କେତେ ପର୍'କାରେ ଗରିବ୍ ଦେଖ୍'ବୁ
ନାଇଁ କରି ହୁଏ ଠାବ୍,
ମନର ଗରିବ୍, ବିଚାରେ ଗରିବ୍ ଆର୍
ଗରିବ୍ ଆଏ କାର୍ ସ୍ବଭାବ୍ ।
ଧନର୍ ଗରିବ୍ ,ଗରିବ୍ ନୁହେ ତାର୍
ଧନର୍ ଖାଲି ଅଭାବ୍,
ବେଭାର୍ ଟିକ୍'କ ବନେ ବୋଲି କରି
ସବୁଠାନେ ତାର୍ ଭାବ୍ ।
ମନର୍ ଗରିବ୍ ଦୁଇ ପେଚିଆ
ଉପ୍'ରେ ଉପ୍'ରେ ବନେ,
ଭିତର କେ ଆର୍ କିଏ ଦେଖୁଛେ
ଅହଙ୍କାର୍ ଥିବା ଘନେ ।
ବିଚାରେ ଗରିବ୍ ଅବିଚାର୍ ଥି
ଏକ୍ ନମର୍ ରଜା ।
ଅଡ଼ୁଆ ଭିତରେ ଲୁକ୍'କୁ ପକେଇ
ଦେଖ୍'ବା ଖାଲି ମଜା ।
ବେଭାରେ ଗରିବ୍ ଦୁର୍'ବେଭାର୍ କେ
ନିଜର୍ ବୋଲି ଭାବେ ,
ଆର୍ ନୁକୋ କଥା କେ ଛି ଥୁ କରି ରହେସି
ନିଜର୍ ଲାଭେ ।
ଆର୍ କେତେ ଯେ ଗରିବ୍ ଥିବେ
ନାଇଁ ମିଲେ ତାର୍ ଧାର୍ ,
ନିଜେ ବନେ ଥିଲେ ସବୁ ବନେ ଇନେ
ଇ କଥା ଟା ସାର୍ ।
ମୁନୁଷ୍ ଜୀବନ୍ ବଡ଼ା ଦୁର୍ଲଭ୍
ପୁଇଁନ୍ କଲେ ମିଲେ ,
ଧନ୍ ଥାଇ କରି ଗରିବ୍ ହେଲେ
ଘାଣ୍ଟି ହେବୁ ଅର୍କଲେ ।
©ଶ୍ରଦ୍ଧା......
Continue with Social Accounts
Facebook Googleor already have account Login Here