Subrat Kanungo

Subrat Kanungo

  • Latest
  • Popular
  • Video

ଆଜି ବି ମୁଁ ଏକା ଭ୍ରମ ରେ ହିଁ ରହିଯାଇଛି ଯେ ମୁଁ ଏକ ଅବାଂଛିତ ଭ୍ରମର... ଶୁଣି ପାରୁଛି ମୁଁ ଫୁଲର ଆହ୍ୱାନ... ବୁଝିପାରୁଛି ତ ମନର ଅକୁହା କଥା.... ପାଇପାରୁଛି ତା' ସନ୍ଦେଶ ମହ ମହ ବାସ୍ନାରେ... ଦେଖିବି ପାରୁଛି ତା'ଥର ଥର ଓଠର କମ୍ପନ... ତଥାପି କହିପାରୁନି କିଛି ଦେଇପାରୁନି କିଛି ବୁଝାଇପାରୁନି କିଛି ଯାଇ ବି ପାରୁନି ତା'ପାଖକୁ ଏଇ ଭ୍ରମରେ ଯେ ଏହା ମୋର ଭ୍ରମ ନୁହେଁ ତ..?? କାରଣ କେହି ନ ଜାଣିଲେ ମୁଁ ତ ଜାଣିଛି... ମୁଁ ଏକ କଳଙ୍କିତ ଭ୍ରମର.... ©Subrat Kanungo

#InternationalTeaDay  ଆଜି ବି ମୁଁ ଏକା ଭ୍ରମ ରେ ହିଁ ରହିଯାଇଛି
ଯେ
ମୁଁ ଏକ ଅବାଂଛିତ ଭ୍ରମର...
ଶୁଣି ପାରୁଛି ମୁଁ
  ଫୁଲର ଆହ୍ୱାନ...
ବୁଝିପାରୁଛି ତ ମନର
ଅକୁହା କଥା....
ପାଇପାରୁଛି ତା' ସନ୍ଦେଶ
ମହ ମହ ବାସ୍ନାରେ...
ଦେଖିବି ପାରୁଛି
ତା'ଥର ଥର ଓଠର କମ୍ପନ...
ତଥାପି
କହିପାରୁନି କିଛି
ଦେଇପାରୁନି କିଛି
ବୁଝାଇପାରୁନି କିଛି
ଯାଇ ବି ପାରୁନି ତା'ପାଖକୁ
ଏଇ ଭ୍ରମରେ ଯେ
ଏହା ମୋର ଭ୍ରମ ନୁହେଁ ତ..??
କାରଣ କେହି ନ ଜାଣିଲେ
ମୁଁ ତ ଜାଣିଛି...
ମୁଁ ଏକ କଳଙ୍କିତ ଭ୍ରମର....

©Subrat Kanungo

#InternationalTeaDay life quotes sad

14 Love

ଭଙ୍ଗା ଏଇ ମନକୁ ରଙ୍ଗାଇଛି ଆଜି ତୁମ ଲାଗି ସାତ ରଙ୍ଗେ... ଚାହିଁ ରହିଅଛି ତୁମ ଫେରିବାର ପଥକୁ ଗଭିର ଅନୁରାଗେ... ମନ ଚିନ୍ତଇ ତୁମକୁ ଅନବରତ ତୁମ ସ୍ମୁତି ସଦା ଅଲିଭା ଅକ୍ଷତ... ପ୍ରତିକ୍ଷା ମୋହର ଅସୀମ ଅନନ୍ତ ପୀରତି ଆମର ନିର୍ଲୋଭ ଶାସ୍ୱତ... ଦିନ ପରେ ଦିନ ବିତେ ବର୍ଷ ପରେ ବର୍ଷ ପାଣି ପରି ବୋହି ଚାଲେ ସମୟର ଚକ ତୁମ ପଥ ଚାହିଁ ହରାଇଛି ଆଖିର ଚମକ.. ©Subrat Kanungo

#Moon  ଭଙ୍ଗା ଏଇ ମନକୁ
ରଙ୍ଗାଇଛି ଆଜି
ତୁମ ଲାଗି ସାତ ରଙ୍ଗେ...
ଚାହିଁ ରହିଅଛି
ତୁମ ଫେରିବାର
ପଥକୁ ଗଭିର ଅନୁରାଗେ...
ମନ ଚିନ୍ତଇ ତୁମକୁ ଅନବରତ 
ତୁମ ସ୍ମୁତି ସଦା ଅଲିଭା ଅକ୍ଷତ... 
ପ୍ରତିକ୍ଷା ମୋହର ଅସୀମ ଅନନ୍ତ 
ପୀରତି ଆମର ନିର୍ଲୋଭ ଶାସ୍ୱତ...
ଦିନ ପରେ ଦିନ ବିତେ
ବର୍ଷ ପରେ ବର୍ଷ 
ପାଣି ପରି ବୋହି ଚାଲେ
ସମୟର ଚକ 
ତୁମ ପଥ ଚାହିଁ
ହରାଇଛି ଆଖିର ଚମକ..

