PM Shayari

PM Shayari Lives in Balasore, Odisha, India

From-Odisha

www.instagram.com/pm.shayari

  • Latest
  • Popular
  • Repost
  • Video

पब्लिक जिसको समझती नहीं है उसे सलाम ठोकते हैं ©PM Shayari

#smoke  पब्लिक जिसको समझती नहीं है उसे सलाम ठोकते हैं

©PM Shayari

#smoke

9 Love

ମୁମ୍ବାଇରୁ ବାଙ୍ଗାଲୋର ଯାଉଥିବା ଟ୍ରେନ ରେ ଯାତ୍ରା କରୁଥିବା ସମୟରେ T C ଟିକେଟ ଚେକ୍ କରୁଥିବା ସମୟରେ ସିଟ୍ ତଳେ ଲୁଚିରହିଥିବା ଜଣେ ୧୩/୧୪ ବର୍ଷର ଝିଅକୁ ଦେଖିଲେ, ଏବଂ ତାକୁ କହିଲେ- TC- ଟିକେଟଦେଖାଅ ? ଭୟରେ ଥରୁଥିବା ଝିଅ- ନାହିଁ ସାହେବ୍। TC- ତେବେ ଗାଡ଼ିରୁ ଓହ୍ଲେଇ ଯା... ତା'ର ଟିକେଟର ମୂଲ୍ୟ ମୁଁ ଦେଉଛି... ପଛରେ ବସିଥିବା ଜଣେ ସହଯାତ୍ରୀ ଊଷା ଭଟ୍ଟାଚାର୍ଯ୍ୟ କହିଲେ। ଯିଏ ପେଶାରେ ଜଣେ ପ୍ରଫେସର ଥିଲେ। ଉଷା ଦେବୀ- ତୁମେ କେଉଁଠିକୁ ଯିବ? ସେ ଝିଅ- ଜାଣି ନାହିଁ ମାମ୍। ଉଷା ଦେବୀ- ତେବେ ମୋ ସହିତ ବାଙ୍ଗାଲୋର ପର୍ଯ୍ୟନ୍ତ ଚାଲ। ଉଷା ଦେବୀ- ତୁମ ନାଁ କ'ଣ? ଝିଅ- ଚିତ୍ରା ବାଙ୍ଗାଲୋର ପହଞ୍ଚିବା ପରେ ଉଷା ଦେବୀ ନିଜର ଜଣାଶୁଣା ଏକ ସ୍ବୟଂ ସେବୀ ସଂସ୍ଥା ରେ ରଖିଦେଲେ। ଏବଂ ଏକ ବଡ଼ ସ୍କୁଲ ରେ ଆଡ଼ମିଶନ କରାଇ ଦେଲେ। ଏହା ପରେ ଉଷା ଦେବୀ ଙ୍କର ଦିଲ୍ଲୀ ଟ୍ରାସଫର୍ ହୋଇ ଗଲା। ଯେଉଁଥିପାଇଁ ଚିତ୍ରା ସହିତ ସଂପର୍କ ମଧ୍ୟ ଦୂରେଇ ଗଲା, କିନ୍ତୁ ମଝିରେ ମଝିରେ ଫୋନ୍ ରେ କଥା ହୁଅନ୍ତି। ପାଖାପାଖି ୧୨ ବର୍ଷ ପରେ ଉଷା ଦେବୀଙ୍କୁ ଏକ ଲେକଚର୍ କାର୍ଯ୍ୟକ୍ରମ ରେ ଫ୍ରାନ୍ସିସ୍କୋ, ଆମେରିକା ନିମନ୍ତ୍ରଣ କରାଯାଇଥିଲା। ଲେକଚର୍ କାର୍ଯ୍ୟ କ୍ରମ ପରେ ସେ ଯେତେବେଳେ ହୋଟେଲ ରେ ବିଲ୍ ପୈଠ କରିବା ପାଇଁ ରିସେପସନ୍ କୁ ଗଲେ,ଜଣା ପଡ଼ିଲା ଯେ ପଛରେ ଠିଆ ହୋଇଥିବା ଏକ ସୁନ୍ଦର ଦମ୍ପତ୍ତି ପୂର୍ବରୁ ସେ ବିଲ୍ ପୈଠ କରି ସାରିଛନ୍ତି। ତୁମେ ମୋର ବିଲ୍ କାହିଁକି ପୈଠ କଲ? ମ୍ୟାମ୍ ଏହା ବାଙ୍ଗାଲୋର ରୁ ମୁମ୍ବାଇ ପର୍ଯ୍ୟନ୍ତ ଟ୍ରେନ ଟିକେଟ ସାମ୍ନାରେ କିଛି ବି ନୁହେଁ। ଉଷା ଦେବୀ- ଆରେ ଚିତ୍ରା... ଚିତ୍ରା ଆଉ କେହି ନଥିଲା , ସେ ଇମ୍ଫୋସିସ୍ ଫାଉଣ୍ଡେସନର ଚେୟାରମେନ ସୁଦ୍ଧା ମୂର୍ତ୍ତି ଥିଲେ,ଯିଏ କି ଇମ୍ଫୋସିସ୍ ର ସଂସ୍ଥାପକ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କର ଧର୍ମ ପତ୍ନୀ। ଏହି ଲଘୁକଥା ଟି ତାଙ୍କ ଦ୍ଵାରା ଲେଖାଯାଇଥିବା ପୁସ୍ତକ"The day I stand drinking milk" ରୁ ଉଦ୍ଧାର କରାଯାଇଛି। କେବେ କେବେ ଆପଣଙ୍କ ଦ୍ଵାରା କାହାକୁ କରାଯାଇଥିବା କିଛି ସହାୟତା,କାହାର ଜୀବନ ବଦଳେଇ ଦେଇପାରେ। ଏହା ହିଁ ହେଉଛି ମାନବ ଜୀବନର ସାର୍ଥକତା ପ୍ରତିପାଦନ କରିବାର ମାର୍ଗ। ସର୍ବଦା ପ୍ରସନ୍ନ ରୁହନ୍ତୁ ଏବଂ ମନେ ରଖନ୍ତୁ- ଯାହା ପ୍ରାପ୍ତ ଅଟେ ତାହା ପର୍ଯ୍ୟାପ୍ତ ଅଟେ। ©PM Shayari

