ପ୍ରିୟତମା
**************
ଆଜି ପୁଣି ତୁମ ସହ ଦେଖାହେଲା
ଆଖି ପୁଣି ଓଦା ହେଲା
ନିଶ୍ୱାସ ଖର ହେଲା
ଓଠ ଥରି ଉଠିଲା
ଶବ୍ଦ ମାନେ ସବୁ ଦେଖୁଥିଲେ
କିନ୍ତୁ ଚୁପ ଥିଲେ
କିଛି ସମୟର ନୀରବତା କୁ
ସମୟ ହିଁ ଭାଙ୍ଗୁଥିଲା
ଟିକ୍ ଟିକ୍ ଟିକ୍ ଟିକ୍
ଟିକ୍ ଟିକ୍ ଟିକ୍ ଟିକ୍
ତାପରେ
ତମେ ଫିକ୍ କରି ହସିଦେଲ
ଲାଗିଲା ଏକ ନିରବଝଡ଼
ନୀରବରେ ଚାଲିଗଲା......
©Subrat Kanungo
#citylight