White ସମୟର ଘୋଡ଼ା ତ ଲଗାମ ଛଡ଼ା କେତେବେଳେ ମଧ୍ୟରାତ୍ରିର | ଓଡ଼ିଆ Motivation V

"White ସମୟର ଘୋଡ଼ା ତ ଲଗାମ ଛଡ଼ା କେତେବେଳେ ମଧ୍ୟରାତ୍ରିର ସୁରୁଜ ତ କେତେ ବେଳେ ପାହାନ୍ତିଆ ତାରା l ସକାଳର ଲେଞ୍ଜରା ପୋଛୁ ପୋଛୁ, ନେଇ ଆସେ ବୟସର ଗୋଧୂଳି ବେଳ l ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି ଘଣ୍ଟା ର ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ କିନ୍ତୁ ବୟସର ପ୍ରତ୍ୟେକ ରୋମଞ୍ଚକ ପୃଷ୍ଠା ପାଇଁ ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ , ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l ମୁକ୍ତାକାଶର ବିହଙ୍ଗ, ଚିହ୍ନା ବାଡ଼ିର ଫୁଲକୁ ଅଣୁଟିଏ ଭାବି ନେଲେ , ହୃଦୟ ର ରଙ୍ଗୀନ ମଞ୍ଚ, ସୁଗନ୍ଧ ବିହୀନ ହୋଇଯିବ l ହେଲେ ,ନାଆ ଟିଏ କେତେ ଦିନ ବହି ଚାଲିବ କଳ୍ପନା ନଈରେ ? କୂଳ ଲାଗି ଗଲେ ସିନା ସ୍ପର୍ଶ କରିଵ କଅଁଳ ବାୟମଣ୍ଡଳ, ଗଢ଼ି ତୋଲିବ ଯୌବନ କାଳୀ ରେ ଏକ ବାଲ୍ୟ ଜୀବମଣ୍ଡଳ l ଏଇ ମୋ ଘର ଯାହାର ପ୍ରତ୍ୟେକ କାନ୍ଥ , ହୃଦୟରେ ବୋହେ କେତେ ଚଳନ୍ତା ଘଣ୍ଟା l ସେଇ ଘଣ୍ଟା ର ଅଥୟତା ପାଇଁ ତ ଦଳାଚକଟା , ମନ ଓ ମସ୍ତିଷ୍କ ମଧ୍ୟରେ କେତେ ଘନଘଟା l ସମୟ ଛଡ଼ା ହେଇ ରହି ହେବ କେତେ ବେଳ ? ନିଶ୍ଚୟ, ସମୟ ହି ତ ବଡ଼ ଜଞ୍ଜାଳ l ତଥାପି , ସମୟକୁ ଅଣ ଦେଖା କରି କଣ ଗଢି ହେବ, ଯୌବନର ଗୋଟେ ଚିରସ୍ଥାୟୀ କାଳ ?? କାନ୍ଥ ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ ବୟସର ଦ୍ୱାରବନ୍ଧ ଡେଇ ଚାଲିଯିବ, ବସନ୍ତ ଯୁଇ ରେ ମନ ଉଷୁମ ହେଇ ରହିପାରିବ ତ ? ଅଣାକାର ମନକୁ ଆକାର ଦେବାର ବେଳ ଆସନ୍ନ l ନହେଲେ, ବୁକୁରେ କୁହୁଳୁ ଥିବା କୋହ , ଯୌବନ ଚୁଲି ରେ ନିଆଁ ଲଗେଇ ମନକୁ ଶୁଖିଲା ନଈ ରେ ଉଳଗ୍ନ କରିଦେବା ।। ©BP Bagh "

White ସମୟର ଘୋଡ଼ା ତ ଲଗାମ ଛଡ଼ା କେତେବେଳେ ମଧ୍ୟରାତ୍ରିର ସୁରୁଜ ତ କେତେ ବେଳେ ପାହାନ୍ତିଆ ତାରା l ସକାଳର ଲେଞ୍ଜରା ପୋଛୁ ପୋଛୁ, ନେଇ ଆସେ ବୟସର ଗୋଧୂଳି ବେଳ l ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି ଘଣ୍ଟା ର ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ କିନ୍ତୁ ବୟସର ପ୍ରତ୍ୟେକ ରୋମଞ୍ଚକ ପୃଷ୍ଠା ପାଇଁ ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ , ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l ମୁକ୍ତାକାଶର ବିହଙ୍ଗ, ଚିହ୍ନା ବାଡ଼ିର ଫୁଲକୁ ଅଣୁଟିଏ ଭାବି ନେଲେ , ହୃଦୟ ର ରଙ୍ଗୀନ ମଞ୍ଚ, ସୁଗନ୍ଧ ବିହୀନ ହୋଇଯିବ l ହେଲେ ,ନାଆ ଟିଏ କେତେ ଦିନ ବହି ଚାଲିବ କଳ୍ପନା ନଈରେ ? କୂଳ ଲାଗି ଗଲେ ସିନା ସ୍ପର୍ଶ କରିଵ କଅଁଳ ବାୟମଣ୍ଡଳ, ଗଢ଼ି ତୋଲିବ ଯୌବନ କାଳୀ ରେ ଏକ ବାଲ୍ୟ ଜୀବମଣ୍ଡଳ l ଏଇ ମୋ ଘର ଯାହାର ପ୍ରତ୍ୟେକ କାନ୍ଥ , ହୃଦୟରେ ବୋହେ କେତେ ଚଳନ୍ତା ଘଣ୍ଟା l ସେଇ ଘଣ୍ଟା ର ଅଥୟତା ପାଇଁ ତ ଦଳାଚକଟା , ମନ ଓ ମସ୍ତିଷ୍କ ମଧ୍ୟରେ କେତେ ଘନଘଟା l ସମୟ ଛଡ଼ା ହେଇ ରହି ହେବ କେତେ ବେଳ ? ନିଶ୍ଚୟ, ସମୟ ହି ତ ବଡ଼ ଜଞ୍ଜାଳ l ତଥାପି , ସମୟକୁ ଅଣ ଦେଖା କରି କଣ ଗଢି ହେବ, ଯୌବନର ଗୋଟେ ଚିରସ୍ଥାୟୀ କାଳ ?? କାନ୍ଥ ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ ବୟସର ଦ୍ୱାରବନ୍ଧ ଡେଇ ଚାଲିଯିବ, ବସନ୍ତ ଯୁଇ ରେ ମନ ଉଷୁମ ହେଇ ରହିପାରିବ ତ ? ଅଣାକାର ମନକୁ ଆକାର ଦେବାର ବେଳ ଆସନ୍ନ l ନହେଲେ, ବୁକୁରେ କୁହୁଳୁ ଥିବା କୋହ , ଯୌବନ ଚୁଲି ରେ ନିଆଁ ଲଗେଇ ମନକୁ ଶୁଖିଲା ନଈ ରେ ଉଳଗ୍ନ କରିଦେବା ।। ©BP Bagh

#moon_day

People who shared love close

More like this

Trending Topic