ଯାହାଙ୍କ ଗାରିମାର ବର୍ଣ୍ଣନାରେ
ଶଦ୍ଦ ଦିଏ ଇସ୍ତାହାର
ମୁଁ କି ଛାର ବର୍ଣ୍ଣିପାରିବି ତାଙ୍କୁ
ନାହିଁ ଯାର ଗୁଣର ସୀମାଗର...
ଯାହାଙ୍କ ଇଙ୍ଗୀତେ ମନ ହୁଏ ମୋର ଉତ୍ଫୁଲିତ
ଯାହାଙ୍କ ହସ ଦେଖିଲେ ଖେଳିଯାଏ ମନରେ ମଲ୍ହାର
ସେଇ ସରଳ ନିଷ୍କପଟ "ଆଖି ଦୁଇଟି"
ଯେଉଁଥିରେ ଭରି ହୋଇ ରହିଥାଏ
କେତେ ଯେ ସ୍ନେହ,
ଅମାପ ଭଲପାଇବା,
ସମସ୍ତିଙ୍କୁ ନିଜର କରିବାର ଦକ୍ଷତା;
ସେଇ ନୟନ ଯୁଗଳ ଆଗରେ
ଫିକା ପଡ଼ିଯାଏ ସମସ୍ତ ଶୃଙ୍ଗାର....
ଗହମି ରଙ୍ଗର ଶରୀର
କୃଷ୍ଣ କେଶରାଜି ବେଣୀ ହୋଇ ପଡ଼ିଥାଏ
ଗୋଲାପୀ ଓଠରେ ସବୁବେଳେ ଖେଳୁଥାଏ
ନିରବଚ୍ଛିନ୍ନ ହସ..
ମନ ମଧ୍ୟରେ ଅବା ଥାଉ
କେତେ ଯେ ବ୍ୟଥା , କ୍ଳେଶ
କିନ୍ତୁ ସେ ସବୁକୁ ଲୁଚେଇଦିଏ ତାଙ୍କର ସେ ନିରୁକ୍ତା ହସ
କେବେ ସେ ସାଜନ୍ତି ସହନଶୀଳତା ର ପ୍ରତୀକ
କେବେ ପୁଣି ଅନ୍ୟର ଅଧିକାର ପାଇଁ କରନ୍ତି ଅଭିଯୋଗ
ବହୁ ପ୍ରତିଭା ଧାରି ମଣିଷ ଟିଏ ସେ,
ଯେ ଅତି ସରଳ ରେ ଶିଖାଇଛନ୍ତି ମତେ ଜୀବନ ର ଅର୍ଥ....
ଖୁବ୍ ଫେନିଳ ଭାଷା ରେ ସେ ନିଜ କଥା କୁହନ୍ତି
କିନ୍ତୁ ସ୍ପଷ୍ଟ ଭାବେ ବିଜ୍ଞାନର ବ୍ୟାଖ୍ୟା କରନ୍ତି
ଅଜଣା ମଣିଷ ଟେ କୁ ନିଜର କରିବାକୁ ତାଙ୍କୁ ଖୁବ୍ କାମ ସମୟ ଲାଗେ
କିନ୍ତୁ ନିଜକୁ ଯାହା ଆଗରେ ଖୋଲିବାକୁ ସେ ନାପସନ୍ଦ କରନ୍ତି।।।।
ଦିଗହଜା ପଥିକ ସାଜି
ଯେବେ ମୁଁ ତାଙ୍କ ସାମ୍ନା କୁ ଯାଏ
ମତେ ମୋର ଦିଗ ଏବଂ
ପଚାରିବା ପୂର୍ବରୁ ପ୍ରଶ୍ନ ର ଉତ୍ତର ମିଳିଯାଏ;
ତାଙ୍କର ସେ ଶାନ୍ତ, କାନ୍ତ ମୁଖରେ
ଥାଏ କେତେ ଯେ ଆକର୍ଷଣ,,,
ଅଥୟ, ବିଚଳିତ ହୋଇ ଯେବେ
ମୁଁ ଦେଖେ ତାଙ୍କୁ
ନିଜକୁ ଶାନ୍ତ ପାଏ ଏବଂ
ମିଳିଯାଏ ମତେ ମୋର ସମସ୍ତ ସମାଧାନ।।।।
ତେବେ---
ମୁଁ ତାଙ୍କୁ ସ୍ବର୍ଗର ସୁନ୍ଦରୀ, ଅପସରା କି ଦେବୀ କହିବି ନାହିଁ
କେବଳ କିଛି ଶିକ୍ଷା ଦେଇଥିବା ଗୁରୁମା କହିଲେ ତ୍ୟୁକ୍ତି ହେବ...
ସେ ମୋ ପାଇଁ ସାମ୍ରାଜ୍ଞି ଅଟନ୍ତି!!!
ମାତୃତ୍ଵ, ନାରୀତ୍ତ୍ଵ , ଆଦର୍ଶ ବ୍ୟକ୍ତିତ୍ଵଧାରୀ ଜଣେ ସାମ୍ରାଜ୍ଞି।।।।।
©Tejaswinee
Continue with Social Accounts
Facebook Googleor already have account Login Here