ଗୋଟେ ଗାଁ ରେ ଗୋଟିଏ ପୋଖରୀ ଥିଲା ଆଉ ସେ ପୋଖରୀରେ ବହୁତ୍ ଗୁଡିଏ ମାଛ ରହୁଥିଲେ । ସେ ମାଛ ମାନଙ୍କ ମଧ୍ୟରେ ଗୋଟେ ବଡ଼ ଦୁଷ୍ଟ ମାଛ ଥିଲା । ସେ ଦୁଷ୍ଟ ମାଛଟି ସବୁବେଳେ ସେ ପାଣିରେ ଖେଳି ବୁଲୁଥିଲା ଓ ନିଜ ପରରେ ପାଣିକୁ ଜୋରେ ପିଟୁ ଥିଲା ଆଉ ବହୁତ୍ ଖୁସି ହେଇ ପାଣିରେ ଖେଳୁ ଥିଲା କିନ୍ତୁ ୟା ର ଏମିତି ଦୁଷ୍ଟାମୀ ଯୋଗୁ ଅନ୍ୟ ମାଛ ମାନଙ୍କୁ ପାଣିରେ ରହିବାକୁ ଅସୁବିଧା ହେଉ ଥିଲା । ଥରେ ଜଣେ ଲୋକ ଆସି ସେ ମାଛ କୁ କହିଲା ଯଦି ଏ ପୋଖରୀରେ ତୋର ରହିବାକୁ ଅଛି ତାହେଲେ ଶାନ୍ତିର ସହିତ ରହିବାକୁ ଚେଷ୍ଟା କର ନହେଲେ ଏ ପୋଖରୀ ଛାଡ଼ି ଚାଲିଜା ତୋ ପାଇଁ ଏ ପାଣି ବହୁତ୍ ଅପରିଷ୍କାର ହୋଉଛି ଆଉ ଅନ୍ୟ ମାଛ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଭଲରେ ର ନହେଲେ ଯାଲୁଆ କୁ ଡାକି ତତେ ବାହାର କରିଦେବି । ସେଠୁ ଦୁଷ୍ଟ ମାଛ ଟି ଶାନ୍ତ ହେଇଗଲା ଆଉ ସେ ଲୋକଟିକୁ କହିଲା ଆଜ୍ଞା ଯାଲୁଆ କୁ ଡାକିବା କିଛି ଆବଶ୍ୟକ ନାହିଁ ମୁଁ ପୋଖରୀ ଛାଡ଼ି ଚାଲିଯିବି । ଏହା କହି ମାଛଟି ପୋଖରୀରୁ ବାହାରି ଆସିଲା ଆଉ ସେ ବାହାରିଲା ପରେ ପାଣି ପୁରା ଶାନ୍ତ ପଡ଼ିଗଲା । କିନ୍ତୁ ସେ ମାଛ ଟିର ମନ କଥା କେହିବି ବୁଝି ପାରିଲେନି କାରଣ ଗୋଟେ ମାଛର ଜୀବନ ହେଉଛି ପାଣି ଆଉ ସେ ପାଣି ହିଁ ତା ପାଇଁ ସବୁ କିଛି ଥିଲା । ଆଉ ସେ ପାଣିରେ ସେ ମାଛ ଜନ୍ମ ନେଇଥିଲା ଆଉ ସେ ପାଣିରେ ବଢିଥିଲା କିନ୍ତୁ ତାର କିଛି ଦୁଷ୍ଟାମୀ ଯୋଗୁ ତାକୁ ସାରା ଦିନ ପାଇଁ ପାଣିରୁ ବାହାରି ଯିବାକୁ ପଡିଲା ।
©Bunu Kumar pati
#SunSet