"ପ୍ରେମ ଓ ପ୍ରତାରଣା"
----------------------------
ପବିତ୍ର ପ୍ରେମଟା କଳଙ୍କିତ ଆଜି
ପ୍ରତାରଣା ବିଷ ଭରି
ସବୁ ବୁଝିପାରି ଏ ସଭ୍ୟ ମଣିଷ
ଦ୍ୱନ୍ଦ୍ୱେ ହୁଏ ଖାଲି ଘାରି।
ପ୍ରେମ ଫଗୁଣର ଅବିର ରଙ୍ଗଟା
ଲାଗେ ଆଜି ଫିକାଫିକା
ମିଛ ପ୍ରତାରଣା ସନ୍ଦେହ ଘେରରେ
ବଞ୍ଚିବାକୁ ହୁଏ ଏକା।
ପ୍ରକୃତ ପ୍ରେମର ସଂଜ୍ଞା ବଦଳିଛି
ନାହିଁ ଆଉ ଆକର୍ଷଣ
କାମନା ନିଶାରେ ବାଟବଣା ଆଜି
ପ୍ରେମିକ ପ୍ରେମିକା ଗଣ।
ପ୍ରେମରେ ମିଶିଲେ ପ୍ରତାରଣା ଝୁଲ
ଜୀବନଟା ହୁଏ ନଷ୍ଟ
ପ୍ରେମୀ ଏକା ଜାଣେ ପ୍ରତାରଣା ପାଇଁ
ଭୋଗିବାକୁ ପଡ଼େ କଷ୍ଟ।
ପ୍ରେମ ଦୁନିଆରେ ଠିକଣା ହଜେଇ
କରନାହିଁ ପ୍ରତାରଣା
ବିଶ୍ୱାସ ଭରସା ଗହଣା ପିନ୍ଧି କି
ଠିକ୍ ରଖ ବୁଝାମଣା।
©Subrat Kanungo
#Tuaurmain