World Ozone Day ସବୁ ଘଟେ କୋଳାହଳ ଉର୍ଦ୍ଧରେ
🍁🍁🍁🍁🍁🍁🍁🍁
ବିଶ୍ଵ ବ୍ରହ୍ମାଣ୍ଡ କୋଳାହଳ ଉର୍ଦ୍ଧରେ
ସାରା ସୃଷ୍ଟି କୋଲହଲର ବାହାରେ।
କୋଳାହଳ ବିନା ମଣିଷ ବଂଚେନା
ସମୀକ୍ଷା କରିବା ସମ୍ପୂର୍ଣ୍ଣ ବହାରେ।
ଯାହାର କୌଣସି ନିଷ୍କର୍ଷ ତ ନାହିଁ
ବର୍ଣ୍ଣନାଟି ର ଉପସଂହାର ନାହିଁ।
ମାପିବାର ତୁଚ୍ଛ ଅଭିଳାଷ ଯହିଁ
କଳ୍ପନାରେ ଯାହା ର ସମ୍ଭବ ନାହିଁ।
ଜୀବ ସମାଜ କୋଳାହଳ ମଧ୍ୟରେ
ତନୁ ଭିତରେ ମନ ପ୍ରାଣ ଅନ୍ତରେ।
କୋଳାହଳ ଉର୍ଦ୍ଧରେ ରହିପାରେନି
ଘାଣ୍ଟି ହୁଏ ନାନା ଭାବ ପ୍ରକ୍ଷେଭରେ।
ଏକାଗ୍ର ନାହିଁ କୋଳାହଳ ମଧ୍ୟରେ
ତହିଁ ଖୁଜେ ମନର ଶାନ୍ତି ସକଳେ।
ନୀରବ ନିଶ୍ଚଳ ବିମଳ ନିର୍ମଳ
ବନ ପାହାଡ ତରୁଲତା ଗହଳେ।
ମନ ଚାହିଥାଏ ଶାନ୍ତି ନିରନ୍ତରେ
କେବେ ତ ନିର୍ଜନ ପରିବେଶ ସଙ୍ଗେ।
କେବେ ରହିବାକୁଚାହେଁ କୋଳାହଳେ
ଭରିଥାଏ ମନେ ତାର ରଙ୍ଗେ ଢଙ୍ଗେ।
କୋଳାହଳ ଉର୍ଦ୍ଧରେ ପାଏ ପ୍ରଭୁଙ୍କୁ
ଶ୍ରଦ୍ଧା ନିଷ୍ଠା ଧ୍ୟାନ ଅନ୍ତର କରଣେ।
ଯେଉଁଠି ସତ୍ ଚିତ୍ତ ଆନନ୍ଦ ସ୍ଥଳ
ପ୍ରକଟ ହୁଅନ୍ତି ଭକ୍ତି ଜାଗରଣେ।
ଅନ୍ତଃ କୋଳାହଳ ଅଶାନ୍ତି କାରଣ
ବାହାର ତହିଁରେ କଳି ଜାଗରଣ।
ମନରେ ସନ୍ତୋଷ ପାଇବାକୁ ହେଲେ
ସ୍ଥାନ କାଳ ପାତ୍ରେ କର ବିହରଣ।
©Sri batsa Meher
ସବୁ ଘଟେ କୋଳାହଳ ଉର୍ଦ୍ଧରେ