#ପ୍ରେମ_ଟିକେ_ଅଗଲା_ପ୍ରକାର
💞"ସ୍ଵାଭିମାନ ବନାମ ଜିଦ୍"💔
ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ।
ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍।
ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍।
ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ।
ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି
ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ
ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା।
ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି,
"କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ?
ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି,
ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''।
ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ,
ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି ।
ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର
ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ
ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ।
ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର
ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ।
©Rajguru
Continue with Social Accounts
Facebook Googleor already have account Login Here