White ବିଦ୍ୟା ବୁଦ୍ଧି ଦାତା ଗୁରୁଦେବ ମୋର, ପୂଜ୍ୟସ୍ପଦ ତୁ | ଓଡ଼ିଆ କବିତା Video

"White ବିଦ୍ୟା ବୁଦ୍ଧି ଦାତା ଗୁରୁଦେବ ମୋର, ପୂଜ୍ୟସ୍ପଦ ତୁମେ ଜ୍ଞାନର ଭଣ୍ଡାର ।(୧) ପିତା ମାତା ବନ୍ଧୁ ସଖା ସହୋଦର, ସବୁରି ହୃଦୟେ ତୁମେ ଏକା ସାର ।(୨) ଅଜ୍ଞାନ ତିମିର ପଥ ବହୁଦୂର, ଜ୍ଞାନ ର ଆଲୋକେ ଭୟ କର ଦୂର।(୩) ଅମାନିଆ ଏଇ ଇନ୍ଦ୍ରିୟ ମୋହର, ଶୃଙ୍ଖଳା ଶୃଙ୍ଖଳେ ନିୟନ୍ତ୍ରିତ କର ।(୪) ମନ ପକ୍ଷୀ ମୋର ଅଥୟ ଅସ୍ଥିର, ତୁମେ ଜ୍ଞାନ ସୁଧା ଅମୃତ ନିର୍ଝର।(୫) ସୂକ୍ଷ୍ମ ଶିଳା ରେଣୁ ଜୀବନ ମୋହର, ପାଦସ୍ପର୍ଶ ପାଇ ଛୁଇଁବି ଅମ୍ବର।(୬) ଦି ଦିନର ଏଇ ଜୀବନ ଅସାର, ସାର୍ଥକ କର ହେ ପରମ ଈଶ୍ଵର।(୭) ଗୁରୁ ତୁମ ବାଣୀ ମେଘର ମହ୍ଲାର, କୃପା ବାରି ତୁମ ବର୍ଷୁଥାଉ ଚିର।(୮) ତୁମରି ସ୍ଵରରେ ବୀଣା ର ଝଙ୍କାର, ବେଶୁରାକୁ ମିଳେ ସଙ୍ଗୀତର ସ୍ବର।(୯) ଗୁଣ ଗାଇବାକୁ ଜ୍ଞାନ ନାହିଁ ମୋର, କରିଦିଅ କ୍ଷମା କରୁଣା ସାଗର ।(୧୦) ©Pranay Kumar Sahu "

White ବିଦ୍ୟା ବୁଦ୍ଧି ଦାତା ଗୁରୁଦେବ ମୋର, ପୂଜ୍ୟସ୍ପଦ ତୁମେ ଜ୍ଞାନର ଭଣ୍ଡାର ।(୧) ପିତା ମାତା ବନ୍ଧୁ ସଖା ସହୋଦର, ସବୁରି ହୃଦୟେ ତୁମେ ଏକା ସାର ।(୨) ଅଜ୍ଞାନ ତିମିର ପଥ ବହୁଦୂର, ଜ୍ଞାନ ର ଆଲୋକେ ଭୟ କର ଦୂର।(୩) ଅମାନିଆ ଏଇ ଇନ୍ଦ୍ରିୟ ମୋହର, ଶୃଙ୍ଖଳା ଶୃଙ୍ଖଳେ ନିୟନ୍ତ୍ରିତ କର ।(୪) ମନ ପକ୍ଷୀ ମୋର ଅଥୟ ଅସ୍ଥିର, ତୁମେ ଜ୍ଞାନ ସୁଧା ଅମୃତ ନିର୍ଝର।(୫) ସୂକ୍ଷ୍ମ ଶିଳା ରେଣୁ ଜୀବନ ମୋହର, ପାଦସ୍ପର୍ଶ ପାଇ ଛୁଇଁବି ଅମ୍ବର।(୬) ଦି ଦିନର ଏଇ ଜୀବନ ଅସାର, ସାର୍ଥକ କର ହେ ପରମ ଈଶ୍ଵର।(୭) ଗୁରୁ ତୁମ ବାଣୀ ମେଘର ମହ୍ଲାର, କୃପା ବାରି ତୁମ ବର୍ଷୁଥାଉ ଚିର।(୮) ତୁମରି ସ୍ଵରରେ ବୀଣା ର ଝଙ୍କାର, ବେଶୁରାକୁ ମିଳେ ସଙ୍ଗୀତର ସ୍ବର।(୯) ଗୁଣ ଗାଇବାକୁ ଜ୍ଞାନ ନାହିଁ ମୋର, କରିଦିଅ କ୍ଷମା କରୁଣା ସାଗର ।(୧୦) ©Pranay Kumar Sahu

#teachers_day

People who shared love close

More like this

Trending Topic