ତୁମ ଚିଠି କେତେଥର କହିଲିଣି ଗୋଟେ ଚିଠି ଦିଅ ବୋଲି ହେଲେ ତୁ | ଓଡ଼ିଆ Shayari

"ତୁମ ଚିଠି କେତେଥର କହିଲିଣି ଗୋଟେ ଚିଠି ଦିଅ ବୋଲି ହେଲେ ତୁମେ କ'ଣ ଶୁଣୁଚ ତୁମେ କୁହ ତୁମରତ ଗୋଟେ ପୁରୁଣା ମନ ଉଣେଇଶିଶହ ଅଶୀ ପ୍ରେମ ଏ ଯୁଗରେ ଆଉ କ'ଣ କେହି ଚିଠି ଲେଖେ ଆଚ୍ଛା କ'ଣ ଲେଖିବି ଚିଠିରେ ଗାଁ କଥା ନା ଘର କଥା ମୁଁ କହେ କଥା,କିଛି ଅଳ୍ପକଥା ଗାଁ କଥା କ'ଣ ଲେଖିବ ତୁମକୁ ଦେଖିଲେ ତ ଗାଁ କଥା ବୁଝିଯିବି ତୁମେ ତ ନିଜେ ଗାଁ ଗାଁ ବାସ ତୁମେ ଗାଁ ଝିଅ ସବୁ ଏମିତି ଚାହାଁଣୀରେ ପୂରା ଗାଁ ଟାକୁ ଥୋଇଦେବ ବିଲମାଳ ଆମ୍ବତୋଟା ନଇପଠା ସବୁ ଆଉ ଯେତେ ଯନ୍ତ୍ରଣା ସବୁ ଚଟ୍ କିନା ନେଇଯିବ ଲେଖନ୍ତ ତୁମ କଥା କେମିତି ତୁମେ ପାଠ ପଢ଼ିବାକୁ ଘରେ ଝଗଡ଼ା କର ଜେଜେମାକୁ ଠକେଇ କଣ୍ଟ୍ରୋଲ ବାଲା ଚାଉଳ ଖାଇଥିବା ବେଳେ କେମିତି ଯୁକ୍ତି କରିଥିଲ ମହାପାତ୍ରେ ପଇସା ହେରଫେର କଲାବେଳେ କେମିତି ବାପାଙ୍କ ମଜୁରି ହିସାବ କରି ପାନେ ଦେଲ ତେଜରାତି ଦୋକାନ ଜିନିଷ ଦାମ୍ ରେ ଏପଟ ସେପଟ କଲା ବୋଲି କେମିତି ପୋଲିସ ଡାକି ଦେଇଥିଲ ଲେଖନ୍ତ କେମିତି ତୁମ ମା କାମକୁ ଗଲାବେଳେ ଭାତ ରାନ୍ଧିବାକୁ କହିଯାଏ ସବୁ କାମ ସାରି ତୁମେ ପୁଣି କଲେଜ ଯାଅ ଆଉ ଲେଖନ୍ତ ସେହି କଥା ଯାହା ପଚାର ସବୁବେଳେ ତୁମେ ମୋତେ ପଢ଼ିବାକୁ ଦେବ ? ମୁଁ ହଁ କୁହନ୍ତି ତୁମେ ସ୍ବପ୍ନ ଦେଖନ୍ତ କୁମାର ପ୍ରସାନ୍ତ ©PM Shayari"

 ତୁମ ଚିଠି
କେତେଥର କହିଲିଣି
ଗୋଟେ ଚିଠି ଦିଅ ବୋଲି
ହେଲେ ତୁମେ କ'ଣ ଶୁଣୁଚ
ତୁମେ କୁହ ତୁମରତ ଗୋଟେ ପୁରୁଣା ମନ
ଉଣେଇଶିଶହ ଅଶୀ ପ୍ରେମ
ଏ ଯୁଗରେ ଆଉ କ'ଣ କେହି ଚିଠି ଲେଖେ
ଆଚ୍ଛା କ'ଣ ଲେଖିବି ଚିଠିରେ
ଗାଁ କଥା ନା ଘର କଥା
ମୁଁ କହେ କଥା,କିଛି ଅଳ୍ପକଥା

ଗାଁ କଥା କ'ଣ ଲେଖିବ
ତୁମକୁ ଦେଖିଲେ ତ ଗାଁ କଥା ବୁଝିଯିବି
ତୁମେ ତ ନିଜେ ଗାଁ ଗାଁ ବାସ
ତୁମେ ଗାଁ ଝିଅ ସବୁ ଏମିତି
ଚାହାଁଣୀରେ ପୂରା ଗାଁ ଟାକୁ ଥୋଇଦେବ
ବିଲମାଳ ଆମ୍ବତୋଟା ନଇପଠା ସବୁ
ଆଉ ଯେତେ ଯନ୍ତ୍ରଣା ସବୁ ଚଟ୍ କିନା ନେଇଯିବ