#Drops  ମୁମ୍ବାଇରୁ ବାଙ୍ଗାଲୋର ଯାଉଥିବା ଟ୍ରେନ ରେ ଯାତ୍ରା କରୁଥିବା ସମୟରେ T C ଟିକେଟ ଚେକ୍ କରୁଥିବା ସମୟରେ ସିଟ୍ ତଳେ ଲୁଚିରହିଥିବା ଜଣେ ୧୩/୧୪ ବର୍ଷର ଝିଅକୁ ଦେଖିଲେ, ଏବଂ ତାକୁ କହିଲେ-

TC- ଟିକେଟଦେଖାଅ ?
ଭୟରେ ଥରୁଥିବା ଝିଅ- ନାହିଁ ସାହେବ୍।
TC- ତେବେ ଗାଡ଼ିରୁ ଓହ୍ଲେଇ ଯା...

ତା'ର ଟିକେଟର ମୂଲ୍ୟ ମୁଁ ଦେଉଛି... ପଛରେ ବସିଥିବା ଜଣେ ସହଯାତ୍ରୀ ଊଷା ଭଟ୍ଟାଚାର୍ଯ୍ୟ କହିଲେ। ଯିଏ ପେଶାରେ ଜଣେ ପ୍ରଫେସର ଥିଲେ।

