ସମୁଦ୍ର କୂଳରେ ବସିଛି ଆଜି ମୁଁ | ଓଡ଼ିଆ ଶାୟାରି ଏବଂ ଗଜଲ |

"ସମୁଦ୍ର କୂଳରେ ବସିଛି ଆଜି ମୁଁ ଵିନ୍ଦୁଏ ଅମ୍ବୁ ପାଇଁ ସାଗର ତିଳେବି ବୁଝେନି ମୋ ତୃଷ୍ଣା ତା ପାଖେ ସମୟ କାହିଁ?? କେତେ ଉର୍ମିମାଳା ଭିଡନ୍ତି ତା ପାଶେ ବ୍ୟାପିଛି ତା କାୟା ଦିଗନ୍ତ ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ ପ୍ରେମ ହୃଦେ ରଖି ଅନନ୍ତ | ଆମ୍ବୁରାଜ ସିଏ କେତେ ସୁକୁମାର ଏ ଦରଦ କି ସେ ବୁଝିବ ବୁଝିବା ବେଳକୁ ମୁଁ ଯେ ନଥିବି କେଉଁଠି ମୋତେ ସେ ଖୋଜିବ | ସୁଖର ତଟିନୀ ଭେଟନ୍ତୁ ତା କରେ ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ ମୁଁ ହିଁ ଛାର ନାରୀ କି କରି ପାରିବି ମୋ ପ୍ରାଣ ତା ପାଦରେ ଥାଉ | କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ କୋଟି ଜନଙ୍କର ପ୍ରିୟ ସେ ହେଉ କୋଟି ମାଧବଙ୍କ ସେବା କରି ସିଏ କୋଟି ଜନ୍ମ ପାଇଁ ଅମର ରହୁ | ©lipipuspa sahoo"

 ସମୁଦ୍ର କୂଳରେ ବସିଛି ଆଜି ମୁଁ
                         ଵିନ୍ଦୁଏ ଅମ୍ବୁ ପାଇଁ
ସାଗର ତିଳେବି ବୁଝେନି ମୋ ତୃଷ୍ଣା
                  ତା ପାଖେ ସମୟ କାହିଁ??
କେତେ ଉର୍ମିମାଳା ଭିଡନ୍ତି ତା ପାଶେ
                 ବ୍ୟାପିଛି ତା କାୟା ଦିଗନ୍ତ
ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ
                  ପ୍ରେମ ହୃଦେ ରଖି ଅନନ୍ତ |
ଆମ୍ବୁରାଜ ସିଏ କେତେ ସୁକୁମାର
                   ଏ ଦରଦ କି ସେ ବୁଝିବ
ବୁଝିବା ବେଳକୁ ମୁଁ ଯେ ନଥିବି
                କେଉଁଠି ମୋତେ ସେ ଖୋଜିବ |
ସୁଖର ତଟିନୀ ଭେଟନ୍ତୁ ତା କରେ
               ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ
ମୁଁ ହିଁ ଛାର ନାରୀ କି କରି ପାରିବି
                ମୋ ପ୍ରାଣ ତା ପାଦରେ ଥାଉ |
କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ
             କୋଟି ଜନଙ୍କର ପ୍ରିୟ ସେ ହେଉ
କୋଟି ମାଧବଙ୍କ ସେବା କରି ସିଏ
          କୋଟି ଜନ୍ମ ପାଇଁ ଅମର ରହୁ |

©lipipuspa sahoo

ସମୁଦ୍ର କୂଳରେ ବସିଛି ଆଜି ମୁଁ ଵିନ୍ଦୁଏ ଅମ୍ବୁ ପାଇଁ ସାଗର ତିଳେବି ବୁଝେନି ମୋ ତୃଷ୍ଣା ତା ପାଖେ ସମୟ କାହିଁ?? କେତେ ଉର୍ମିମାଳା ଭିଡନ୍ତି ତା ପାଶେ ବ୍ୟାପିଛି ତା କାୟା ଦିଗନ୍ତ ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ ପ୍ରେମ ହୃଦେ ରଖି ଅନନ୍ତ | ଆମ୍ବୁରାଜ ସିଏ କେତେ ସୁକୁମାର ଏ ଦରଦ କି ସେ ବୁଝିବ ବୁଝିବା ବେଳକୁ ମୁଁ ଯେ ନଥିବି କେଉଁଠି ମୋତେ ସେ ଖୋଜିବ | ସୁଖର ତଟିନୀ ଭେଟନ୍ତୁ ତା କରେ ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ ମୁଁ ହିଁ ଛାର ନାରୀ କି କରି ପାରିବି ମୋ ପ୍ରାଣ ତା ପାଦରେ ଥାଉ | କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ କୋଟି ଜନଙ୍କର ପ୍ରିୟ ସେ ହେଉ କୋଟି ମାଧବଙ୍କ ସେବା କରି ସିଏ କୋଟି ଜନ୍ମ ପାଇଁ ଅମର ରହୁ | ©lipipuspa sahoo

#sagarkinare

People who shared love close

More like this

Trending Topic