ଜୀବନକୁ ମାଗିଥିଲି ଦି ଧାର ଲୁହ
କିଏ ଜାଣିଥିଲା
ବଦଳରେ ଧାରା ଶ୍ରାବଣ ଆଣି
ଭିଜେଇଦେବ ସାରା ଶରୀର।
ଆକାଶକୁ ମାଗିଥିଲି ମୁଠାଏ ବାଦାଲ
ମୁଁ କି ଜାଣିଥିଲି
ଅମାବାସ୍ୟାର ରାତି ଆଣି
ମୋ ସହରକୁ କରିଦେବ
ସମ୍ପୂର୍ଣ ଅନ୍ଧାର।
ଶୀତ କୁ ମାଗିଥିଲି ଦି ଟୋପା କାକର
କିଏ ଜାଣିଥିଲା
ବଦଳରେ ଅଣନିଶ୍ୱାସୀ କରିଦେବ
ଛାତିରେ ଥୋଇଦେଇ
ସକାଳର ଅସମ୍ଭାଳ
ଜାଡ଼ର ପଥର।
©Subrat Kanungo
#lonely