White ସମୟର ଘୋଡ଼ା ତ ଲଗାମ ଛଡ଼ା
କେତେବେଳେ ମଧ୍ୟରାତ୍ରିର ସୁରୁଜ ତ
କେତେବେଳେ ପାହାନ୍ତିଆ ତାରା l
ସକାଳର ଲେଞ୍ଜରା ପୋଛୁ ପୋଛୁ,
ନେଇ ଆସେ ଯୌବନର ଗୋଧୂଳି ବେଳ l
ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି
ଘଣ୍ଟାର ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ
କିନ୍ତୁ, ସମୟର ପ୍ରତି ରୋମାଞ୍ଚିତ ପୃଷ୍ଠା ପାଇଁ
ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ ,
ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l
ମୁକ୍ତାକାଶର ବିହଙ୍ଗ ବାଡ଼ିର ଫୁଲସହ ଅପରିଚିତ ରହିଲେ ,
ହୃଦୟର ରଙ୍ଗୀନ୍ ମଞ୍ଚ ସୁଙ୍ଗନ୍ଧ ବିହୀନ ହୋଇଯିବ l
ଭାସମାନ ନାଆ ହୋଇ କେତେ ଦିନ ବହିଵ କଳ୍ପନା ନଈରେ ?
କୂଳ ଲାଗି ଗଲେ ସିନା ତୋଳିବ ଅସୁମାରୀ ବାଲିଘର,
ନବ ଯୌବନ କାଳୀରେ ଆଙ୍କିବ ସ୍ବପ୍ନରାଇଜର ମଧୂପୁର l
ଏଇ ମୋ ଘର ଯାହାର ଶୀତଳ ଅଗଣା ,
ନିତି ଗଣେ ଘଣ୍ଟାର ପୁରୁଣା ଟିକ୍ ଟିକ୍ ବାହାନା l
ସମୟର ସେଇ ଅଥୟତା ପାଇଁ ତ ଦଳାଚକଟା ,
ମନ ଓ ମସ୍ତିଷ୍କ ମଧ୍ୟରେ ଚିର ଘନଘଟା l
ନିଶ୍ଚୟ, ସମୟ ହିଁତ ବଡ଼ ଜଞ୍ଜାଳ
କିନ୍ତୁ,ସମୟ ଛଡ଼ା ହୋଇ ରହିବ କେତେ ବେଳ ?
ସମୟକୁ ଅଣଦେଖା କରି କଣ ଗଢ଼ିହେବ,
ବୟସର ଗୋଟେ ଅପରିବର୍ତ୍ତିନୀୟ କାଳ ?
ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ
ବୟସର ଦ୍ୱାରବନ୍ଧ ଡେଇଁ ଚାଲିଯିବ,
ବସନ୍ତ ଯୁଇ ରେ ମନ ଉଷୁମ ହୋଇ ରହିପାରିବ ତ ?
ଆଶାରେ ଆଶଙ୍କାର ବସା ବାନ୍ଧିବାକୁ ଲାଗିଲେ,
ବ୍ୟତିବ୍ୟସ୍ତ ବୟସ ବିରହ ର ଶ୍ୱେତବସ୍ତ୍ର ପିନ୍ଧିବ l
ତେଣୁ ମନକୁ ଶାନ୍ତ୍ବନା ମୁକ୍ତ କରିବାକୁ ହେବ ,
ଅଣାକାର ମନରେ ଆକାର ବୋଲିବାର ବେଳ ଆସନ୍ନ l
କୁଆଁରୀ ଜହ୍ନର ଯୋଛନାରେ ଆଶା ,
ଜୁଆରିଆ ବୈତରଣୀ ଗର୍ଭରେ ବହି ବହି,
ଯୌବନର ଭୁଗୋଳରେ ମରୁଭୂମି ସୃଷ୍ଟି କରିବ ,
ନୀରବ କାକର ରାତିରେ କେବଳ ସ୍ଵପ୍ନ ରହିଯିବ ନିଦ ନାହିଁ l
କଳ୍ପନାର ପ୍ରତ୍ୟାଶୀତ ମନୋରମ ଛବିଟେ ପାଇଁ,
ମନ ମାଟି ଲେପୁ ଲେପୁ ,ଛୋଟ ଛୋଟ ଗୋଡ଼ି
ବୟସର ସମତଳ ଭୂଇଁରେ ଛିଦ୍ର ଆଣି ଦେବା,
ଅଧା ଗଢ଼ଣର ଦେହ ସାଜିବ ଚିତ୍ର ନଈର ମୂର୍ତ୍ତୀ ନାଉରୀ l
ଫେଣ୍ଟୁଥିବା ମନକୁ ଅନ୍ଧାର ମୁକ୍ତ କରିବାର ସମୟ ଏଇ
ନହେଲେ, ହୃଦୟର ଅଧାଲିଭା କୋହ ,
ଯୌବନ ର ଜଳନ୍ତା ନିଆଁ ପାଇ
ଦେହକୁ ଆଶାନଈ ରେ ଦାହ କରି ଦେବ ।।
©BP Bagh
#moon_day