ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, | ଓଡ଼ିଆ Life

"ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, ମୂଲ୍ୟବାନ ', ହସୁଥିଲି ହସ ସମୟ କି ବଡ଼ ନଦେଇ ତାହାକୁ ଧ୍ୟାନ । ପାଖେପାଖେ ଥିଲା ସଦା କହୁଥିଲା ସଦୁପଯୋଗ ମୋ କର, ଥରେ ଚାଲିଗଲେ ଆସିବିନି ଫେରି କହିବନି କଲା ପର । ଚଗଲା ମୋ ମନ ବୁଝିଲାନି କିଛି ସମୟ କି ବଡ଼ ମୋ ଠାରୁ ? କେତେ ଯେ ସମୟ ଗଲାଣିତ ଚାଲି କ'ଣ ହେଇଛି କି ସେଥିରୁ ? ଭର୍ସନା ଯେ କେତେ କରିଛି ତାହାକୁ କରିନି କେବେ ଖାତିରି, ହସି ଉଡାଇଛି ତାହାରି କଥାକୁ ଟିକିଏ ବି ଭାବିନାହି । ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା ସମୟ ଚାଲିଲା ସରି.. ତଥାପି ସମୟ କହେ ଥର ଥର ଗଲେ ଆସିବିନି ଫେରି। ଧିକ୍ ରେ ଜୀବନ କଲୁ ଏ କି କାମ ବୁଝିଲୁ ନାହିଁ କି ତାକୁ, ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ ଫେରି ପାଇବୁକି ଆଉ । ହଜିଲା ସମୟ ଫେରି କି ଆସିବ ଥରେ ଚାଲିଗଲେ ଭାଇ, ସୁଖକୁ ଜାବୁଡ଼ି ଯେତେ ଧରିଥିଲେ ଦୁଃଖ ଆସିଯିବ ସେହି । ଦିନ ତ ଆସିବ ଏମିତି ହୋଇବ ସମୟକୁ ହେବୁ ଭାଲି, ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ ସମୟ ଯାଇଛି ଚାଲି । ©Iswar Meher"

 ସମୟ ଯାଇଛି ଚାଲି

ଦିନେ ଆସିଥିଲା  ସମୟ ପାଖକୁ
କହିଲା ମୁଁ, ମୂଲ୍ୟବାନ ',
ହସୁଥିଲି ହସ  ସମୟ କି ବଡ଼
ନଦେଇ ତାହାକୁ ଧ୍ୟାନ ।
ପାଖେପାଖେ ଥିଲା  ସଦା କହୁଥିଲା
ସଦୁପଯୋଗ ମୋ କର,
ଥରେ ଚାଲିଗଲେ   ଆସିବିନି ଫେରି
କହିବନି କଲା ପର ।
ଚଗଲା ମୋ ମନ  ବୁଝିଲାନି କିଛି
ସମୟ କି ବଡ଼ ମୋ ଠାରୁ ?
କେତେ ଯେ ସମୟ  ଗଲାଣିତ ଚାଲି
କ'ଣ ହେଇଛି କି ସେଥିରୁ ?
ଭର୍ସନା ଯେ କେତେ  କରିଛି ତାହାକୁ
କରିନି କେବେ ଖାତିରି,
ହସି ଉଡାଇଛି  ତାହାରି କଥାକୁ
ଟିକିଏ ବି ଭାବିନାହି ।
ଆୟୁଷ ସିନା ମୋ   ବଢ଼ି ବଢ଼ି ଗଲା
ସମୟ ଚାଲିଲା ସରି..
ତଥାପି ସମୟ  କହେ ଥର ଥର
ଗଲେ ଆସିବିନି ଫେରି।
ଧିକ୍ ରେ ଜୀବନ  କଲୁ ଏ କି କାମ
ବୁଝିଲୁ ନାହିଁ କି ତାକୁ,
ଗୋଟିଏ ମୁହୂର୍ତ୍ତ  ଅଟେ କି ଅମୂଲ୍ୟ
ଫେରି ପାଇବୁକି ଆଉ ।
ହଜିଲା ସମୟ  ଫେରି କି ଆସିବ
ଥରେ ଚାଲିଗଲେ ଭାଇ,
ସୁଖକୁ ଜାବୁଡ଼ି  ଯେତେ ଧରିଥିଲେ
ଦୁଃଖ ଆସିଯିବ ସେହି ।
ଦିନ ତ ଆସିବ  ଏମିତି ହୋଇବ
ସମୟକୁ ହେବୁ ଭାଲି,
ଭାଗ୍ୟକୁ କହିବୁ  ନିଜକୁ ନିନ୍ଦିବୁ
ସମୟ ଯାଇଛି ଚାଲି ।

©Iswar Meher

ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, ମୂଲ୍ୟବାନ ', ହସୁଥିଲି ହସ ସମୟ କି ବଡ଼ ନଦେଇ ତାହାକୁ ଧ୍ୟାନ । ପାଖେପାଖେ ଥିଲା ସଦା କହୁଥିଲା ସଦୁପଯୋଗ ମୋ କର, ଥରେ ଚାଲିଗଲେ ଆସିବିନି ଫେରି କହିବନି କଲା ପର । ଚଗଲା ମୋ ମନ ବୁଝିଲାନି କିଛି ସମୟ କି ବଡ଼ ମୋ ଠାରୁ ? କେତେ ଯେ ସମୟ ଗଲାଣିତ ଚାଲି କ'ଣ ହେଇଛି କି ସେଥିରୁ ? ଭର୍ସନା ଯେ କେତେ କରିଛି ତାହାକୁ କରିନି କେବେ ଖାତିରି, ହସି ଉଡାଇଛି ତାହାରି କଥାକୁ ଟିକିଏ ବି ଭାବିନାହି । ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା ସମୟ ଚାଲିଲା ସରି.. ତଥାପି ସମୟ କହେ ଥର ଥର ଗଲେ ଆସିବିନି ଫେରି। ଧିକ୍ ରେ ଜୀବନ କଲୁ ଏ କି କାମ ବୁଝିଲୁ ନାହିଁ କି ତାକୁ, ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ ଫେରି ପାଇବୁକି ଆଉ । ହଜିଲା ସମୟ ଫେରି କି ଆସିବ ଥରେ ଚାଲିଗଲେ ଭାଇ, ସୁଖକୁ ଜାବୁଡ଼ି ଯେତେ ଧରିଥିଲେ ଦୁଃଖ ଆସିଯିବ ସେହି । ଦିନ ତ ଆସିବ ଏମିତି ହୋଇବ ସମୟକୁ ହେବୁ ଭାଲି, ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ ସମୟ ଯାଇଛି ଚାଲି । ©Iswar Meher

TIME WASTE IS LIFE WASTE..

#Ishu

People who shared love close

More like this

Trending Topic