ଲେଖନ୍ତ ତୁମ କଥା
କେମିତି ତୁମେ ପାଠ ପଢ଼ିବାକୁ ଘରେ ଝଗଡ଼ା କର
ଜେଜେମାକୁ ଠକେଇ କଣ୍ଟ୍ରୋଲ ବାଲା ଚାଉଳ ଖାଇଥିବା ବେଳେ
କେମିତି ଯୁକ୍ତି କରିଥିଲ
ମହାପାତ୍ରେ ପଇସା ହେରଫେର କଲାବେଳେ
କେମିତି ବାପାଙ୍କ ମଜୁରି ହିସାବ କରି ପାନେ ଦେଲ
ତେଜରାତି ଦୋକାନ ଜିନିଷ ଦାମ୍ ରେ
ଏପଟ ସେପଟ କଲା ବୋଲି
କେମିତି ପୋଲିସ ଡାକି ଦେଇଥିଲ
ଲେଖନ୍ତ କେମିତି
ତୁମ ମା କାମକୁ ଗଲାବେଳେ
ଭାତ ରାନ୍ଧିବାକୁ କହିଯାଏ
ସବୁ କାମ ସାରି ତୁମେ ପୁଣି କଲେଜ ଯାଅ

ଆଉ ଲେଖନ୍ତ ସେହି କଥା
ଯାହା ପଚାର ସବୁବେଳେ
ତୁମେ ମୋତେ ପଢ଼ିବାକୁ ଦେବ ?
ମୁଁ ହଁ କୁହନ୍ତି
ତୁମେ ସ୍ବପ୍ନ ଦେଖନ୍ତ

କୁମାର ପ୍ରସାନ୍ତ

©PM Shayari

ତୁମ ଚିଠି କେତେଥର କହିଲିଣି ଗୋଟେ ଚିଠି ଦିଅ ବୋଲି ହେଲେ ତୁମେ କ'ଣ ଶୁଣୁଚ ତୁମେ କୁହ ତୁମରତ ଗୋଟେ ପୁରୁଣା ମନ ଉଣେଇଶିଶହ ଅଶୀ ପ୍ରେମ ଏ ଯୁଗରେ ଆଉ କ'ଣ କେହି ଚିଠି ଲେଖେ ଆଚ୍ଛା କ'ଣ ଲେଖିବି ଚିଠିରେ ଗାଁ କଥା ନା ଘର କଥା ମୁଁ କହେ କଥା,କିଛି ଅଳ୍ପକଥା ଗାଁ କଥା କ'ଣ ଲେଖିବ ତୁମକୁ ଦେଖିଲେ ତ ଗାଁ କଥା ବୁଝିଯିବି ତୁମେ ତ ନିଜେ ଗାଁ ଗାଁ ବାସ ତୁମେ ଗାଁ ଝିଅ ସବୁ ଏମିତି ଚାହାଁଣୀରେ ପୂରା ଗାଁ ଟାକୁ ଥୋଇଦେବ ବିଲମାଳ ଆମ୍ବତୋଟା ନଇପଠା ସବୁ ଆଉ ଯେତେ ଯନ୍ତ୍ରଣା ସବୁ ଚଟ୍ କିନା ନେଇଯିବ ଲେଖନ୍ତ ତୁମ କଥା କେମିତି ତୁମେ ପାଠ ପଢ଼ିବାକୁ ଘରେ ଝଗଡ଼ା କର ଜେଜେମାକୁ ଠକେଇ କଣ୍ଟ୍ରୋଲ ବାଲା ଚାଉଳ ଖାଇଥିବା ବେଳେ କେମିତି ଯୁକ୍ତି କରିଥିଲ ମହାପାତ୍ରେ ପଇସା ହେରଫେର କଲାବେଳେ କେମିତି ବାପାଙ୍କ ମଜୁରି ହିସାବ କରି ପାନେ ଦେଲ ତେଜରାତି ଦୋକାନ ଜିନିଷ ଦାମ୍ ରେ ଏପଟ ସେପଟ କଲା ବୋଲି କେମିତି ପୋଲିସ ଡାକି ଦେଇଥିଲ ଲେଖନ୍ତ କେମିତି ତୁମ ମା କାମକୁ ଗଲାବେଳେ ଭାତ ରାନ୍ଧିବାକୁ କହିଯାଏ ସବୁ କାମ ସାରି ତୁମେ ପୁଣି କଲେଜ ଯାଅ ଆଉ ଲେଖନ୍ତ ସେହି କଥା ଯାହା ପଚାର ସବୁବେଳେ ତୁମେ ମୋତେ ପଢ଼ିବାକୁ ଦେବ ? ମୁଁ ହଁ କୁହନ୍ତି ତୁମେ ସ୍ବପ୍ନ ଦେଖନ୍ତ କୁମାର ପ୍ରସାନ୍ତ ©PM Shayari

#letter #odia #poem #Shayar #Odisha #odiapoem

#Smile

People who shared love close

More like this

Trending Topic