କବିତା ଅଟେ ଅନ୍ତର୍ମନ ର ଭାଷା
ଯେଉଁ ଥିରେ ନଥାଏ ଛଳନା
ନଥାଏ କପଟ ନା ହଁ ଈର୍ଷା
କେବଳ ଥାଏ ବ୍ୟକ୍ତ କରିବାର ଅଭିଳାଷା....
ମୁଁ ଚାହେଁ ଠିକ୍ କବିତା ପରି ପ୍ରେମ
ଯାହା କୋଳ ରେ ମିଳୁଥିବ ଶାନ୍ତି ଓ ସ୍ଵାଧୀନତା
ଆଶା ରହିତ ହୋଇ ଚାଲିଥିବ ପରସ୍ପର କୁ ଚିହ୍ନିବା ର ଚେଷ୍ଟା
ନାଁ ଥିବ ଶଦ୍ଦ ନାଁ ହିଁ ଥିବ ଭାଷା....
କବିତା ର ସବୁ ଶବ୍ଦରେ ଥିବା ନୂତନତା ପରି
ଦୁହେଁ ଦୁହିଁଙ୍କ ଭିତରେ ଖୋଜୁଥିବୁ ସ୍ୱତନ୍ତ୍ରତା
ନିଇତି ସୂର୍ଯ୍ୟ ର କିରଣ ବଢ଼ାଉଥିବ ଆମ ଭିତର ର ଦୃଢ଼ତା.....
ଏବଂ ଚନ୍ଦ୍ର ର ଚାନ୍ଦିନୀ ଆରମ୍ଭ କରୁଥିବ ପୁଣି ଏକ ନୂଆ କବିତା....
©Tejaswinee