ଜଗତର ନାଥ ଭାଇ ଭଉଣୀଙ୍କୁ ଧରି ,
ବରଷକୁ ଆସିଛି ଯେ ବିଲେଇସର
  • Latest
  • Popular
  • Video

ଜଗତର ନାଥ ଭାଇ ଭଉଣୀଙ୍କୁ ଧରି , ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି.... ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ ଶିରିକ୍ଷେତ୍ର ପୁରୀ ...... କେଡେ ଲୋଭାବନ ଦିଶେ ମୋ କଳାଠାକୁର.. ନାଲି ନାଲି ଅଧର ତା ହସ ମନୋହର..... ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି ଦରଶନେ ତାର ସବୁ ଦୁଃଖ ଯାଏ ସରି ଦୁଃଖ ଯାଏ ସରି.... ଜଗତ ରେ ନାଥ.... ପତିତପାବନ ନାମେ ଉଡ଼ାଉଛି ନେତ, ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ.... ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି... ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି... ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି ଦୁଇ ବାହୁ ମେଲି.. ଜଗତର ନାଥ ଭାଇ.... ©ଶ୍ରଦ୍ଧାଶିଷ୍......

 ଜଗତର ନାଥ ଭାଇ ଭଉଣୀଙ୍କୁ ଧରି ,
ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି....
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ 
ଶିରିକ୍ଷେତ୍ର ପୁରୀ ......

କେଡେ ଲୋଭାବନ ଦିଶେ ମୋ କଳାଠାକୁର..
ନାଲି ନାଲି ଅଧର ତା ହସ ମନୋହର.....
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଦରଶନେ ତାର ସବୁ ଦୁଃଖ ଯାଏ ସରି 
ଦୁଃଖ ଯାଏ ସରି....

ଜଗତ ରେ ନାଥ....

ପତିତପାବନ ନାମେ ଉଡ଼ାଉଛି ନେତ,
ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ....
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି
ଦୁଇ ବାହୁ ମେଲି..

ଜଗତର ନାଥ ଭାଇ....

©ଶ୍ରଦ୍ଧାଶିଷ୍......

ଜଗତ ର ନାଥ

16 Love

Trending Topic