White ହେଲି କି ବାଟବଣା ଠିକଣା ପାଉନି ଖୋଜି,
ସୁର୍ଯ୍ୟ ଅସ୍ତ ହେଲାଣି, ଆଜି ଯିବି କି ମୁଁ ହଜି ।
ଯୁଆଡ଼େ ଗଲେ ବି ଦିଶେ ବାଟ ଏକା ପରି,
କି ବା ଉପୟେ ହେବି ମୁଁ ଆଜି ଏଠୁ ପାରି ।
ଠିକଣା ଖୋଜୁ ଖୋଜୁ ଆଜି କୋଉଠି ଆସି ଫସିଲି,
ଜୀବନ ପାଇଁ ମହାବିପଦ ଡ଼ାକି ଯେ ଆଣିଲି ।
ବୁଦ୍ଧି ଘର ଶୂନ୍ୟ ହେଲା କି ମୋର,
ଏବେ ଏ ବାଟ ମୁଁ କି ଭାବେ କରିବି ପାର ।
ବେଳ ଥାଉ ଥାଉ ବୁଦ୍ଧି ନମିଳିଲେ ଆସିବ ମୋ ପାଇଁ କାଳ,
କିଛି ଘଡି ପରେ ହେବ ଅନ୍ଧାର ଭାବିଦେଲେ ଭୟରେ ବୁଡି ତୋ ଯାଉଛି ଝାଳ ।
ହେଲି କି ବାଟବଣା ଠିକଣା ପାଉନି ଖୋଜି,
ସୁର୍ଯ୍ୟ ଅସ୍ତ ହେଲାଣି, ଆଜି ଯିବି କି ମୁଁ ହଜି ।
©Lili Dey
Continue with Social Accounts
Facebook Googleor already have account Login Here