©Subrat Kanungo

#Moon positive life quotes

18 Love

White ସତରେ କାହିଁକି କେଜାଣି ପଶ୍ଚିମ ଆକାଶରେ ଅସ୍ତଗାମୀ ସୂର୍ଯ୍ୟ କିରଣ ଟା ବେଳେବେଳେ ତୋ ମଥାର ସିନ୍ଦୁର ପରି ମୋତେ ବାରମ୍ବାର ବିଚଳିତ କରେ.. ଚଢେଇ ମାନଙ୍କ ର କିଚିରି ମିଚିରି ଶବ୍ଦ କରି ନିଜ ବସାକୁ ଫେରୁଥିବା ସେଇ ସନ୍ଧ୍ୟା ର କାଳିମା ଟା ମୋତେ ତୁମ ଆଖିର କଜଳ ର ଭ୍ରମ ସୃଷ୍ଟି କରେ.. ଆଉ ଠିକ ସେଇ ମୁହୁର୍ତରେ ଦଲକାଏ ପବନରେ ଯେତେବେଳେ ତୁମ ଓଢଣୀ ଟି ଖସିଯାଏ ସେହି ସମୟରେ ତୁମର ସେ ତୋଫା ଚାନ୍ଦିନୀ ପରି ମୁଁହ ଟା କାହିଁକି କେଜାଣି ମୋତେ ଠିକ ପୁନେଇ ଜହ୍ନ ର ଭ୍ରମ ସୃଷ୍ଟି କରି ମୋତେ ଆହୁରି ବିଚଳିତ କରି ପକାଏ... || ତା ହେଲେ ସତରେ ଏଇ କଣ ପ୍ରେମ..?|| ©Subrat Kanungo

#love_shayari  White ସତରେ କାହିଁକି କେଜାଣି
ପଶ୍ଚିମ ଆକାଶରେ
ଅସ୍ତଗାମୀ ସୂର୍ଯ୍ୟ କିରଣ ଟା
ବେଳେବେଳେ ତୋ ମଥାର ସିନ୍ଦୁର ପରି
ମୋତେ ବାରମ୍ବାର ବିଚଳିତ କରେ..
ଚଢେଇ ମାନଙ୍କ ର
କିଚିରି ମିଚିରି ଶବ୍ଦ କରି
ନିଜ ବସାକୁ ଫେରୁଥିବା
ସେଇ ସନ୍ଧ୍ୟା ର କାଳିମା ଟା ମୋତେ
ତୁମ ଆଖିର କଜଳ ର ଭ୍ରମ ସୃଷ୍ଟି କରେ..
ଆଉ ଠିକ ସେଇ  ମୁହୁର୍ତରେ
ଦଲକାଏ ପବନରେ ଯେତେବେଳେ
ତୁମ ଓଢଣୀ ଟି ଖସିଯାଏ
ସେହି ସମୟରେ ତୁମର ସେ
ତୋଫା ଚାନ୍ଦିନୀ ପରି ମୁଁହ ଟା 
କାହିଁକି କେଜାଣି
ମୋତେ ଠିକ ପୁନେଇ ଜହ୍ନ ର
 ଭ୍ରମ ସୃଷ୍ଟି କରି ମୋତେ
 ଆହୁରି ବିଚଳିତ କରି ପକାଏ...
 || ତା ହେଲେ ସତରେ ଏଇ କଣ ପ୍ରେମ..?||

©Subrat Kanungo

#love_shayari

12 Love

Unsplash କିଏ କହିଲା... କେବଳ ପାଖା ପାଖି ରହିଲେହିଁ ପ୍ରେମ ହୁଏ, ଦୂରରୁ ଦେଖି ବି ଖୁସି ହେବା କଣ ପ୍ରେମ ନୁହେଁ?? ତୁମକୁ ପାଇବିନି ଜାଣିବି କେବଳ ତୁମକୁ ହିଁ ଚାହିଁବା କଣ ପ୍ରେମ ନୁହେଁ ...!! ତୁମ ସ୍ମୃତି ରେ ସାରା ଜୀବନ ବଞ୍ଚିବାର ସଂକଳ୍ପ ନେବା କଣ ପ୍ରେମ ନୁହେଁ ....!! ନା ତୁମ ସହ ପ୍ରତିଟି ରାତି ସ୍ବପ୍ନରେ ବିତେଇବା ପ୍ରେମ ନୁହେଁ ....!!❤️🥺 ଇତି ତୁମର ( ମୁଁ ଏକା ତୁମର ) ©Subrat Kanungo

