White ସମୟର ଘୋଡ଼ା ତ ଲଗାମ ଛଡ଼ା
କେତେବେଳେ ମଧ୍ୟରାତ୍ରିର ସୁରୁଜ ତ
କେତେ ବେଳେ ପାହାନ୍ତିଆ ତାରା l
ସକାଳର ଲେଞ୍ଜରା ପୋଛୁ ପୋଛୁ,
ନେଇ ଆସେ ବୟସର ଗୋଧୂଳି ବେଳ l
ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି
ଘଣ୍ଟା ର ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ
କିନ୍ତୁ ବୟସର ପ୍ରତ୍ୟେକ ରୋମଞ୍ଚକ ପୃଷ୍ଠା ପାଇଁ
ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ ,
ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l
ମୁକ୍ତାକାଶର ବିହଙ୍ଗ, ଚିହ୍ନା ବାଡ଼ିର ଫୁଲକୁ ଅଣୁଟିଏ ଭାବି ନେଲେ ,
ହୃଦୟ ର ରଙ୍ଗୀନ ମଞ୍ଚ, ସୁଗନ୍ଧ ବିହୀନ ହୋଇଯିବ l
ହେଲେ ,ନାଆ ଟିଏ କେତେ ଦିନ ବହି ଚାଲିବ କଳ୍ପନା ନଈରେ ?
କୂଳ ଲାଗି ଗଲେ ସିନା ସ୍ପର୍ଶ କରିଵ କଅଁଳ ବାୟମଣ୍ଡଳ,
ଗଢ଼ି ତୋଲିବ ଯୌବନ କାଳୀ ରେ ଏକ ବାଲ୍ୟ ଜୀବମଣ୍ଡଳ l
ଏଇ ମୋ ଘର ଯାହାର ପ୍ରତ୍ୟେକ କାନ୍ଥ ,
ହୃଦୟରେ ବୋହେ କେତେ ଚଳନ୍ତା ଘଣ୍ଟା l
ସେଇ ଘଣ୍ଟା ର ଅଥୟତା ପାଇଁ ତ ଦଳାଚକଟା ,
ମନ ଓ ମସ୍ତିଷ୍କ ମଧ୍ୟରେ କେତେ ଘନଘଟା l
ସମୟ ଛଡ଼ା ହେଇ ରହି ହେବ କେତେ ବେଳ ?
ନିଶ୍ଚୟ, ସମୟ ହି ତ ବଡ଼ ଜଞ୍ଜାଳ l
ତଥାପି , ସମୟକୁ ଅଣ ଦେଖା କରି କଣ ଗଢି ହେବ,
ଯୌବନର ଗୋଟେ ଚିରସ୍ଥାୟୀ କାଳ ??
କାନ୍ଥ ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ
ବୟସର ଦ୍ୱାରବନ୍ଧ ଡେଇ ଚାଲିଯିବ,
ବସନ୍ତ ଯୁଇ ରେ ମନ ଉଷୁମ ହେଇ ରହିପାରିବ ତ ?
ଅଣାକାର ମନକୁ ଆକାର ଦେବାର ବେଳ ଆସନ୍ନ l
ନହେଲେ, ବୁକୁରେ କୁହୁଳୁ ଥିବା କୋହ ,
ଯୌବନ ଚୁଲି ରେ ନିଆଁ ଲଗେଇ
ମନକୁ ଶୁଖିଲା ନଈ ରେ ଉଳଗ୍ନ କରିଦେବା ।।
©BP Bagh
#moon_day