White ଯାତ୍ରା-25
ବାପା
କିଛି ଦେଇନି ତମକୁ ଅବା କି ଅର୍ପିବି
ଯାହା ପାଶେ ଜୀବନସାରା ହାତ ପତେଇଲି
ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?
ଭାବେ କେବେ କେବେ କିଛି ଅର୍ପଣ କରିବାକୁ ,
ପ୍ରଳମ୍ବିତ ହାତ-
ସନ୍ତର୍ପଣ ସଂକୋଚରେ ଫେରିଆସେ ପଛକୁ;
ବାପା!! କାଳେ ତୁମେ କ'ଣ ଭାବି ବ ନି ତ!!
ତମ ଛାଇ ତଳେ-
ନିଘୋଡ଼ ନିଦରେ ନିଜକୁ ହଜେଇଥିବା
ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ-
ଭୁଲି ଯାଇଥିଲି-
"ଛାଇ ଛାଇ ଖୋଜେ
ଶାନ୍ତିରେ ନିଶ୍ୱାସ ମାରିବାକୁ!"
ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ
ନିଶବ୍ଦ ହେଇଯାଇ ଥିବା ମୁଁ
ପାରୁନି ଭାବି:
"ଆକାଶ କି ସତେ ଖୋଜେ ମାଟି-ସ୍ପର୍ଶ,
ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !"
ମନକୁ ବୁଝାଏ,
କଣବା ମୁଁ କରି ପାରିଥାନ୍ତି?
ମୁଁ, ମୋ ସ୍ଥିତି, ଅବସ୍ଥିତି,
ମୋ ଚାରିପାଖ ପୃଥିବୀ
ସବୁତ ତମ ଅତୀତର କର୍ମ ଭୂମି:
ସବୁକିଛି ତୁମ ତମ ସାଧନାର ମନ୍ଦାକିନୀ।
କ୍ଷୁଦ୍ର ଏକ ଖୋଦ୍ୟୋତ ମୁଁ;
ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା,
ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ;
ଅବସୋସ ରହିଗଲା କେବଳ
ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି,
ଅହରହ ଜଳିପାରିଲିନି -
ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ,
ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ।
ସ୍ମୃତି ରଞ୍ଜନ ମହାନ୍ତି©
20.10.2022
All copyrights reserved
https://smrutiweb.wordpress.com/2022/10/20
©Smruti Ranjan Mohanty
#Sad_Status ଯାତ୍ରା-25
ବାପା
କିଛି ଦେଇନି ତମକୁ ଅବା କି ଅର୍ପିବି
ଯାହା ପାଶେ ଜୀବନସାରା ହାତ ପତେଇଲି
ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?