ତୁମେ ଯଦି
ମୋ ରାତ୍ରୀର ନିରବତା ସାଜନ୍ତ?
ମୁଁ ତୁମ ପାଇଁ
ଦିନର କୋଳାହଳ ହୁଅନ୍ତି !!
ତୁମେ ଯଦି
ମୋ ଆତ୍ମିୟତାର ନିଦର୍ଶନ ସାଜନ୍ତ ?
ମୁଁ ତୁମ ପାଇଁ
ବନ୍ଧୁତାର ସେତୁବନ୍ଧ ହୁଅନ୍ତି !!
ତୁମେ ଯଦି
ମୋ ସ୍ୱପ୍ନର ପରିବଦ୍ଧତା ସାଜନ୍ତ ?
ମୁଁ ତୁମ ପାଇଁ
ଜୀବନର ପରିପୂର୍ଣ୍ଣତା ହୁଅନ୍ତି !!
©Prashanta Kumar Sahu
#thelunarcycle