଜାଣିଥିଲି ଅମାବାସ୍ୟାର ରାତି ଆଣି ମୋ ସହରକୁ କରିଦେବ ସମ୍ପୂର୍ଣ ଅନ୍ଧାର। ଶୀତ କୁ ମାଗିଥିଲି ଦି ଟୋପା କାକର କିଏ ଜାଣିଥିଲା ବଦଳରେ ଅଣନିଶ୍ୱାସୀ କରିଦେବ ଛାତିରେ ଥୋଇଦେଇ ସକାଳର ଅସମ୍ଭାଳ ଜାଡ଼ର ପଥର। ©Subrat Kanungo

#lonely  ଜୀବନକୁ ମାଗିଥିଲି ଦି ଧାର ଲୁହ 
କିଏ ଜାଣିଥିଲା 
ବଦଳରେ ଧାରା ଶ୍ରାବଣ ଆଣି 
ଭିଜେଇଦେବ ସାରା ଶରୀର।
ଆକାଶକୁ ମାଗିଥିଲି ମୁଠାଏ ବାଦାଲ
ମୁଁ କି ଜାଣିଥିଲି 
ଅମାବାସ୍ୟାର ରାତି ଆଣି 
ମୋ ସହରକୁ କରିଦେବ 
ସମ୍ପୂର୍ଣ ଅନ୍ଧାର।
ଶୀତ କୁ ମାଗିଥିଲି ଦି ଟୋପା କାକର 
କିଏ ଜାଣିଥିଲା 
ବଦଳରେ ଅଣନିଶ୍ୱାସୀ କରିଦେବ 
ଛାତିରେ ଥୋଇଦେଇ 
ସକାଳର ଅସମ୍ଭାଳ 
ଜାଡ଼ର ପଥର।

©Subrat Kanungo

#lonely

14 Love

"ତୁମେ ଗଲା ପରେ" ------------------------ ମନର ଅଗଣା ଶୂନ୍ୟ ପଡ଼ିଅଛି ହୃଦୟ ପଡିଛି ଖାଲି ତୁମେ ଗଲା ପରେ ପାଷାଣ ଶରୀର ପାରୁନି ଆଗକୁ ଚାଲି.. ମୋ ମନରେ କେତେ ସ୍ୱପ୍ନ ସଜାଇଲ ପୂରଣ କରିଲ ନାହିଁ ଅଧା ବାଟେ ମୋତେ ପର କରିଦେଲ ନିଃସଙ୍ଗ ଯେ ଲାଗୁଥାଇ... ଆଉ କା ଜୀବନେ ସଂଜୀବନୀ ଦେଲ ଗଢ଼ିଲ ନୂଆ ସଂସାର ମୋ ଜୀବନ ପଥ ଶୂନ୍ୟ କରିଦେଲ ବଞ୍ଚିବା ଲାଗେ ଅସାର... ଏତେ କଥା ଯଦି ତୁମ ମନେ ଥିଲା ସମ୍ପର୍କ ଗଢ଼ିଲ କାହିଁ ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ ଆଖି ଲୁହ ହୁଏ ନଈ... ©Subrat Kanungo

#lonely  "ତୁମେ ଗଲା ପରେ"
------------------------
ମନର ଅଗଣା ଶୂନ୍ୟ ପଡ଼ିଅଛି
ହୃଦୟ ପଡିଛି ଖାଲି
ତୁମେ ଗଲା ପରେ ପାଷାଣ ଶରୀର
ପାରୁନି ଆଗକୁ ଚାଲି..
ମୋ ମନରେ କେତେ ସ୍ୱପ୍ନ ସଜାଇଲ
ପୂରଣ କରିଲ ନାହିଁ
ଅଧା ବାଟେ ମୋତେ ପର କରିଦେଲ
ନିଃସଙ୍ଗ ଯେ ଲାଗୁଥାଇ...
ଆଉ କା ଜୀବନେ ସଂଜୀବନୀ ଦେଲ
ଗଢ଼ିଲ ନୂଆ ସଂସାର
ମୋ ଜୀବନ ପଥ ଶୂନ୍ୟ କରିଦେଲ
ବଞ୍ଚିବା ଲାଗେ ଅସାର...
ଏତେ କଥା ଯଦି ତୁମ ମନେ ଥିଲା
ସମ୍ପର୍କ ଗଢ଼ିଲ କାହିଁ
ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ
ଆଖି ଲୁହ ହୁଏ ନଈ...

