ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବ | ଓଡ଼ିଆ Life

"ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି ତମକୁ ଦେଖିବାକୁ ଭଲଲାଗେ.. ଅମାବାସ୍ୟା ର ଅନ୍ଧାରରେ ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ... ସାରା ସହର ଶୋଇଯିବା ପରେ ତମ ପାଇଁ ଉଜାଗର ରହିବାକୁ ଭଲଲାଗେ... ବାସ୍ତବତା ଠାରୁ କିଛି ସମୟର ବିରତି ନେଇ ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ.. ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି ହାରିଯିବା ପରେ ତମ ଭିତରେ ହଜି ଯିବାକୁ ଭଲଲାଗେ.. ସମସ୍ତଙ୍କ ଠାରୁ ଦୂରେଇ ବାସ୍ ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ... ହଁ ତମ ସହ ଏଇ ପୁରା ପୃଥିବୀଟା କାଇଁ ଭାରି ଭଲଲାଗେ.... ****** ©Subrat Kanungo"

 ଭଲଲାଗେ 
*************
ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି 
ତମକୁ ଦେଖିବାକୁ ଭଲଲାଗେ..
ଅମାବାସ୍ୟା ର ଅନ୍ଧାରରେ 
ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ...
ସାରା ସହର ଶୋଇଯିବା ପରେ 
ତମ ପାଇଁ ଉଜାଗର ରହିବାକୁ ଭଲଲାଗେ...
ବାସ୍ତବତା ଠାରୁ କିଛି ସମୟର ବିରତି ନେଇ 
ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ..
ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି  ହାରିଯିବା ପରେ 
ତମ ଭିତରେ ହଜି ଯିବାକୁ ଭଲଲାଗେ..
ସମସ୍ତଙ୍କ ଠାରୁ ଦୂରେଇ ବାସ୍ 
ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ...
ହଁ ତମ ସହ ଏଇ ପୁରା ପୃଥିବୀଟା 
କାଇଁ ଭାରି ଭଲଲାଗେ....

******

©Subrat Kanungo

ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି ତମକୁ ଦେଖିବାକୁ ଭଲଲାଗେ.. ଅମାବାସ୍ୟା ର ଅନ୍ଧାରରେ ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ... ସାରା ସହର ଶୋଇଯିବା ପରେ ତମ ପାଇଁ ଉଜାଗର ରହିବାକୁ ଭଲଲାଗେ... ବାସ୍ତବତା ଠାରୁ କିଛି ସମୟର ବିରତି ନେଇ ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ.. ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି ହାରିଯିବା ପରେ ତମ ଭିତରେ ହଜି ଯିବାକୁ ଭଲଲାଗେ.. ସମସ୍ତଙ୍କ ଠାରୁ ଦୂରେଇ ବାସ୍ ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ... ହଁ ତମ ସହ ଏଇ ପୁରା ପୃଥିବୀଟା କାଇଁ ଭାରି ଭଲଲାଗେ.... ****** ©Subrat Kanungo

#Yaari

People who shared love close

More like this

Trending Topic