ଉଷା ଦେବୀ- ତୁମେ କେଉଁଠିକୁ ଯିବ?
ସେ ଝିଅ- ଜାଣି ନାହିଁ ମାମ୍।
ଉଷା ଦେବୀ- ତେବେ ମୋ ସହିତ ବାଙ୍ଗାଲୋର ପର୍ଯ୍ୟନ୍ତ ଚାଲ।
ଉଷା ଦେବୀ- ତୁମ ନାଁ କ'ଣ?
ଝିଅ- ଚିତ୍ରା

ବାଙ୍ଗାଲୋର ପହଞ୍ଚିବା ପରେ ଉଷା ଦେବୀ ନିଜର ଜଣାଶୁଣା ଏକ ସ୍ବୟଂ ସେବୀ ସଂସ୍ଥା ରେ ରଖିଦେଲେ। ଏବଂ ଏକ ବଡ଼ ସ୍କୁଲ ରେ ଆଡ଼ମିଶନ କରାଇ ଦେଲେ। ଏହା ପରେ ଉଷା ଦେବୀ ଙ୍କର ଦିଲ୍ଲୀ ଟ୍ରାସଫର୍ ହୋଇ ଗଲା। ଯେଉଁଥିପାଇଁ ଚିତ୍ରା ସହିତ ସଂପର୍କ ମଧ୍ୟ ଦୂରେଇ ଗଲା, କିନ୍ତୁ ମଝିରେ ମଝିରେ ଫୋନ୍ ରେ କଥା ହୁଅନ୍ତି।

ପାଖାପାଖି ୧୨ ବର୍ଷ ପରେ ଉଷା ଦେବୀଙ୍କୁ ଏକ ଲେକଚର୍ କାର୍ଯ୍ୟକ୍ରମ ରେ ଫ୍ରାନ୍ସିସ୍କୋ, ଆମେରିକା ନିମନ୍ତ୍ରଣ କରାଯାଇଥିଲା। ଲେକଚର୍ କାର୍ଯ୍ୟ କ୍ରମ ପରେ ସେ ଯେତେବେଳେ ହୋଟେଲ ରେ ବିଲ୍ ପୈଠ କରିବା ପାଇଁ ରିସେପସନ୍ କୁ ଗଲେ,ଜଣା ପଡ଼ିଲା ଯେ ପଛରେ ଠିଆ ହୋଇଥିବା ଏକ ସୁନ୍ଦର ଦମ୍ପତ୍ତି ପୂର୍ବରୁ ସେ ବିଲ୍ ପୈଠ କରି ସାରିଛନ୍ତି।

ତୁମେ ମୋର ବିଲ୍ କାହିଁକି ପୈଠ କଲ?
ମ୍ୟାମ୍ ଏହା ବାଙ୍ଗାଲୋର ରୁ ମୁମ୍ବାଇ ପର୍ଯ୍ୟନ୍ତ ଟ୍ରେନ ଟିକେଟ ସାମ୍ନାରେ କିଛି ବି ନୁହେଁ।

ଉଷା ଦେବୀ- ଆରେ ଚିତ୍ରା...

ଚିତ୍ରା ଆଉ କେହି ନଥିଲା , ସେ ଇମ୍ଫୋସିସ୍ ଫାଉଣ୍ଡେସନର ଚେୟାରମେନ ସୁଦ୍ଧା ମୂର୍ତ୍ତି ଥିଲେ,ଯିଏ କି ଇମ୍ଫୋସିସ୍ ର ସଂସ୍ଥାପକ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କର ଧର୍ମ ପତ୍ନୀ।

ଏହି ଲଘୁକଥା ଟି ତାଙ୍କ ଦ୍ଵାରା ଲେଖାଯାଇଥିବା ପୁସ୍ତକ"The day I stand drinking milk" ରୁ ଉଦ୍ଧାର କରାଯାଇଛି।

