lipipuspa sahoo

lipipuspa sahoo

love to write....

  • Latest
  • Popular
  • Video
#ଜୀବନ #leftalone

#leftalone

137 View

ବୁଝିବାକୁ ତୋତେ କେହି ବି ନାହାନ୍ତି ମନ ତୁ ନିରବୀ ଯାଆରେ କାହା ପ୍ରତ୍ୟୁତ୍ତରେ ଆଶା ତୁ ବାନ୍ଧିଛୁ ଆଶାକୁ ମାରି ତୁ ଦେ ରେ ସମସ୍ତେ ଏଇଠି ସ୍ୱାର୍ଥର ନାଉରୀ ପ୍ରତ୍ୟାଶା ମହଲ ଗଢ଼ନ୍ତି ବାହୁନି ବାହୁନି କାନ୍ଦିଲେ କି ହେବ ଅନ୍ତର କଥା କେ ଶୁଣନ୍ତି ଆତ୍ମାକୁ ତୋର ବନ୍ଧନରୁ କାଢ଼ି ଦୁଃଖର ପଥରେ ହ ବାଟୋଇ ହାତଭାଗିନୀଟେ ତୁ ଏହି ଜଗତେ କି ଲାଭ ମିଳିବ ସେ କଥା କହି ©lipipuspa sahoo

 ବୁଝିବାକୁ ତୋତେ କେହି ବି ନାହାନ୍ତି
               ମନ ତୁ ନିରବୀ ଯାଆରେ
କାହା ପ୍ରତ୍ୟୁତ୍ତରେ ଆଶା ତୁ ବାନ୍ଧିଛୁ
            ଆଶାକୁ ମାରି ତୁ ଦେ ରେ
ସମସ୍ତେ ଏଇଠି ସ୍ୱାର୍ଥର ନାଉରୀ
            ପ୍ରତ୍ୟାଶା ମହଲ ଗଢ଼ନ୍ତି
ବାହୁନି ବାହୁନି କାନ୍ଦିଲେ କି ହେବ
            ଅନ୍ତର କଥା କେ ଶୁଣନ୍ତି
ଆତ୍ମାକୁ ତୋର ବନ୍ଧନରୁ କାଢ଼ି
           ଦୁଃଖର ପଥରେ ହ ବାଟୋଇ
ହାତଭାଗିନୀଟେ ତୁ ଏହି ଜଗତେ
         କି ଲାଭ ମିଳିବ ସେ କଥା କହି

©lipipuspa sahoo

😊😊😊 #Thoughts

17 Love

ସମୁଦ୍ର କୂଳରେ ବସିଛି ଆଜି ମୁଁ ଵିନ୍ଦୁଏ ଅମ୍ବୁ ପାଇଁ ସାଗର ତିଳେବି ବୁଝେନି ମୋ ତୃଷ୍ଣା ତା ପାଖେ ସମୟ କାହିଁ?? କେତେ ଉର୍ମିମାଳା ଭିଡନ୍ତି ତା ପାଶେ ବ୍ୟାପିଛି ତା କାୟା ଦିଗନ୍ତ ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ ପ୍ରେମ ହୃଦେ ରଖି ଅନନ୍ତ | ଆମ୍ବୁରାଜ ସିଏ କେତେ ସୁକୁମାର ଏ ଦରଦ କି ସେ ବୁଝିବ ବୁଝିବା ବେଳକୁ ମୁଁ ଯେ ନଥିବି କେଉଁଠି ମୋତେ ସେ ଖୋଜିବ | ସୁଖର ତଟିନୀ ଭେଟନ୍ତୁ ତା କରେ ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ ମୁଁ ହିଁ ଛାର ନାରୀ କି କରି ପାରିବି ମୋ ପ୍ରାଣ ତା ପାଦରେ ଥାଉ | କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ କୋଟି ଜନଙ୍କର ପ୍ରିୟ ସେ ହେଉ କୋଟି ମାଧବଙ୍କ ସେବା କରି ସିଏ କୋଟି ଜନ୍ମ ପାଇଁ ଅମର ରହୁ | ©lipipuspa sahoo

#ଶାୟାରି #sagarkinare  ସମୁଦ୍ର କୂଳରେ ବସିଛି ଆଜି ମୁଁ
                         ଵିନ୍ଦୁଏ ଅମ୍ବୁ ପାଇଁ
ସାଗର ତିଳେବି ବୁଝେନି ମୋ ତୃଷ୍ଣା
                  ତା ପାଖେ ସମୟ କାହିଁ??
କେତେ ଉର୍ମିମାଳା ଭିଡନ୍ତି ତା ପାଶେ
                 ବ୍ୟାପିଛି ତା କାୟା ଦିଗନ୍ତ
ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ
                  ପ୍ରେମ ହୃଦେ ରଖି ଅନନ୍ତ |
ଆମ୍ବୁରାଜ ସିଏ କେତେ ସୁକୁମାର
                   ଏ ଦରଦ କି ସେ ବୁଝିବ
ବୁଝିବା ବେଳକୁ ମୁଁ ଯେ ନଥିବି
                କେଉଁଠି ମୋତେ ସେ ଖୋଜିବ |
ସୁଖର ତଟିନୀ ଭେଟନ୍ତୁ ତା କରେ
               ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ
ମୁଁ ହିଁ ଛାର ନାରୀ କି କରି ପାରିବି
                ମୋ ପ୍ରାଣ ତା ପାଦରେ ଥାଉ |
କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ
             କୋଟି ଜନଙ୍କର ପ୍ରିୟ ସେ ହେଉ
କୋଟି ମାଧବଙ୍କ ସେବା କରି ସିଏ
          କୋଟି ଜନ୍ମ ପାଇଁ ଅମର ରହୁ |