#Book  Unsplash କିଏ କହିଲା...
କେବଳ ପାଖା ପାଖି ରହିଲେହିଁ ପ୍ରେମ ହୁଏ,
ଦୂରରୁ ଦେଖି ବି ଖୁସି ହେବା କଣ ପ୍ରେମ ନୁହେଁ??
ତୁମକୁ ପାଇବିନି ଜାଣିବି କେବଳ ତୁମକୁ ହିଁ ଚାହିଁବା କଣ ପ୍ରେମ ନୁହେଁ ...!! 
ତୁମ ସ୍ମୃତି ରେ ସାରା ଜୀବନ ବଞ୍ଚିବାର ସଂକଳ୍ପ ନେବା କଣ ପ୍ରେମ ନୁହେଁ ....!! 
ନା ତୁମ ସହ ପ୍ରତିଟି ରାତି ସ୍ବପ୍ନରେ ବିତେଇବା  ପ୍ରେମ ନୁହେଁ ....!!❤️🥺

ଇତି ତୁମର
( ମୁଁ ଏକା ତୁମର )

©Subrat Kanungo

#Book

8 Love

❤️❤️"ଇତି ତୁମର"❤️❤️ ----------------------------- ଆଖି ପଲକରେ ସପନ ଅଗଣା ସପନେ ତୁ ପାଟ ରାଣୀ ମୁହୂର୍ତ୍ତଟେ ତୋତେ ଦୂରେଇ ପାରେନା ପ୍ରତି ସ୍ପନ୍ଦନେ ତୋ ବାଣୀ ଯୌବନ ବନର କଅଁଳ ଫୁଲ ତୁ ମୁଁ ପରା ତୋର ମାଳି ତୋଳି ନେଲେ କାଳେ ଝାଉଁଳି ଯିବୁ ତୁ ଜଗୁଥିବି ସାରା ଓଳି ରାଜ ମହଲର ଅସରା ସମ୍ପଦ କହୁନି ଦେବି ମୁଁ ଆଣି କହୁଛି ତୋ ପାଇଁ ହୃଦୟ ବେଳାରେ ପ୍ରୀତି ଝର ଦେବି ଟାଣି।। (ଇତି ତୁମର ) ©Subrat Kanungo

#InternationalTeaDay  ❤️❤️"ଇତି ତୁମର"❤️❤️
-----------------------------
ଆଖି ପଲକରେ ସପନ ଅଗଣା
ସପନେ ତୁ ପାଟ ରାଣୀ
ମୁହୂର୍ତ୍ତଟେ ତୋତେ ଦୂରେଇ ପାରେନା
ପ୍ରତି ସ୍ପନ୍ଦନେ ତୋ ବାଣୀ
ଯୌବନ ବନର କଅଁଳ ଫୁଲ ତୁ
ମୁଁ ପରା ତୋର ମାଳି
ତୋଳି ନେଲେ କାଳେ ଝାଉଁଳି ଯିବୁ ତୁ
ଜଗୁଥିବି ସାରା ଓଳି
ରାଜ ମହଲର ଅସରା ସମ୍ପଦ 
କହୁନି ଦେବି ମୁଁ ଆଣି
କହୁଛି ତୋ ପାଇଁ ହୃଦୟ ବେଳାରେ
ପ୍ରୀତି ଝର ଦେବି ଟାଣି।।
(ଇତି ତୁମର )

©Subrat Kanungo

White ନୂଆ ବର୍ଷ ----------- ଏଇ ଡ଼ିସେମ୍ବର ସହ କିଛି ପୁରୁଣା ପଛରେ ରହିଯିବ... କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ... ସବୁ କିଛି ଆମ ହିସାବରେ ହେବନି... କିଛି ଭଲ ହେଵତ କିଛି ଖରାପ ହେବ... ଭାଙ୍ଗି ଯାଇଥିବା ମନ ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ... ଯଦି କିଏ ତୁମକୁ କଷ୍ଟ ଦେଇଥିବ, ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ... କିଏ ନିଜର କରି ଆପଣେଇ ନେବ ତ, କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ... ଆଶା କରି ନଥିବା ଖୁସି ବି ଆମ ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ କବାଟ ଖଟ ଖଟ କରିବ... ©Subrat Kanungo

#love_shayari  White ନୂଆ ବର୍ଷ
-----------
ଏଇ ଡ଼ିସେମ୍ବର ସହ କିଛି ପୁରୁଣା
ପଛରେ ରହିଯିବ...
କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ...
ସବୁ କିଛି ଆମ ହିସାବରେ ହେବନି...
କିଛି ଭଲ ହେଵତ କିଛି ଖରାପ ହେବ...
ଭାଙ୍ଗି ଯାଇଥିବା ମନ
ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ...
ଯଦି କିଏ ତୁମକୁ କଷ୍ଟ ଦେଇଥିବ,
ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ...
କିଏ ନିଜର କରି ଆପଣେଇ ନେବ ତ,
କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ...
ଆଶା କରି ନଥିବା ଖୁସି ବି ଆମ
ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ
କବାଟ ଖଟ ଖଟ କରିବ...

©Subrat Kanungo

#love_shayari

15 Love

Trending Topic