କେବେ କେବେ ଆପଣଙ୍କ ଦ୍ଵାରା କାହାକୁ କରାଯାଇଥିବା କିଛି ସହାୟତା,କାହାର ଜୀବନ ବଦଳେଇ ଦେଇପାରେ। ଏହା ହିଁ ହେଉଛି ମାନବ ଜୀବନର ସାର୍ଥକତା ପ୍ରତିପାଦନ କରିବାର ମାର୍ଗ।

ସର୍ବଦା ପ୍ରସନ୍ନ ରୁହନ୍ତୁ ଏବଂ ମନେ ରଖନ୍ତୁ- ଯାହା ପ୍ରାପ୍ତ ଅଟେ ତାହା ପର୍ଯ୍ୟାପ୍ତ ଅଟେ।

©PM Shayari

#Drops

12 Love

ତୁମ ଚିଠି କେତେଥର କହିଲିଣି ଗୋଟେ ଚିଠି ଦିଅ ବୋଲି ହେଲେ ତୁମେ କ'ଣ ଶୁଣୁଚ ତୁମେ କୁହ ତୁମରତ ଗୋଟେ ପୁରୁଣା ମନ ଉଣେଇଶିଶହ ଅଶୀ ପ୍ରେମ ଏ ଯୁଗରେ ଆଉ କ'ଣ କେହି ଚିଠି ଲେଖେ ଆଚ୍ଛା କ'ଣ ଲେଖିବି ଚିଠିରେ ଗାଁ କଥା ନା ଘର କଥା ମୁଁ କହେ କଥା,କିଛି ଅଳ୍ପକଥା ଗାଁ କଥା କ'ଣ ଲେଖିବ ତୁମକୁ ଦେଖିଲେ ତ ଗାଁ କଥା ବୁଝିଯିବି ତୁମେ ତ ନିଜେ ଗାଁ ଗାଁ ବାସ ତୁମେ ଗାଁ ଝିଅ ସବୁ ଏମିତି ଚାହାଁଣୀରେ ପୂରା ଗାଁ ଟାକୁ ଥୋଇଦେବ ବିଲମାଳ ଆମ୍ବତୋଟା ନଇପଠା ସବୁ ଆଉ ଯେତେ ଯନ୍ତ୍ରଣା ସବୁ ଚଟ୍ କିନା ନେଇଯିବ ଲେଖନ୍ତ ତୁମ କଥା କେମିତି ତୁମେ ପାଠ ପଢ଼ିବାକୁ ଘରେ ଝଗଡ଼ା କର ଜେଜେମାକୁ ଠକେଇ କଣ୍ଟ୍ରୋଲ ବାଲା ଚାଉଳ ଖାଇଥିବା ବେଳେ କେମିତି ଯୁକ୍ତି କରିଥିଲ ମହାପାତ୍ରେ ପଇସା ହେରଫେର କଲାବେଳେ କେମିତି ବାପାଙ୍କ ମଜୁରି ହିସାବ କରି ପାନେ ଦେଲ ତେଜରାତି ଦୋକାନ ଜିନିଷ ଦାମ୍ ରେ ଏପଟ ସେପଟ କଲା ବୋଲି କେମିତି ପୋଲିସ ଡାକି ଦେଇଥିଲ ଲେଖନ୍ତ କେମିତି ତୁମ ମା କାମକୁ ଗଲାବେଳେ ଭାତ ରାନ୍ଧିବାକୁ କହିଯାଏ ସବୁ କାମ ସାରି ତୁମେ ପୁଣି କଲେଜ ଯାଅ ଆଉ ଲେଖନ୍ତ ସେହି କଥା ଯାହା ପଚାର ସବୁବେଳେ ତୁମେ ମୋତେ ପଢ଼ିବାକୁ ଦେବ ? ମୁଁ ହଁ କୁହନ୍ତି ତୁମେ ସ୍ବପ୍ନ ଦେଖନ୍ତ କୁମାର ପ୍ରସାନ୍ତ ©PM Shayari

