ଇଚ୍ଛାପତ୍ର
କବିତା ତ ମୋର କେଉଁ ଜନମର
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ
ଜୀବନ ଗଢିବା ମନ୍ତ୍ର;
ପୁଷ୍ପ ଉପବନ ସ୍ନିଗ୍ଧ ମହକ
ସବୁରି ଜୀବନେ ଥାଉ,
ବାସନ୍ତୀ ସନ୍ଧ୍ୟା ଶରତ ସକାଳ
ଆନନ୍ଦ ବିଭୋର ହେଉ;
ଅଧରରେ ହସ ସଦା ଅମଳିନ
ରହିଥାଉ ଚିରନ୍ତନ,
ବକୁଳ ମହକେ ଗଭା ମହକିତ
ହସୁ ସଦା ଗୃହାଙ୍ଗନ;
ଝୁରିବା ଝରିବା ଇଏ ତ ଜୀବନ
ସୁଖ ଦୁଃଖ ଚକ୍ରଟିଏ,
ଏକ ପରେ ଆନ ଆସିବ ମୁହୂର୍ତ୍ତ
ଭାଗ୍ୟ ଚକ୍ର ସୂତା ଖିଏ;
ଶୋକରେ ଆକୁଳ ହୁଅନାହିଁ କେବେ
ଆର୍ଦ୍ର ଲେଖନୀ ଚାଲେ ,
ତୀବ୍ର ଜୀଜୀବିଷା ଆଲୋକର ରେଖା
ଥାଉ ଏ ଜୀବନ ଧାରେ।
©Puspita Dash
#leafbook ଇଚ୍ଛାପତ୍ର
କବିତା ତ ମୋର କେଉଁ ଜନମର
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ
ଜୀବନ ଗଢିବା ମନ୍ତ୍ର;
ପୁଷ୍ପ ଉପବନ ସ୍ନିଗ୍ଧ ମହକ