©lipipuspa sahoo

#sagarkinare

15 Love

#GaneshChaturthi

ତୁମ ଆଖିରେ ମୋ ପାଇଁ ସ୍ବପ୍ନ ତୁମ ଓଠରେ ମୋ ପାଇଁ ପ୍ରେମ ତୁମ ମନରେ ମୋ ପାଇଁ ବିଶ୍ୱାସ ଆଉ ତୁମ ଛାତିରେ ମୋତେ ସାରା ଜୀବନ ସମ୍ଭାଳିବାର ଧର୍ଯ୍ୟ ହିଁ ମୋର ପ୍ରକୃତ ଶକ୍ତି ମୋ ପ୍ରିୟ ❤ ©lipipuspa sahoo

 ତୁମ ଆଖିରେ ମୋ ପାଇଁ ସ୍ବପ୍ନ
ତୁମ ଓଠରେ ମୋ ପାଇଁ ପ୍ରେମ
ତୁମ ମନରେ ମୋ ପାଇଁ ବିଶ୍ୱାସ 
ଆଉ ତୁମ ଛାତିରେ ମୋତେ ସାରା ଜୀବନ ସମ୍ଭାଳିବାର ଧର୍ଯ୍ୟ ହିଁ
ମୋର ପ୍ରକୃତ ଶକ୍ତି ମୋ ପ୍ରିୟ ❤

©lipipuspa sahoo

ତୁମ ଆଖିରେ ମୋ ପାଇଁ ସ୍ବପ୍ନ ତୁମ ଓଠରେ ମୋ ପାଇଁ ପ୍ରେମ ତୁମ ମନରେ ମୋ ପାଇଁ ବିଶ୍ୱାସ ଆଉ ତୁମ ଛାତିରେ ମୋତେ ସାରା ଜୀବନ ସମ୍ଭାଳିବାର ଧର୍ଯ୍ୟ ହିଁ ମୋର ପ୍ରକୃତ ଶକ୍ତି ମୋ ପ୍ରିୟ ❤ ©lipipuspa sahoo

13 Love

ମୋ ପ୍ରେମ, ତୁମେ ମୋ କଳ୍ପନାର ସତ୍ୟତା, ତୁମେ ମୋ ହୃଦୟର ପ୍ରତିମା, ତୁମେ ମୋ ପ୍ରାଣର ନିଶ୍ୱାସ, ତୁମେ ମୋ ପ୍ରେମର ପ୍ରକାଶ, ଏ ସାଧାରଣ ଚକ୍ଷୁରେ ନୁହେଁ,ମୋ ପ୍ରେମର ଦିବ୍ୟ ନେତ୍ରରେ ଦେଖିବାକୁ ଚାହେଁ ତୁମକୁ ଏ ଶରୀରର ସୂକ୍ଷ୍ମ ସ୍ପର୍ଶରେ ନୁହେଁ, ମୋ ହୃଦୟର ପବିତ୍ରତାରୁ ସ୍ପର୍ଶ କରିବାକୁ ଚାହେଁ ତୁମକୁ କାରଣ କେବଳ ତୁମେ ହିଁ ମୋ ପବିତ୍ରତା, ତୁମେ ହିଁ ମୋ ଅସ୍ତିତ୍ବ, ତୁମେ ହିଁ ମୋ ବିଶ୍ୱାସ, ତୁମେ ହିଁ ମୋ ଜୀବନ ❤ ©lipipuspa sahoo

#Couple  ମୋ ପ୍ରେମ,
ତୁମେ ମୋ କଳ୍ପନାର ସତ୍ୟତା,
ତୁମେ ମୋ ହୃଦୟର ପ୍ରତିମା,
ତୁମେ ମୋ ପ୍ରାଣର ନିଶ୍ୱାସ,
ତୁମେ ମୋ ପ୍ରେମର ପ୍ରକାଶ,
ଏ ସାଧାରଣ ଚକ୍ଷୁରେ ନୁହେଁ,ମୋ ପ୍ରେମର ଦିବ୍ୟ ନେତ୍ରରେ ଦେଖିବାକୁ ଚାହେଁ ତୁମକୁ 
ଏ ଶରୀରର ସୂକ୍ଷ୍ମ ସ୍ପର୍ଶରେ ନୁହେଁ, ମୋ ହୃଦୟର ପବିତ୍ରତାରୁ ସ୍ପର୍ଶ କରିବାକୁ ଚାହେଁ ତୁମକୁ
କାରଣ କେବଳ ତୁମେ ହିଁ ମୋ ପବିତ୍ରତା, ତୁମେ ହିଁ ମୋ ଅସ୍ତିତ୍ବ, ତୁମେ ହିଁ ମୋ ବିଶ୍ୱାସ, ତୁମେ ହିଁ ମୋ ଜୀବନ ❤

©lipipuspa sahoo

#Couple

14 Love

Trending Topic