ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍
ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ
ସାରମର୍ମ ପଦ୍ୟରୂପ ଓଡିଆରେ
ସତ୍ ସଙ୍ଗେ ସଜ୍ଜନଙ୍କ
ସାଂସାରିକ ଆକର୍ଷଣ,
ସମାପ୍ତ ହୁଏ ଯେ ସବୁ
ଶୂନ୍ୟ ଗର୍ଭେ ହୁଏ ଲୀନ;
ଆକର୍ଷଣ ଚାଲିଗଲେ
ମୋହର ବି ହୁଏ ଅନ୍ତ,
ଅଜ୍ଞାନର ଶେଷ ହୁଏ
ଯେବେ ମୋହ ହୁଏ ନଷ୍ଟ;
ମନଟି ଏକାଗ୍ର ହୁଏ
ଅଜ୍ଞାନର ଅନ୍ତ କାଳେ,
ଏକାଗ୍ର ଚିତ୍ତର ବ୍ୟକ୍ତି
ମୁକ୍ତି ଅଧିକାରୀ ହେଳେ ।।
©Puspita Dash
Continue with Social Accounts
Facebook Googleor already have account Login Here