ମୋ ଗାଁ ସରଗପୁର
-------------------------
ଏପଟରେ ନଦୀ ସେପଟରେ ବିଲ
ଆଗରେ ମନ୍ଦିର ଠିଆ
ଏଇଠି ବଢିଲି ଏଇଠି ପଢିଲି
ଏଇ ମୋ ଛୋଟିଆ ଗାଁ
ପେଟ ପୋଷିବାକୁ ସହରକୁ ଗଲି
ସହରରେ କଲି ଘର
ସହରକୁ ଯେତେ ନିଜର ଭାବୁଛି
ସହର ସେତିକି ପର
ଗାଁରେ ପଛେ ମୁଁ ଥାଏ କି ନଥାଏ
ସମସ୍ତେ ଜାଣନ୍ତି ମୋତେ
ସହରରେ ମେତେ ଚିହ୍ନିପାରନ୍ତିନି
ମୋ ଘର ପଡୋଶୀ ଯେତେ
ସହରୀ ମଣିଷ ତତଲା ନିଶ୍ୱାସ
ବିଶ୍ୱାସରେ ଭରା ବିଷ
ଗାଁ ମଣିଷଙ୍କ ଦରଦୀ ହୃଦୟ
ମନଖୋଲା ତାଙ୍କ ହସ
ସହରକୁ ଟାଣେ ସ୍ବାର୍ଥର ଦଉଡି
ଗାଁ କୁ ମମତା ଡୋର
ଧନ ନୁହେଁ ଏଠି ମନ ବଡ ବୋଲି
ଗାଁ ଲାଗେ ଆପଣାର
ସହର ବୁକୁରେ ଅନ୍ଧାରଠୁ ବେଶି
ଆଲୁଅକୁ ଲାଗେ ଡର
ଅନ୍ଧାରୀ ମୂଲକ ହେଉ ପଛେ ଗାଁ
ମୋ ପାଇଁ ସରଗ ପୁର
©Subrat Kanungo
#ColdMoon