#odiapoem #Odisha #letter #Shayar  ତୁମ ଚିଠି
କେତେଥର କହିଲିଣି
ଗୋଟେ ଚିଠି ଦିଅ ବୋଲି
ହେଲେ ତୁମେ କ'ଣ ଶୁଣୁଚ
ତୁମେ କୁହ ତୁମରତ ଗୋଟେ ପୁରୁଣା ମନ
ଉଣେଇଶିଶହ ଅଶୀ ପ୍ରେମ
ଏ ଯୁଗରେ ଆଉ କ'ଣ କେହି ଚିଠି ଲେଖେ
ଆଚ୍ଛା କ'ଣ ଲେଖିବି ଚିଠିରେ
ଗାଁ କଥା ନା ଘର କଥା
ମୁଁ କହେ କଥା,କିଛି ଅଳ୍ପକଥା

ଗାଁ କଥା କ'ଣ ଲେଖିବ
ତୁମକୁ ଦେଖିଲେ ତ ଗାଁ କଥା ବୁଝିଯିବି
ତୁମେ ତ ନିଜେ ଗାଁ ଗାଁ ବାସ
ତୁମେ ଗାଁ ଝିଅ ସବୁ ଏମିତି
ଚାହାଁଣୀରେ ପୂରା ଗାଁ ଟାକୁ ଥୋଇଦେବ
ବିଲମାଳ ଆମ୍ବତୋଟା ନଇପଠା ସବୁ
ଆଉ ଯେତେ ଯନ୍ତ୍ରଣା ସବୁ ଚଟ୍ କିନା ନେଇଯିବ

ଲେଖନ୍ତ ତୁମ କଥା
କେମିତି ତୁମେ ପାଠ ପଢ଼ିବାକୁ ଘରେ ଝଗଡ଼ା କର
ଜେଜେମାକୁ ଠକେଇ କଣ୍ଟ୍ରୋଲ ବାଲା ଚାଉଳ ଖାଇଥିବା ବେଳେ
କେମିତି ଯୁକ୍ତି କରିଥିଲ
ମହାପାତ୍ରେ ପଇସା ହେରଫେର କଲାବେଳେ
କେମିତି ବାପାଙ୍କ ମଜୁରି ହିସାବ କରି ପାନେ ଦେଲ
ତେଜରାତି ଦୋକାନ ଜିନିଷ ଦାମ୍ ରେ
ଏପଟ ସେପଟ କଲା ବୋଲି
କେମିତି ପୋଲିସ ଡାକି ଦେଇଥିଲ
ଲେଖନ୍ତ କେମିତି
ତୁମ ମା କାମକୁ ଗଲାବେଳେ
ଭାତ ରାନ୍ଧିବାକୁ କହିଯାଏ
ସବୁ କାମ ସାରି ତୁମେ ପୁଣି କଲେଜ ଯାଅ

ଆଉ ଲେଖନ୍ତ ସେହି କଥା
ଯାହା ପଚାର ସବୁବେଳେ
ତୁମେ ମୋତେ ପଢ଼ିବାକୁ ଦେବ ?
ମୁଁ ହଁ କୁହନ୍ତି
ତୁମେ ସ୍ବପ୍ନ ଦେଖନ୍ତ