©Subrat Kanungo

#lonely

14 Love

ତୁମେ ମୋ ପାଇଁ କ'ଣ ଜାଣିଛ? ତୁମେ ମୋର ଶୀତ ସକାଳର ଗରମ ଚା' ପରି, ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, ତୁମେ ମୋର ଗ୍ରୀଷ୍ମ ଋତୁର ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, ତୁମେ ମୋର ଜଣେ ଚିତ୍ରକାରର ତୁଳୀରେ ଆଙ୍କି ହେଉଥିବା ସୁନ୍ଦର ଚିତ୍ର ପରି, ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, ତୁମେ ମୋର ଆଖିରୁ ବାହାରୁଥିବା ଅଦେଖା ଲୁହ ପରି, ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା ମୋର ଅକୁହା ଶବ୍ଦ ପରି। ©Subrat Kanungo

#lonely  ତୁମେ ମୋ ପାଇଁ କ'ଣ ଜାଣିଛ? 
ତୁମେ ମୋର ଶୀତ ସକାଳର ଗରମ ଚା' ପରି, 
ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, 
ତୁମେ ମୋର ଗ୍ରୀଷ୍ମ ଋତୁର 
ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, 
ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, 
ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, 
ତୁମେ ମୋର ଜଣେ ଚିତ୍ରକାରର 
ତୁଳୀରେ  ଆଙ୍କି ହେଉଥିବା  ସୁନ୍ଦର ଚିତ୍ର ପରି, 
ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... 
କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, 
ତୁମେ ମୋର  ଆଖିରୁ ବାହାରୁଥିବା 
ଅଦେଖା ଲୁହ ପରି, 
ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା 
ମୋର ଅକୁହା ଶବ୍ଦ ପରି।

©Subrat Kanungo

#lonely

16 Love

ମୋ ଗାଁ ସରଗପୁର ------------------------- ଏପଟରେ ନଦୀ ସେପଟରେ ବିଲ ଆଗରେ ମନ୍ଦିର ଠିଆ ଏଇଠି ବଢିଲି ଏଇଠି ପଢିଲି ଏଇ ମୋ ଛୋଟିଆ ଗାଁ ପେଟ ପୋଷିବାକୁ ସହରକୁ ଗଲି ସହରରେ କଲି ଘର ସହରକୁ ଯେତେ ନିଜର ଭାବୁଛି ସହର ସେତିକି ପର ଗାଁରେ ପଛେ ମୁଁ ଥାଏ କି ନଥାଏ ସମସ୍ତେ ଜାଣନ୍ତି ମୋତେ ସହରରେ ମେତେ ଚିହ୍ନିପାରନ୍ତିନି ମୋ ଘର ପଡୋଶୀ ଯେତେ ସହରୀ ମଣିଷ ତତଲା ନିଶ୍ୱାସ ବିଶ୍ୱାସରେ ଭରା ବିଷ ଗାଁ ମଣିଷଙ୍କ ଦରଦୀ ହୃଦୟ ମନଖୋଲା ତାଙ୍କ ହସ ସହରକୁ ଟାଣେ ସ୍ବାର୍ଥର ଦଉଡି ଗାଁ କୁ ମମତା ଡୋର ଧନ ନୁହେଁ ଏଠି ମନ ବଡ ବୋଲି ଗାଁ ଲାଗେ ଆପଣାର ସହର ବୁକୁରେ ଅନ୍ଧାରଠୁ ବେଶି ଆଲୁଅକୁ ଲାଗେ ଡର ଅନ୍ଧାରୀ ମୂଲକ ହେଉ ପଛେ ଗାଁ ମୋ ପାଇଁ ସରଗ ପୁର ©Subrat Kanungo

#ColdMoon  ମୋ ଗାଁ ସରଗପୁର 
-------------------------
ଏପଟରେ ନଦୀ ସେପଟରେ ବିଲ
ଆଗରେ ମନ୍ଦିର ଠିଆ
ଏଇଠି ବଢିଲି ଏଇଠି ପଢିଲି
ଏଇ ମୋ ଛୋଟିଆ ଗାଁ
ପେଟ ପୋଷିବାକୁ ସହରକୁ ଗଲି
ସହରରେ କଲି ଘର
ସହରକୁ ଯେତେ ନିଜର ଭାବୁଛି
ସହର ସେତିକି ପର
ଗାଁରେ ପଛେ ମୁଁ ଥାଏ କି ନଥାଏ
ସମସ୍ତେ ଜାଣନ୍ତି ମୋତେ
ସହରରେ ମେତେ ଚିହ୍ନିପାରନ୍ତିନି
ମୋ ଘର ପଡୋଶୀ ଯେତେ
ସହରୀ ମଣିଷ ତତଲା ନିଶ୍ୱାସ
ବିଶ୍ୱାସରେ ଭରା ବିଷ
ଗାଁ ମଣିଷଙ୍କ ଦରଦୀ ହୃଦୟ
ମନଖୋଲା ତାଙ୍କ ହସ
ସହରକୁ ଟାଣେ ସ୍ବାର୍ଥର ଦଉଡି
ଗାଁ କୁ ମମତା ଡୋର
ଧନ ନୁହେଁ ଏଠି ମନ ବଡ ବୋଲି
ଗାଁ ଲାଗେ ଆପଣାର
ସହର ବୁକୁରେ ଅନ୍ଧାରଠୁ ବେଶି
ଆଲୁଅକୁ ଲାଗେ ଡର
ଅନ୍ଧାରୀ ମୂଲକ ହେଉ ପଛେ ଗାଁ
ମୋ ପାଇଁ ସରଗ ପୁର

©Subrat Kanungo

#ColdMoon

15 Love

Trending Topic