White ଗଲେ ଅବାଟେ ନେଇ ଆସିବ ବାଟକୁ,
ଏତିକି ଗୁହାରି କରୁଛି ପ୍ରଭୁ ମୁଁ ତୁମକୁ ।
ଭୁଲ ହେଇଗଲେ କ୍ଷମା ଯେ ଦେବ,
ତୁମେ ନଚାହିଁଲେ କିଏ ଆଉ ସାହା ଯେ ହେବ ।
ଭଲ ମନ୍ଦ ଜାଣି ତୋ ପାରେନା ମୋର ଏ ମନ,
ସଭିଙ୍କୁ ଭାବି ନିଏ ସେ ଏକ ସମାନ ।
ଦୋଷ କେବେ ଧରିବନି ପ୍ରଭୁ ମୋର,
ଅବୁଝା ହେଲେ ବୁଝେଇବ ବାରମ୍ବାର ।
ଏବେବି ଅଜ୍ଞାନୀ ଅଛି ଯେ ମୁଁ
ଦିଅ ମୋତେ ଜ୍ଞାନ ର ଆଶିଷ,
ଅନ୍ୟାୟ ଦେଖି ଲଢ଼ିବା ପାଇଁ
ଦିଅ ମୋ ମନେ ଟିକିଏ ସାହସ ।
©Lili Dey
ପ୍ରଭୁ