କୁମାର ପ୍ରସାନ୍ତ

©PM Shayari

କାହାକୁ ଲେଖିବି ଯାହାଠାରୁ ବ୍ରହ୍ମାଣ୍ଡ ର ସୃଷ୍ଟି | ଦୁନିଆର ସବୁ ଶଦ୍ଦ ପାଇଁ ଲେଖିହୁଏ,ହେଲେ ସେ ଗୋଟିଏ ଶଦ୍ଦ ପାଇଁ ଶଦ୍ଦ ନିଅଣ୍ଟ | ଯେଉଁ ଶଦ୍ଦ ଠାରୁ ସୃଷ୍ଟି ହୁଏ ଧ୍ୱନି,ଆଉ ସେହି ଧ୍ୱନି ରୁ ହିଁ ସବୁ ଶଦ୍ଦ ର ସୃଷ୍ଟି | ଯେଉଁ ଶଦ୍ଦ ଠାରେ ହୁଏ ସକାଳ ଓ ସନ୍ଧ୍ୟା | ଯାହାର ପ୍ରେମ ପାଖରେ ସବୁ ପ୍ରେମ ତୁଚ୍ଛ | ଯାହାର ସ୍ନେହ ଠାରେ ସବୁ ସ୍ନେହ ର ଗଣନା | ଯାହାର କାନି ର ପ୍ରତ୍ୟେକ ବିନ୍ଦୁରେ ଅଛି କରୁଣା ଓ ମମତା | ଯାହାଠାରେ ସୃଷ୍ଟି ହୋଇ ପାରେନା ଦ୍ବିତୀୟ ପ୍ରେମୀ ଓ ଦ୍ବିତୀୟ ଭଲପାଇବା | ଯାହାକୁ ଭାବିଲେ ମନେପଡେ ଘରକଥା | ଘର ମାନେ ସିଏ,ସିଏ ମାନେ ଘର | ଯିଏ ବିନା ପ୍ରତ୍ୟାସା ରେ ଢ଼ାଳି ଦିଏ ଆଞ୍ଜୁଳା ଆଞ୍ଜୁଳା ସ୍ନେହ | ଯିଏ ମୁହଁ ଦେଖି ଜାଣିପାରେ ପେଟର ଭୋକ,ଗହୀର ମନର କଥା | ହୁଏତ ପାଠ ପଢ଼ି ନଥାଏ,ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସିଏ | ସିଏ କେବେ ମାଗେନା ନିଜ ପାଇଁ, ତା'ର ପ୍ରତ୍ୟେକ ବାର ବ୍ରତ ଓଷାର ଶୀର୍ଷ ବିନ୍ଦୁ ଆମେ | ସୃଷ୍ଟିର ପ୍ରତ୍ୟେକ ଜୀବ ଜଗତରେ ସିଏ ସମାନ, ଅତୁଟ ତା'ର ଭୂମିକା, ଅତୁଟ ତା'ର ସମର୍ପଣ | ଏମିତି କେମିତି ହୋଇପାରେ ସିଏ...! ବୋଧହୁଏ ସିଏ ନିଜେ ବି ଅଜଣା | କୁମାର ପ୍ରସାନ୍ତ ©PM Shayari

