ଟିକି ପିଲା ଟିକି ପିଲା ଟିକି ଯେ ତାର ମନ,
ତମେ ଭଲସେ ନେବ ତାର ଯତନ ।
କଅଁଳିଆ ହୃଦୟ କୁ ତାର ସଜାଡ଼ି ଶିଖିବ,
ତମେ ଯେମିତି ଗଢିବ ସେ ସେମିତି ହେବ ।
ସବୁବେଳେ ଶିଖାଇବ ତାକୁ ଭଲ ବ୍ୟବହାର,
ତାକୁ ସଦା କହିବ କରିବ ପାଇଁ ପରୋପକାର ।
ଟିକି ପିଲା ଟିକି ପିଲା ଟିକି ଯେ ତାର ମନ,
ତମେ ଭଲସେ ନେବ ତାର ଯତନ ।
ଲକ୍ଷେ କାମ ଛାଡ଼ି ରଖିବ ତା ଉପରେ ନଜର,
ହେଳା କରିଲେ ତା ପ୍ରତି ସେ ଶିଖିବ କେମିତି ସୁବିଚାର ।
ମାତା ପିତା ତା ପ୍ରତି ଧ୍ୟାନ ଦେଲେ ତା ଜୀବନ ହେବ ଯେ ସୁଖମୟ,
ତମ ଠୁ ପାଇ ଭଲ ସଂସ୍କାର ସେ ଦୁନିଆ ରେ ଗଢ଼ିବ ତା ନିଜ ପରିଚୟ ।
ଟିକି ପିଲା ଟିକି ପିଲା ଟିକି ଯେ ତାର ମନ,
ତମେ ଭଲସେ ନେବ ତାର ଯତନ ।
©Lili Dey
#Childhood