ଏହାହିଁ କାରଣ
**************
ଗୁପଚୁପ ପରି ଗୋରା ଗାଲ ତୁମ
ଫୁଲୁକା ଫୁଲୁକା ଥିଲା
ଉତ୍ତରା ଝାଞ୍ଜିର ପ୍ରଭାବରେ କିବା
ଶୁଖିକି ପାମ୍ପଡ ହେଲା?
ରଞ୍ଜିତ ରସାଳ ଅଧର ପାଖୁଡା
ଫୁଟି ଝରୁଥିଲା ମହୁ
ହଜାରେ ନୟନ ବାନ୍ଧି ରଖୁଥିଲା
କଥା ପଦେ କହୁ କହୁ।।
ଭୁଜଙ୍ଗ ତରଙ୍ଗ ତୁମ କଟି ଅଙ୍ଗେ
ଚଳନେ ଝଲସୁ ଥିଲା
ବହଳ କୁନ୍ତଳ ଜେମନ୍ତ କଜଳ
ଦେଖି ନିଶା ଜଳୁଥିଲା।।
******
©Subrat Kanungo
#tereliye