#MothersDay2021 #odianojoto #Mothers #Odisha  କାହାକୁ ଲେଖିବି ଯାହାଠାରୁ ବ୍ରହ୍ମାଣ୍ଡ ର ସୃଷ୍ଟି | ଦୁନିଆର ସବୁ ଶଦ୍ଦ ପାଇଁ ଲେଖିହୁଏ,ହେଲେ ସେ ଗୋଟିଏ ଶଦ୍ଦ ପାଇଁ ଶଦ୍ଦ ନିଅଣ୍ଟ | ଯେଉଁ ଶଦ୍ଦ ଠାରୁ ସୃଷ୍ଟି ହୁଏ ଧ୍ୱନି,ଆଉ ସେହି ଧ୍ୱନି ରୁ ହିଁ ସବୁ ଶଦ୍ଦ ର ସୃଷ୍ଟି | ଯେଉଁ ଶଦ୍ଦ ଠାରେ ହୁଏ ସକାଳ ଓ ସନ୍ଧ୍ୟା | ଯାହାର ପ୍ରେମ ପାଖରେ ସବୁ ପ୍ରେମ ତୁଚ୍ଛ | ଯାହାର ସ୍ନେହ ଠାରେ ସବୁ ସ୍ନେହ ର ଗଣନା | ଯାହାର କାନି ର ପ୍ରତ୍ୟେକ ବିନ୍ଦୁରେ ଅଛି କରୁଣା ଓ ମମତା | ଯାହାଠାରେ ସୃଷ୍ଟି ହୋଇ ପାରେନା ଦ୍ବିତୀୟ ପ୍ରେମୀ ଓ ଦ୍ବିତୀୟ ଭଲପାଇବା | ଯାହାକୁ ଭାବିଲେ ମନେପଡେ ଘରକଥା | ଘର ମାନେ ସିଏ,ସିଏ ମାନେ ଘର | ଯିଏ ବିନା ପ୍ରତ୍ୟାସା ରେ ଢ଼ାଳି ଦିଏ ଆଞ୍ଜୁଳା ଆଞ୍ଜୁଳା ସ୍ନେହ | ଯିଏ ମୁହଁ ଦେଖି ଜାଣିପାରେ ପେଟର ଭୋକ,ଗହୀର ମନର କଥା | ହୁଏତ ପାଠ ପଢ଼ି ନଥାଏ,ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସିଏ | ସିଏ କେବେ ମାଗେନା ନିଜ ପାଇଁ, ତା'ର ପ୍ରତ୍ୟେକ ବାର ବ୍ରତ ଓଷାର ଶୀର୍ଷ ବିନ୍ଦୁ ଆମେ | ସୃଷ୍ଟିର ପ୍ରତ୍ୟେକ ଜୀବ ଜଗତରେ ସିଏ ସମାନ, ଅତୁଟ ତା'ର ଭୂମିକା, ଅତୁଟ ତା'ର ସମର୍ପଣ |
ଏମିତି କେମିତି ହୋଇପାରେ ସିଏ...!
ବୋଧହୁଏ ସିଏ ନିଜେ ବି ଅଜଣା |

କୁମାର ପ୍ରସାନ୍ତ

©PM Shayari
#ପ୍ରସାନ୍ତ #odiapoem #Odisha

ମୋ ବାପା ଦିନସାରା ଦେହଟାକୁ ଶାଣ ଦେଇ ଦେଇ ଠିକ୍ ରାତି ନଅଟା ବେଳେ ଶୋଇ ପଡନ୍ତି ମୋ ବାପା ତାଙ୍କ ସ୍ବପ୍ନ ଚାଦରଟା ତଳେ ବିଛେଇ ଦିଅନ୍ତି ଆଉ ଘୋଡି ପଡନ୍ତି ମୋ ସ୍ଵପ୍ନଟାକୁ କମ୍ବଳ କରି ଜାକିଜୁକି ତାଙ୍କ ଚାଦରଟା ହୁଏ ଲୋଚାକୁଚା ମୋ କମ୍ବଳଟା ତ ସାତ ଫଟା ତଥାପି ଆରମ୍ଭରୁ ଅପରାହ୍ନ ଛାଡନ୍ତି ନାହିଁ ମୋ ବାପା ବୋଧହୁଏ ବାପାଙ୍କୁ ସ୍ବପ୍ନ ଆସେନା ଜୋର କରି ମାଡ଼ି ବସି ଥାନ୍ତି ମୋ ସ୍ବପ୍ନଟାକୁ କାଳେ ଭୂଲିଯିବେ ବୋଲି ମୁଁ ବି ଦେଖେ ପାରିବାପଣକୁ ପାର କରି ଅନାୟାସରେ ସବୁ କିଛି ଢାଳି ଦିଅନ୍ତି ମୋ ବାପା ସକାଳେ ଉଠି କୋଦାଳଟା କାନ୍ଧରେ ପକାନ୍ତି ବିଲକୁ ଯାଆନ୍ତି ସେଠି ହାଣି ସମାନ କରି ଦିଅନ୍ତି ନିଜର ସ୍ବପ୍ନ ସବୁ ଆଶା ସବୁ ଭାବନା ସବୁ ଠପ୍ କରି ତା ଉପରେ ପୋତି ଦିଅନ୍ତି ପ୍ରତ୍ୟାସର ମଞ୍ଜି ଟିଏ ଗରଳ ଫିଙ୍ଗା ଖରାଟାରେ ମୁନ୍ଦା ଲୁଣିଆ ଜଳ ଢାଳନ୍ତି ରକ୍ଷା କରନ୍ତି ମୋ ବାପା ସମସ୍ତ ଦେଖନ୍ତି ବାପାଙ୍କର ଫଳ ପ୍ରତି ଲୋଭ ନାହିଁ ଲୋକେ କୁହନ୍ତୁ ଭଲ ଫଳ ଫଳିଛି ଖାଲି ଏତକ ଚାହାଁନ୍ତି ମୋ ବାପା ପ୍ରସାନ୍ତ ମଲ୍ଲିକ ଭିଲ୍ଲା,ଗୋପାଳପୁର,ବାଲେଶ୍ଵର 9583548827

#ପ୍ରସାନ୍ତ #FathersDay #father #story #alone  ମୋ ବାପା
ଦିନସାରା ଦେହଟାକୁ ଶାଣ ଦେଇ ଦେଇ
ଠିକ୍ ରାତି ନଅଟା ବେଳେ ଶୋଇ ପଡନ୍ତି ମୋ ବାପା
ତାଙ୍କ ସ୍ବପ୍ନ ଚାଦରଟା ତଳେ ବିଛେଇ ଦିଅନ୍ତି
ଆଉ ଘୋଡି ପଡନ୍ତି
ମୋ ସ୍ଵପ୍ନଟାକୁ କମ୍ବଳ କରି ଜାକିଜୁକି
ତାଙ୍କ ଚାଦରଟା ହୁଏ ଲୋଚାକୁଚା
ମୋ କମ୍ବଳଟା ତ ସାତ ଫଟା
ତଥାପି ଆରମ୍ଭରୁ ଅପରାହ୍ନ ଛାଡନ୍ତି ନାହିଁ ମୋ ବାପା

ବୋଧହୁଏ ବାପାଙ୍କୁ ସ୍ବପ୍ନ ଆସେନା
ଜୋର କରି ମାଡ଼ି ବସି ଥାନ୍ତି ମୋ ସ୍ବପ୍ନଟାକୁ
କାଳେ ଭୂଲିଯିବେ ବୋଲି
ମୁଁ ବି ଦେଖେ
ପାରିବାପଣକୁ ପାର କରି
ଅନାୟାସରେ ସବୁ କିଛି ଢାଳି ଦିଅନ୍ତି ମୋ ବାପା

ସକାଳେ ଉଠି କୋଦାଳଟା କାନ୍ଧରେ ପକାନ୍ତି
ବିଲକୁ ଯାଆନ୍ତି 
ସେଠି ହାଣି ସମାନ କରି ଦିଅନ୍ତି ନିଜର ସ୍ବପ୍ନ ସବୁ
ଆଶା ସବୁ ଭାବନା ସବୁ ଠପ୍ କରି
ତା ଉପରେ ପୋତି ଦିଅନ୍ତି ପ୍ରତ୍ୟାସର ମଞ୍ଜି ଟିଏ
ଗରଳ ଫିଙ୍ଗା ଖରାଟାରେ ମୁନ୍ଦା ଲୁଣିଆ ଜଳ ଢାଳନ୍ତି
ରକ୍ଷା କରନ୍ତି ମୋ ବାପା

ସମସ୍ତ ଦେଖନ୍ତି 
ବାପାଙ୍କର ଫଳ ପ୍ରତି ଲୋଭ ନାହିଁ
ଲୋକେ କୁହନ୍ତୁ
ଭଲ ଫଳ ଫଳିଛି
ଖାଲି ଏତକ ଚାହାଁନ୍ତି ମୋ ବାପା

ପ୍ରସାନ୍ତ ମଲ୍ଲିକ
ଭିଲ୍ଲା,ଗୋପାଳପୁର,ବାଲେଶ୍ଵର
9583548827
Trending Topic